‘ଧନ ଛାଡ଼ି ଜ୍ଞାନ ଅର୍ଜନ କଲେ ସମ୍ମାନ ମିଳିବ’

ଭଞ୍ଜନଗର,୨୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ଆଇନଜୀବୀମାନେ ଧନ ଛାଡ଼ି ଜ୍ଞାନ ଅର୍ଜନ କଲେ ସମ୍ମାନ ମିଳିବା ସହ ଧନ ଅର୍ଜନ କରିପାରିବେ। ଭଞ୍ଜନଗର ବାର୍‌ ଆସୋସିଏଶନ ପ୍ରସ୍ତାବ କ୍ରମେ ରାଜ୍ୟରେ ଆଇନଜୀବୀ ଦିବସ ପାଳିତ ହେଉଛି। ଲୋକଙ୍କୁ ନ୍ୟାୟ ପ୍ରଦାନରେ ଆଇନଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ନାୟକ କହିଥିଲେ। ଭଞ୍ଜନଗର ସହର ଏବଂ ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଯୋଜନା ରଖାଯାଇଛି। ଭଞ୍ଜନଗର ମେଡିକାଲ ଖୁବ୍‌ଶ୍ରୀଘ୍ର ଜିଲା ହସ୍ପିଟାଲର ମାନ୍ୟତା ମିଳିବ। ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଭଞ୍ଜନଗର ସହରର ମଧ୍ୟସ୍ଥଳରେ ଥିବା ଗାନ୍ଧୀ କୈଳାସ ପାହାଡ଼ର ଉନ୍ନତିକରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ହେବ। ଭଞ୍ଜନଗର ସହରରେ ରିଙ୍ଗ ରୋଡ୍‌ କରିବା ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଏବଂ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ କଲେଜରେ ପରିଣତି କରାଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। କେଏସ୍‌ୟୁବି କଲେଜର ଉନ୍ନତିକରଣ ପାଇଁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେବ। ପୁରୁଣା ଜେଲ୍‌କୁ ଭାଙ୍ଗି ସେଠାରେ ଆଧୁନିକ ମାର୍କେଟ ହେବ। ଏଥିପାଇଁ ୮୦ କୋଟି ଖର୍ଚ୍ଚ ହେବ। ଭଞ୍ଜନଗର ଜଳଭଣ୍ଡାରରୁ ମାଟି ବାହାର କରିବା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ ଅଲ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅଲ ଓଡ଼ିଶା ଆଇନଜୀବୀ ସଂଘ ରାଜ୍ୟ ସଭାପତି ଶିଶିର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆସନ୍ତା ୧୧ ତାରିଖରେ ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ଠାରେ ହେଉଛି ବୋଲି କହିଥିଲେ। ଆଇନଜୀବୀମାନେ ବିଚାରପତିଙ୍କ ସହ ସମନ୍ୟୟ ରକ୍ଷା କରି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ।

ବାର୍‌ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଜ୍ୟୋତିରାଜ ପତି ସଭାକୁ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଗୋପାଳକୃଷ୍ଣ ପ୍ରଧାନ, ନିର୍ମଳ ସାହୁ ଯୋଗ ଦେଇଥିଲେ। ଉପସଭାପତି ସନ୍ତୋଷ କୁମାର ବେହେରା, ସହସମ୍ପାଦକ ଗିରିଜା ଶଙ୍କର ଭୂୟାଁ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ରବି ଦାସ, ଅମରେଶ ମହାପାତ୍ର, ଅଳକା ମଞ୍ଜରୀ ପଟ୍ଟନାୟକ, ଦିବାକର ନାୟକ, ବିନୟ କୁମାର ରଥ, ସନ୍ତୋଷ ତିଆଡି, ଦଣ୍ଡପାଣି ସ୍ବାଇଁ, ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ଦାସ, ଆଶୋକ ଜେନା, ସନ୍ଧ୍ୟା ରାଣୀ ତ୍ରିପାଠୀ, ଧବଳେଶ୍ବର ମାଝୀ, ସନ୍ତୋଷ କୁମାର ଶତପଥୀ, ଶତ୍ରୁଘ୍ନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହସମ୍ପାଦକ ସନ୍ତୋଷ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri