ଟିକାକରଣ: ଭାରତ ବନାମ ଅବଶିଷ୍ଟ ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର କରୋନା ନିରୋଧୀ ଟିକାକରଣ ସଫଳତା ବଖାଣିବାକୁ ଯାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ମିଳିଥିବା ସେ କହିଛନ୍ତି। କଂଗ୍ରେସ ମତରେ ମୋଦି ଓ ତାଙ୍କ ମନ୍ତ୍ରୀମାନେ ଭୁଲ୍‌ ତଥ୍ୟ ଦେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି। ତେବେ ଭାରତର ଟିକାକରଣକୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ତୁଳନା କଲେ ସଫଳତାର ବାସ୍ତବତା ଜାଣି ହେଉଛି।

ଭାରତୀୟଙ୍କୁ ୧୦୦ କୋଟି ଡୋଜ୍‌ ଟିକାଦାନ ପାଇଁ ୨୮୧ ଦିନ ଲାଗିଛି। ଭାଜପା ଏହାକୁ ଏକ ବଡ଼ ସଫଳତା ବୋଲି ନିଜ ପିଠି ନିଜେ ଥାପୁଡ଼ାଉଥିବାବେଳେ କେନ୍ଦ୍ରର ମୋଦି ସରକାର ଭୁଲ୍‌ ତଥ୍ୟ ଦେଇ ଦେଶକୁ ଭ୍ରମିତ କରୁଥିବା ବିରୋଧୀ ସମାଲୋଚନା କରିଛନ୍ତି। କୋଭିଡ୍‌ -୧୯ ମହାମାରୀରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଚାଲିଥିବା ଟିକାକରଣର ଗତିକୁ ଦେଖିଲେ ଦେଶବାସୀ ଆଶ୍ୱସ୍ତ ହେଉଛନ୍ତି। କାରଣ ଯକ୍ଷ୍ମା ଟିକାଦାନରେ ୧୦୦ କୋଟି ଡୋଜ୍‌ ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ଭାରତକୁ ୩୨ ବର୍ଷ ଲାଗିଥିଲା। ସେହିପରି ପୋଲିଓ ନିରାକରଣ ଲାଗି ୧୦୦ କୋଟି ଡୋଜ୍‌ ଟିକାକରଣ ସକାଶେ ୨୦ ବର୍ଷ ଲାଗିଥିଲା।
ସଂଖ୍ୟା ଦୃଷ୍ଟିରୁ ବିଚାର କଲେ କେବଳ ଭାରତ ଓ ଚାଇନା ବିଲିୟନ୍‌ ଡୋଜ୍‌ କ୍ଲବ୍‌ରେ ସାମିଲ ହୋଇପାରିଛନ୍ତି। ଅନ୍ୟ କୌଣସି ରାଷ୍ଟ୍ର ନିଜ ନାଗରିକଙ୍କୁ ଏଯାଏ ୧୦୦ କୋଟି ଡୋଜ୍‌ ଟିକା ଦେଇନାହାନ୍ତି। ଭାକ୍ସିନ ଟ୍ରାକରର ବୈଶ୍ୱିକ ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ଟିକାକରଣ କ୍ଷେତ୍ରରେ ଭାରତର ସ୍ଥାନ ହେଉଛି ଦ୍ୱିତୀୟରେ। ଭାରତ ପଛରେ ଅଛନ୍ତି ଆମେରିକା, ବ୍ରାଜିଲ, ଜାପାନ, ଇଣ୍ଡୋନେସିଆ, ତୁର୍କୀ, ମେକ୍ସିକୋ, ଜର୍ମାନୀ, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନ ଭଳି ରାଷ୍ଟ୍ର। କେନ୍ଦ୍ର ସରକାରଙ୍କ ମତରେ ଭାରତରେ ଜାପାନ ତୁଳନାରେ ୫, ଜର୍ମାନୀ ଅପେକ୍ଷା ୯ ଏବଂ ଫ୍ରାନ୍ସ ତୁଳନାରେ ୧୦ ଗୁଣ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏଥିରେ ନାଟକୀୟ ଭାବେ ଫରକ ଦେଖିବାକୁ ମିଳୁଛି। ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟିର ତଥ୍ୟାନୁସାରେ ଏହି କ୍ଷେତ୍ରରେ ୮୭.୨୬% ଟିକାକରଣ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ୟୁଏଇ ପଛକୁ ପର୍ତ୍ତୁଗାଲ, ମାଲ୍ଟା, ସିଙ୍ଗାପୁର ଓ ସ୍ପେନ୍‌ ରହିଛନ୍ତି। ଏହି ଦେଶଗୁଡ଼ିକର ୮୦%ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇସାରିଛି। ସେହିପରି ଚାଇନାର ୭୪.୯୭ ଲୋକ ଟିକା ନେଲେଣି। ସେଠାରେ ୧୦୦ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲେ ହେଁ ଚାଇନା ଏହି କ୍ଷେତ୍ରରେ ତ୍ରୟୋଦଶ ସ୍ଥାନରେ ରହିଛି। ଅଦ୍ୟାବଧି ଭାରତର ମାତ୍ର ୨୦.୫୫% ଲୋକ ଟିକା ନେଇଛନ୍ତି, ଯାହାକି ପଡ଼ୋଶୀ ନେପାଳ, ଶ୍ରୀଲଙ୍କା ଓ ଭୁଟାନଠାରୁ କମ୍‌। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟିକାକରଣରେ ଏଭଳି ଅସମାନତା ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ବିକଶିତ ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ଦେଶ ତୁଳନାରେ ନିଜ ନାଗରିକଙ୍କୁ୍‌ ତ୍ୱରିତ ବେଗରେ ଟିକା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri