ସାକ୍ଷୀଗୋପାଳ,୯ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୮ ତମ ଜୟନ୍ତୀ ଅବସରରେ ଗୁରୁବାର ସତ୍ୟବାଦୀ ଯୁବ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ପଞ୍ଚସଖା ସମାଧିପୀଠରେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମାଧି ପୀଠରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ ରଚିତ କବିତା, ବେଦ, ବାଇବେଲ, ବାହାଇ, ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରିୟ ଭଜନ, ହରିନାମ କୀର୍ତ୍ତନ ଓ ଭାଗବତ ପାଠ କରାଯାଇଥିଲା। ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମୀ ସାକ୍ଷୀଗୋପାଳ ଓ ସୁଆଣ୍ଡୋରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ନିବେଦନ କରିଥିଲେ।
ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ ହୋତା, ବ୍ଲକ କଂଗ୍ରେସ ସଭାପତି ସୁାଷ ମହାପାତ୍ର, ଯୁବ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ, ଛାତ୍ର ସଭାପତି ଆଦର୍ଶ ମିଶ୍ର, କାହ୍ନୁ ଚରଣ ପ୍ରଧାନ ଓ କୁଳମଣି ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସସ୍କୃତି ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ଏସ୍ଡିପିଓ ଦେବାଶିଷ ମିଶ୍ର ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଗୋପବନ୍ଧୁଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଜନ୍ମପୀଠ ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସରେ ମନ୍ତ୍ରୀ ଯୋଗଦେଇଛନ୍ତି।