‘ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ’

ଭୁବନେଶର, ୭।୧(ବ୍ୟୁରୋ) : ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ। ସେଥି ମଧ୍ୟରୁ ୧୧୯୧ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଚାଲିଛି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି ।

ଆହୁରି ମଧ୍ୟ କହିଛନ୍ତି,୯୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆସରିଛି। ସେଥିମଧ୍ୟରୁ ଦ୍ୱିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ନେଇ ସାରିଛନ୍ତି। ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।