Posted inଜାତୀୟ

ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…

ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ ପାଇଁ ଖବରକାଗଜ ବ୍ୟବହାର ବନ୍ଦ କରିବାକୁ କହିଛି। ଏହି ପରିପ୍ରେକ୍ଷୀରେ ନିୟମ ଉପରେ ନଜର ରଖିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ଏଫଏସଏସଏଆଇ ରାଜ୍ୟ ଖାଦ୍ୟ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି।

ଏଫଏସଏସଏଆଇ ସିଇଓ ଜି କମଲା ବର୍ଦ୍ଧନ ରାଓ ଖାଦ୍ୟ ସାମଗ୍ରୀ ପ୍ୟାକ କରିବା, ପରିବେଷଣ ଏବଂ ସଂରକ୍ଷଣ ପାଇଁ ଖବରକାଗଜ ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଖାଦ୍ୟ ଗୁଡ଼ାଇବା କିମ୍ବା ପ୍ୟାକେଜ କରିବା ପାଇଁ ଖବରକାଗଜର ବ୍ୟବହାରକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ଏବଂ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପ୍ରତି ବିବଜ୍ଜନକ ଥିବା ମଧ୍ୟ ଦର୍ଶାଇଛନ୍ତି।

ମୁଦ୍ରଣ ଇଙ୍କରେ ଥିବା ସୀସା ଏବଂ ଭାରୀ ଧାତୁ ସହିତ ଅନ୍ୟ ରାସାୟନିକ ପଦାର୍ଥ ଥାଏ। ଖାଦ୍ୟ ନିୟାମକ ଏଫଏସଏସଏଆଇ ଚେତାବନୀ ଦେଇଛନ୍ତି ଖବରକାଗଜରେ ବ୍ୟବହୃତ ଇଙ୍କରେ ବିଭିନ୍ନ ରାସାୟନିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହିତ ଖାଦ୍ୟକୁ ଦୂଷିତ କରିପାରେ ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ବିତରଣ ସମୟରେ ଖବରକାଗଜ ବିଭିନ୍ନ ପରିବେଶର ସମ୍ମୁଖୀନ ହୁଏ, ଯାହା ଦ୍ୱାରା ଭୁତାଣୁ, ଜୀବାଣୁ କିମ୍ବା ଅନ୍ୟାନ୍ୟ ବିପଜ୍ଜନକ ଅଣୁଜୀବ ଦ୍ୱାରା ଏହା ଦୂଷିତ ହୋଇପାରିବାର ଆଶଙ୍କା ରହିଥାଏ। ଯାହା ଖାଦ୍ୟକୁ ସ୍ଥାନାନ୍ତରିତ ହୋଇପାରେ ଏବଂ ଖାଦ୍ୟ ଦ୍ୱାରା ରୋଗ ହୋଇପାରେ।

ଏଫଏସଏସଏଆଇ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ୟାକେଜିଂ ନିୟମାବଳୀ, ୨୦୧୮ କୁ ସୂଚିତ କରିଛି ଯାହା ଖାଦ୍ୟ ସଂରକ୍ଷଣ ଏବଂ ଗୁଡ଼ାଇବା ପାଇଁ ଖବରକାଗଜ କିମ୍ବା ସମାନ ସାମଗ୍ରୀର ବ୍ୟବହାରକୁ କଡା ବାରଣ କରିଥାଏ। ଏହି ନିୟମ ଅନୁଯାୟୀ, ଖବରକାଗଜରେ ଖାଦ୍ୟ ଗୁଡ଼ାଇବା, ଘୋଡାଇବା କିମ୍ବା ପରିବେଷଣ କରିବା କିମ୍ବା ଭଜା ଖାଦ୍ୟରୁ ଅଧିକ ତେଲ ଶୋଷିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri