ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଞ୍ଜ ଫଣ୍ଡ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୦।୭: ଦେଶର ପ୍ରମୁଖ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥା ତଥା ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ନୂତନ ଉତ୍ପାଦ ‘ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଞ୍ଜ ଫଣ୍ଡ୍‌’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରର ଏକ ୫ ତାରକା ହୋଟେଲରେ ସଂସ୍ଥା ପକ୍ଷରୁ ଏକ ଖରବଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ୟୁଟିଆଇ ଏଏମ୍‌ସିର ଇକ୍ୱିଟି ମୁଖ୍ୟ ଅଜୟ ତ୍ୟାଗୀ, ଆଞ୍ଚଳିକ ମୁଖ୍ୟ ଓଡ଼ିଶା ଉଜ୍ଜ୍ୱଳ ଚକ୍ରବର୍ତ୍ତୀ ଏବଂ ଚିଫ ମ୍ୟାନେଜର ଭୁବନେଶ୍ୱର ଲିଙ୍ଗରାଜ ମହାନ୍ତି ଯୋଗ ଦେଇ ବିସ୍ତୃତ ଆଲୋଚନା ଓ ଫଣ୍ଡର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏ ସମ୍ପର୍କରେ ୟୁଟିଆଇ ଏଏମ୍‌ସିର ଇକ୍ୱିଟି ମୁଖ୍ୟ ଅଜୟ ତ୍ୟାଗୀ କହିଛନ୍ତି, ନିବେଶକମାନେ ସାଧାରଣତଃ ମୂଲ୍ୟାୟନ ବଦଳରେ ଭାବାବେଗ ଆଧାରରେ ନିବେଶ ନିଷ୍ପତ୍ତି ଗ୍ରହଣ କରିଥାନ୍ତି, ଫଳରେ ରିଟର୍ନ ସହ ସାଲିସ କରିବାକୁ ହୋଇଥାଏ। ଏପରିକି ମୂଲ୍ୟାୟନ ଆଧାରରେ ପ୍ରସ୍ତୁତ ସମ୍ପତ୍ତି ଆବଣ୍ଟନ ରଣନୀତି ଓ ଇକ୍ୱିଟି ଓ ଫିକ୍ସଡ୍‌ ଆୟର ଚମତ୍କାର ସନ୍ତୁଳନ ନିବେଶକମାନଙ୍କୁ ସେମାନଙ୍କ ମନସ୍ତାତ୍ତ୍ୱିକ କଟକଣା ଅତିକ୍ରମ କରିବାରେ ସହାୟକ ହୋଇଥାଏ। ନିବେଶକମାନଙ୍କୁ ସମ୍ପତ୍ତି ଆବଣ୍ଟନ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ୨୦୨୩ ଜୁଲାଇ ୨୧ରେ ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଣ୍ଟେଜ୍‌ ଫଣ୍ଡ୍‌ର ଶୁଭାରମ୍ଭ କରାଯିବ। ଏହା ହେଉଛି ଏକ ମଡେଲ୍‌ ଦ୍ୱାରା ପ୍ରେରିତ ସମ୍ପତ୍ତି ଆବଣ୍ଟନ ରଣନୀତି ଯାହା ଇକ୍ୱିଟି ଓ ଫିକ୍ସଡ୍‌ ଆୟ ଭିତରେ ସମ୍ପତ୍ତିକୁ ଚମତ୍କାର ଢଙ୍ଗରେ ପରିଚାଳନା କରିବ। ଏହି ଫଣ୍ଡ୍‌କୁ ଇକ୍ୱିଟିରେ ସଚ୍ଚିନ ତ୍ରିବେଦୀ ଓ ଫିକ୍ସଡ୍‌ ଆୟରେ ଅନୁରାଗ ମତ୍ତଲ ପରିଚାଳନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri