Posted inଜାତୀୟ

‘ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ବ୍ୟବହାର ଭାଷାଗତ ସ୍ବେଚ୍ଛାଚାରିତା’

ଚେନ୍ନାଇ,୨୦ା୧୧(ପି.ଟି.):ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର ଭାଷାଗତ ସ୍ବେଚ୍ଛାଚାରିତା ବୋଲି ଷ୍ଟାଲିନ୍‌ କହିବା ସହ ଜବରଦସ୍ତ ହିନ୍ଦୀ ଭାଷାକୁ ଲଦିଦେବା ପାଇଁ ଏଲ୍‌ଆଇସିର ଓ୍ବେବ୍‌ସାଇଟ୍‌ ଏକ ପ୍ରଚାର ଉପକରଣରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ଇଂଲିଶ ଅପ୍ସନ୍‌ ଚୟନ କରିବା ପାଇଁ ହିନ୍ଦୀରେ ଦେଖାଉଥିବା ଷ୍ଟାଲିନ୍‌ ଉକ୍ତ ଓ୍ବେବ୍‌ପେଜ୍‌ର ସ୍କ୍ରିନ୍‌ଶଟ୍‌ ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି। ଭାରତର ବିବିଧତାକୁ ନଷ୍ଟ କରି ଜବରଦସ୍ତ ସଂସ୍କୃତି ଓ ଭାଷା ଲଗିଦେବା ବ୍ୟତୀତ ଏହା କିଛି ନୁହେଁ। ସମସ୍ତ ଭାରତୀୟଙ୍କ ସହାୟତାରେ ଏଲ୍‌ଆଇସିର ଅଭିବୃଦ୍ଧି ହୋଇଛି। ସଂଖ୍ୟାଗରିଷ୍ଠ ଅବଦାନକାରୀଙ୍କୁ ପ୍ରତାରିତ କରିବାର ଦୁଃସାହସ କିପରି କରାଯାଉଛି। ଏହି ଭାଷାଗତ ସ୍ବେଚ୍ଛାଚାରିତାକୁ ତୁରନ୍ତ ପ୍ରତ୍ୟାହାର କରିନିଆଯିବାକୁ ଷ୍ଟାଲିନ୍‌ ଦାବି କରିଛନ୍ତି।
ଅନ୍ୟ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦିଦିଆଯିବାକୁ ଭାଜପାର ସହଯୋଗୀ ତଥା ପିଏମ୍‌କେର ପ୍ରତିଷ୍ଠାତା ଡ. ଏସ୍‌. ରାମଦୋସ୍‌ ସମାଲୋଚନା କରିଛନ୍ତି। ଅଣହିନ୍ଦୀ ଲୋକମାନଙ୍କ ଉପରେ ହିନ୍ଦୀର ପ୍ରସାର ପାଇଁ ଏଲ୍‌ଆଇସିର ଉଦ୍ୟମକୁ ସେ ନିନ୍ଦା କରିଛନ୍ତି। ହଠାତ୍‌ କେବଳ ହିନ୍ଦୀକୁ ପ୍ରାଥମିକତା ଦେବା ଗ୍ରହଣୀୟ ନୁହେଁ, କାରଣ ଏଲ୍‌ଆଇସି ଭାରତର ବିଭିନ୍ନ ଭାଷାଭାଷୀ ଗ୍ରାହକମାନଙ୍କୁ ଆଧାର କରି ଗଢ଼ିଉଠିଛି। କେନ୍ଦ୍ର ସରକାର ଏବଂ ଏହା ନିୟନ୍ତ୍ରଣରେ ଥିବା ସମସ୍ତ ଅନୁଷ୍ଠାନ କେବଳ ହିନ୍ଦୀଭାଷୀଙ୍କର ନୁହେଁ, ସମସ୍ତ ବର୍ଗର ଲୋକମାନଙ୍କର ବୋଲି ରାମଦୋସ କହିଛନ୍ତି। ତେଣୁ ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ର ହୋମ୍‌ ପେଜ୍‌କୁ ତୁରନ୍ତ ଇଂଲିଶ ଏବଂ ତାମିଲ ଭାଷାରେ ପରିବର୍ତ୍ତନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ କେବଳ ହିନ୍ଦୀ ଭାଷା ବ୍ୟବହାର କରାଯାଇଥିବାରୁ ଅନ୍ୟ ଭାଷାଭାଷୀଙ୍କ ପାଇଁ ଏହା ଏବେ ବ୍ୟବହାରଯୋଗ୍ୟ ନୁହେଁ ବୋଲି ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?