‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ,୧୩।୯:  ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ ଭାବେ କରିପାରିବେ। ସେହିଭଳି କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଠିକ୍‌ ଭାବେ କରିପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ତାମିଲନାଡ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ପୁଣି କହିଛନ୍ତି, ଅଦ୍ୟାବଧି ଦେଶର ୭୩ କୋଟି ଲୋକ ଟିକା ନେଲେଣି। ଟିକାକରଣ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଢଙ୍ଗରେ ଚାଲୁ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଫାଇଦା ନେବା ଦ୍ୱାରା ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକ ସମ୍ପ୍ରସାରଣ କରିବାକୁ ସକ୍ଷମ ହେଉଛନ୍ତି। ଏହା ମଧ୍ୟରେ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସମେତ ଅନ୍ୟ ସ୍କିମଗୁଡ଼ିକ ସାମିଲ ରହିଛି।
ତାମିଲନାଡ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ସେବା ୨୬ ରାଜ୍ୟ ଏବଂ ୪ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚିପାରିଛି। ଏହି ବ୍ୟାଙ୍କ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିଛି। ସାରା ଦେଶରେ ବ୍ୟାଙ୍କ ନିକଟରେ ୪୧ ହଜାର କୋଟି ଟଙ୍କାର ଜମା ରହିଛି। ବାଣିଜ୍ୟ ବୃଦ୍ଧି ଲାଗି ଏହି ବ୍ୟାଙ୍କ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନେଇଛି। ଫଳରେ ପ୍ରାୟ ୧୦୦ ବର୍ଷ ହେବ ସେବା ଯୋଗାଣ ଦିଗରେ ଏହା ସକ୍ଷମ ହୋଇଛି। ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଦିଗରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇକ୍ଷେତ୍ର ବ୍ୟାଙ୍କଗୁଡ଼ିକ ନିରନ୍ତର ଯୋଗଦାନ ରଖୁଥିବା ସେ ମତ ପ୍ରକାଶ କରିଛନ୍ତି।
ଆର୍ଥତ୍କ ସୁଧାର ପ୍ରକ୍ରିୟା ତ୍ୱରାନ୍ବିତ
କୋଭିଡ୍‌-୧୯ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି। ହେଲେ ବର୍ତ୍ତମାନର ଅର୍ଥନୈତିକ ସୁଧାର ପ୍ର୍ରକ୍ରିୟା କ୍ଷତି ତୁଳନାରେ ଅଧିକ ତ୍ୱରାନ୍ବିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ ସମେତ ସାରା ବିଶ୍ୱ କୋଭିଡ୍‌ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ମାତ୍ର ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ରହିଛି ବୋଲି ଅହମ୍ମଦାବାଦଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶିଳ୍ପ କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଘୋଷଣା କରିଛନ୍ତି। କଟକଣା ଧୀରେ ଧୀରେ କୋହଳ ହେଉଥିବାରୁ ଜିଡିପି ଅଭିବୃଦ୍ଧି ଜାରି ରହିଛି। ଏପ୍ରିଲ-ଜୁନ୍‌ ତ୍ରୈମାସରେ ଏହା ୨୦.୧% ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଓଆଇ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର,୧୭।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସମାଚାର ପଠନ ପ୍ରତିଯୋଗିତାର...

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ମାର୍ଚ୍ଚ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୩୧-୧୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ଲିଙ୍କ୍‌ କରାଇବାର ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆସନ୍ତା ମାର୍ଚ୍ଚ ୩୧ ଯାଏ...

ବଜେଟ: କାହାକୁ ଫାଇଦା, କାହାର କ୍ଷତି

ନୂଆଦିଲ୍ଲୀ,୨ା୨: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ, ଲୋକଙ୍କ ଆୟ ବଢ଼ାଇବା, ସେମାନଙ୍କ କ୍ରୟଶକ୍ତି ବଢ଼ାଇବା ଏବଂ ଆର୍ଥିକ ମୂଳଦୁଆକୁ ମଜଭୂତ କରିବା...

ପାନ୍‌ ବାହାରର ନୂଆ ଅଭିଯାନ

ଭୁବନେଶ୍ୱର,୧୪ା୯ ପାନ୍‌ ବାହାର ଇଲାଇଚି ପକ୍ଷରୁ ନୂଆ ଅଭିଯାନ ‘କାମୟାବି’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳି ଏକ ପୁରାତନ ବ୍ରାଣ୍ଡ୍‌କୁ ଗ୍ରାହକଙ୍କ ନିକଟତର କରାଇବା...

ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ପ୍ରମୁଖ କାରଣ: ବିବେକ ଦେବରୟ

ନୂଆଦିଲ୍ଲୀ,୧୨-୧୦: ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ଜିଡିପି ଅଭିବୃଦ୍ଧି କେତେ ପ୍ରତିଶତ ପ୍ରଭାବିତ ହୋଇଛି ତାହା ପରିସଂଖ୍ୟାନଗତ ଭାବେ କହିବା...

ହଜାରେ କର୍ମଚାରୀଙ୍କୁ ଛଟେଇ କଲା ଆଇବିଏମ୍‌

ନୂଆଦିଲ୍ଲୀ,୨୪।୫: ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଚାଲିଛି। ଏହି ମହାମାରୀର ପ୍ରଭାବ ସବୁ ସ୍ତରରେ ଦେଖିବାକୁ ମିଳିଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ଏଥିରୁ...

ପାକିସ୍ତାନରେ ଚିନି ଦାମ କିଲୋଗ୍ରାମ ପିଛା ୧୬୦ ଛୁଇଁଲା, ଅଟା ୩୨୦…

ଇସଲାମାବାଦ,୧୭।୭ : ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ପାକିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଗତ କିଛି ସପ୍ତାହ ଧରି ଦେଶରେ ଅଟା ମୂଲ୍ୟ ଆକାଶଛୁଆଁ ହୋଇପଡିଛି। ଅଟା...

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ମାଷ୍ଟରସେଫ୍‌ର ଏହି ୩ ବିଚାରପତି, ଜାଣିଲେ ହେବେ…

ନୂଆଦିଲ୍ଲୀ,୪।୧: ଆରମ୍ଭ ହୋଇଛି କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ ଇଣ୍ଡିଆ। ଚଳିତ ଥର ଏଥିରେ ବିଚାରପତି ଭାବେ ସେଫ୍‌ ବିକାଶ ଖାନ୍ନା, ସେଫ୍‌ ରଣବୀର ବ୍ରା,...

Advertisement
Archives

Model This Week