‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ,୧୩।୯:  ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ ଭାବେ କରିପାରିବେ। ସେହିଭଳି କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଠିକ୍‌ ଭାବେ କରିପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ତାମିଲନାଡ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ପୁଣି କହିଛନ୍ତି, ଅଦ୍ୟାବଧି ଦେଶର ୭୩ କୋଟି ଲୋକ ଟିକା ନେଲେଣି। ଟିକାକରଣ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଢଙ୍ଗରେ ଚାଲୁ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଫାଇଦା ନେବା ଦ୍ୱାରା ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକ ସମ୍ପ୍ରସାରଣ କରିବାକୁ ସକ୍ଷମ ହେଉଛନ୍ତି। ଏହା ମଧ୍ୟରେ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସମେତ ଅନ୍ୟ ସ୍କିମଗୁଡ଼ିକ ସାମିଲ ରହିଛି।
ତାମିଲନାଡ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ସେବା ୨୬ ରାଜ୍ୟ ଏବଂ ୪ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚିପାରିଛି। ଏହି ବ୍ୟାଙ୍କ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିଛି। ସାରା ଦେଶରେ ବ୍ୟାଙ୍କ ନିକଟରେ ୪୧ ହଜାର କୋଟି ଟଙ୍କାର ଜମା ରହିଛି। ବାଣିଜ୍ୟ ବୃଦ୍ଧି ଲାଗି ଏହି ବ୍ୟାଙ୍କ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନେଇଛି। ଫଳରେ ପ୍ରାୟ ୧୦୦ ବର୍ଷ ହେବ ସେବା ଯୋଗାଣ ଦିଗରେ ଏହା ସକ୍ଷମ ହୋଇଛି। ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଦିଗରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇକ୍ଷେତ୍ର ବ୍ୟାଙ୍କଗୁଡ଼ିକ ନିରନ୍ତର ଯୋଗଦାନ ରଖୁଥିବା ସେ ମତ ପ୍ରକାଶ କରିଛନ୍ତି।
ଆର୍ଥତ୍କ ସୁଧାର ପ୍ରକ୍ରିୟା ତ୍ୱରାନ୍ବିତ
କୋଭିଡ୍‌-୧୯ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି। ହେଲେ ବର୍ତ୍ତମାନର ଅର୍ଥନୈତିକ ସୁଧାର ପ୍ର୍ରକ୍ରିୟା କ୍ଷତି ତୁଳନାରେ ଅଧିକ ତ୍ୱରାନ୍ବିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ ସମେତ ସାରା ବିଶ୍ୱ କୋଭିଡ୍‌ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ମାତ୍ର ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ରହିଛି ବୋଲି ଅହମ୍ମଦାବାଦଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶିଳ୍ପ କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଘୋଷଣା କରିଛନ୍ତି। କଟକଣା ଧୀରେ ଧୀରେ କୋହଳ ହେଉଥିବାରୁ ଜିଡିପି ଅଭିବୃଦ୍ଧି ଜାରି ରହିଛି। ଏପ୍ରିଲ-ଜୁନ୍‌ ତ୍ରୈମାସରେ ଏହା ୨୦.୧% ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri