ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର ମୂଲ୍ୟ ପାଖାପାଖି ୯୫ ଡଲାରରେ ପହଞ୍ଚିଛି। ଅର୍ଥନୀତିଜ୍ଞମାନେ ଆଶା କରୁଛନ୍ତି ଯେ ଏହି ଦର କିଛି ସପ୍ତାହ ମଧ୍ୟରେ ବ୍ୟାରେଲ ପିଛା ୧୦୦ଡଲାର ଅତିକ୍ରମ କରିବ। କାରଣ ୨୦୨୩ ଡିସେମ୍ବର ସୁଦ୍ଧା ସାଉଦି ଆରବ ଓ ଋଷିଆ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଲିବ୍ୟାର ପ୍ରଳୟଙ୍କରୀ ଝଡ଼ ଏବଂ ଚାଇନା ଭଳି ଦେଶଗୁଡ଼ିକର ଚାହିଦା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ। ଯେଉଁଥିପାଇଁ ଭାରତ ଭଳି ବିକାଶଶୀଳ ଦେଶ ଆଗକୁ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଅର୍ଥନୀତିଜ୍ଞମାନେ ଆହୁରି ଅନୁମାନ ମଧ୍ୟ କରୁଛନ୍ତି, ଯଦି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ଡଲାର ବୃଦ୍ଧି ପାଇବ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦର ମଧ୍ୟ ବୃଦ୍ଧି ପାଇବ। ଅନ୍ୟପକ୍ଷରେ, ଆମେରିକାରେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ହେତୁ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି।
ମୁଦ୍ରାସ୍ଫୀତି ଓ ଅଶୋଧିତ ତୈଳ ପ୍ରସଙ୍ଗକୁ ନେଇ ଯଦି ଆମେରିକା ଆଗକୁ ଆସେ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେବ ନା ମହଙ୍ଗା ସେ ନିଷ୍ପତ୍ତି ନେବ।

ଶୁକ୍ରବାର ଅଶୋଧିତ ତୈଳ ଦର ପୁଣିଥରେ ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୪ ଡଲାରରେ ଥିବାବେଳେ ଆମେରିକୀୟ ଅଶୋଧିତ ତୈଳ ଡବ୍ଲୁଟିଆଇ ଦର ବ୍ୟାରେଲ ପିଛା ୯୧ ଡଲାରରେ ପହଞ୍ଚିଛି। କେତେକ ବିଶେଷଜ୍ଞ ଏପରି କହିଛନ୍ତି ଯେ ଡିସେମ୍ବର ପରେ ମଧ୍ୟ ଉତ୍ପାଦନ ହ୍ରାସ ଜାରି ରହିଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରେ ପହଞ୍ଚିବ। ତେବେ ଏହା ସାଉଦି ଆରବ ଓ ଋଷିଆ ଉପରେ ନିର୍ଭର କରେ। ଅଶୋଧିତ ତୈଳ ଦର ୧୦୦ ଡଲାର ଅତିକ୍ରମ କଲେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ପାଇବ ବୋଲି ଭାରତ ସରକାର ଆଶଙ୍କା କରୁଛନ୍ତି।

ବର୍ତ୍ତମାନ, ଆମେରିକା ହେଉଛି ଏକମାତ୍ର ଦେଶ ଯିଏକି ବର୍ତ୍ତମାନ ତଥା ଭବିଷ୍ୟତର ଅଶୋଧିତ ତୈଳ ଦର ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆମେରିକା ମଧ୍ୟ ଅଶୋଧିତ ତୈଳ ରପ୍ତାନୀକାରୀ। କିନ୍ତୁ ଜୋ ବାଇଡେନ କ୍ଷମତାକୁ ଆସିବା ପରଠାରୁ ଆମେରିକାରେ ତେଲ ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକା ଏହାର ଉତ୍ପାଦନ ବୃଦ୍ଧି କରିବ ବୋଲି ଅର୍ଥନୀତିଜ୍ଞମାନେ କଳ୍ପନା କରୁଛନ୍ତି। ଯଦି ଆମେରିକା ଏହି ବିଷମ ପରିସ୍ଥିତିରେ ଉତ୍ପାଦନ ବୃଦ୍ଧି କରେ ଏବଂ ସେହି ଦେଶମାନଙ୍କରୁ ତେଲ ବିକ୍ରୟ ଉପରେ ପ୍ରତିବନ୍ଧକ ହଟାଇବା ପ୍ରକ୍ରିୟା ଆରମ୍ଭ କରେ, ତେବେ ପରିସ୍ଥିତି ସ୍ବୟଂଚାଳିତ ଭାବରେ ଅନୁକୂଳ ହୋଇଯିବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ ସୁଦ୍ଧା ଆମେରିକା ପାଖରେ ୩୫୦.୬୩ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ସଂରକ୍ଷିତ ଥିବାର ସୂଚନା ଅଛି। ଆମେରିକାର ଏହି ବିଷୟରେ ପରବର୍ତ୍ତୀ ସଦ୍ୟତନ ସୂଚନା ସେପ୍ଟେମ୍ବର ୨୦ରେ ଜାରି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri