୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୦୨୧-୨୨ ପାଇଁ ମୋଟ ୧୬୩ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ଏବଂ ୯୯ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ। ସେହିପରି ଜଣେ ଲେଖାଏ ଛାତ୍ରୀଛାତ୍ରଙ୍କୁ ଡିଏସି ଏବଂ ଡିଲିଟ୍‌ ଡିଗ୍ରୀ ମିଳିବ। ଏହାସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଅର୍ଥରାଶୀ ପ୍ରଦାନ କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଲ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ଭାଷର ଦେବେ। ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଅଧ୍ୟକ୍ଷତା କରିବେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଡ. ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିବେ। ଏହାସହିତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମିକ କାଉନସିଲ ସଦସ୍ୟ, ଡିନ, ପ୍ରଫେସର, କର୍ମଚାରୀ ଓ ଛାତ୍ରୀଛାତ୍ର ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri