Uttam Mohanty: ମୁଁ ଦଣ୍ଡାବାଳୁଙ୍ଗା…

ଭୁବନେଶ୍ୱର,୨୮ା୨: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିଅର୍‌ ଆରମ୍ଭ ହୋଇଥିଲା।

୧୯୮୦ରେ ତାଙ୍କ ଅଭିନୀତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ର ତାଙ୍କୁ ଅନେକ ମାଇଲେଜ୍‌ ଦେଇଥିଲା। କେବଳ ନାୟକ ନୁହେଁ, ବଡ଼ଭାଇ, ବାପା ଭଳି ସମସ୍ତ ଭୂମିକାକୁ ଅତି ନିଖୁଣ ଭାବେ ନିଭାଇ ପାରୁଥିଲେ। ‘ଦଣ୍ଡାବାଳୁଙ୍ଗା’ର କାଳିଆ ଚରିତ୍ର ହେଉ ଅବା ‘ଉଦଣ୍ଡୀ ସୀତା’ର ସରପଞ୍ଚ ବାବୁ, ଗାଉଁଲି ଠାରୁ ସହରୀ ବାବୁ ପର୍ଯ୍ୟନ୍ତ ସମସ୍ତ ଭୂମିକାରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ ସୁପରଷ୍ଟାର୍‌ ଉତ୍ତମ।

‘ପୁଅ ମୋର କଳା ଠାକୁର’, ‘କଳାମାଣିକ’, ‘କପାଳ ଲିଖନ’, ‘ଉଦଣ୍ଡୀ ସୀତା’, ‘ତୁଣ୍ଡ ବାଇଦ’, ‘ଝିଅଟି ସୀତାପରି’, ‘ସକଳ ତୀର୍ଥ ତୋ ଚରଣେ’, ‘ପରଦେଶୀ ଚଢେଇ’, ‘ଜଗା ହାତରେ ପଘା’, ‘ଲକ୍ଷ୍ମଣରେଖା’, ‘କି ହେବ ଶୁଆ ପୋଶିଲେ’ ଭଳି ୧୩୫ଟି ଚଳଚ୍ଚିତ୍ରରେ ସେ ରଖିଯାଇଛନ୍ତି ତାଙ୍କ ଅଭିନୟର ସ୍ବାକ୍ଷର। ଏଥିସହ ୩୦ଟି ବଙ୍ଗଳା ଓ ହିନ୍ଦୀ ଫିଲ୍ମ ‘ନୟା ଜହର’ରେ ଉତ୍ତମ ପରଦାକୁ ଆସିଥିଲେ।

ସେହିପରି ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’, ‘ସାରା ଆକାଶ’, ‘ପଣତକାନି’, ‘ଉତ୍ତରଦାୟୀ’ ଭଳି ଏକାଧିକ ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା। ଏଥିସହିତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ରର ‘ଦଣ୍ଡା ବାଳୁଙ୍ଗା ମୁଁ..’, କନ୍ୟାଦାନ ଚଳଚ୍ଚିତ୍ରର ‘ଗୋରୀ ଲୋ ଗୋରୀ..’, ‘ସିନ୍ଦୁର ମଥାରେ ତୋର’.., ଉଦଣ୍ଡୀ ସୀତାର ‘ସରପଞ୍ଚ ବାବୁ..’, ରଞ୍ଜନୀ ଗନ୍ଧାର ‘ତୁ ମୋର ସ୍ବପ୍ନର ସୁନେଲୀ ସନ୍ଧ୍ୟା..’, ପରଦେଶୀ ଚଢେଇର ‘ମତେ ତ ନେଇଚି ଟାଣି..’ ଭଳି ଅନେକ ହିଟ୍‌ ଗୀତ ଆଜିବି ଚିରସବୁଜ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri