ଉତ୍କଳ କ୍ୟାନ୍‌ସର କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୮।୧: ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ବା ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ରବିବାର ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍‌.ଏମ୍‌. ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡ଼େଇଙ୍କ ସମେତ ଡିନ୍‌ ପ୍ରଫେସର (ଡା) ପ୍ରଫୁଲ କୁମାର ଦାସ, ଅର୍ଗାନାଇଜିଂ ଚେୟାରମ୍ୟାନ ଡା. ରଞ୍ଜନ କୁମାର ମହାପାତ୍ର, ଅର୍ଗାନାଇଜିଂ ସେକ୍ରେଟାରୀ ଡା. ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜଣାଶୁଣା ଅଙ୍କୋଲୋଜିଷ୍ଟ ପ୍ରଫେସର (ଡା) କେ.ବି. ଦାସ, ପ୍ରଫେସର (ଡା) ସି.ଆର. ନାୟକ, ପ୍ରଫେସର (ଡା) ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ପ୍ରଫେସର (ଡା) ପି.କେ. ଦାସଙ୍କୁ ୟୁସିସି ଆଚିଭର ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଥିଲା। ବିଶେଷକରି ଉତ୍କଳ ହସ୍ପିଟାଲ ଭୁବନେଶ୍ୱର ରାଜ୍ୟ ଓ ଦେଶର ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଏକ ବହୁମୁଖୀ ଡାକ୍ତରଖାନା ଭାବେ ଜଣାଶୁଣା ହୋଇଥିବାବେଳେ ଅତ୍ୟାଧୁନିକ କର୍କଟ କେନ୍ଦ୍ର ଜରିଆରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରୁଛି। ଉକ୍ତ ସମ୍ମିଳନୀ ନିଶ୍ଚିତ ଭାବେ କର୍କଟ ରୋଗୀଙ୍କ ପାଇଁ ତଥା ଉତ୍କଳ ହସ୍ପିଟାଲ ଭୁବନେଶ୍ୱର, ଓଡିଶା ଏବଂ ପୂର୍ବ ଭାରତର ଚିକିତ୍ସା ଯୋଜନାକୁ ନୂତନ ଦିଶା ଦେବାରେ ସାହାଯ୍ୟ କରିବ। ଉକ୍ତ କନ୍‌କ୍ଲେଭରେ ପ୍ରାୟ ୫୦ ଫାକଲ୍ଟିଙ୍କ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ୨୦୦ ପ୍ରତିନିଧି ଯୋଗ ଦେଇଥିଲେ। ସେହିଭଳି ଦିନକୁ ଦିନ କର୍କଟ ରୋଗ (କ୍ୟାନ୍‌ସର) ବଢିବାରେ ଲାଗିଛି ଏବଂ ପ୍ରାୟ ୧୯୩ ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଏସୀୟ ଦେଶରୁ ପ୍ରାୟ ୫୦% ରୋଗୀ ଆସିଛନ୍ତି। ପ୍ରତିବର୍ଷ ଭାରତରେ ପ୍ରାୟ ୧୩ଲକ୍ଷ ନୂଆ ରୋଗୀ ବା ମାମଲା ଚିହ୍ନଟ ହୋଇଥାଏ ଏବଂ ଅଧିକାଂଶ କର୍କଟ ରୋଗ ବା ସାଧାରଣ କର୍କଟ ଯଥା ପାଟି, ସ୍ତନ, ପାକସ୍ଥଳୀ, ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସ୍‌ଫୁସ୍‌ ଆଦିରେ କର୍କଟ ରୋଗ ହୋଇଥାଏ। ବିଶେଷକରି ଜୀବନଶୈଳୀ ସହିତ ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ତମାଖୁ ଅଭ୍ୟାସ, ମୋଟାପଣ ଓ ଆବଶ୍ୟକ ବ୍ୟାୟାମର ଅଭାବ ଯୋଗୁ କର୍କଟ ରୋଗ ହୋଇଥାଏ। ଏପରିକି ଜନସାଧାରଣ ଏବଂ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସାଙ୍ଗକୁ କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ନିୟମିତ ସେମିନାର ଏବଂ ପାରସ୍ପରିକ ଉପାୟରେ ଆଲୋଚନା ଚକ୍ର ଅଙ୍କୋଲୋଜିଷ୍ଟଙ୍କ ପାଇଁ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ସହିତ ସମ୍ପର୍କ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?