ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ/ନ୍ୟୁୟର୍କ, ୨୨ା୬,(ଅରୂପାନନ୍ଦ ଦେଠୀ): ଏକ ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକା ସମର୍ଥନ କରେ ଓ ଆଗାମୀ ଦିନରେ ଏହା ଜାରି ରହିବ। ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ କଥାବାର୍ତ୍ତା ପୂର୍ବରୁ ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଓ ଆମେରିକା ପରସ୍ପରକୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ଭାବେ ଦେଖୁଛନ୍ତି। ମୋଦିଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର ଓ ନିବିଡ଼ କରିବ। ଭାରତକୁ ବିଶ୍ୱକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀଙ୍କ ମିଶନକୁ ଆଗେଇ ନେବାରେ ଏହା ସହାୟକ ହେବ ଏବଂ ବୈଶ୍ୱିକ ମଞ୍ଚରେ ଭାରତର ନେତୃତ୍ୱକୁ ପ୍ରଦର୍ଶିତ କରିବ। ମୋଦିଙ୍କ ଗସ୍ତର ୬ଟି ମୁଖ୍ୟ ପ୍ରସଙ୍ଗ ରହିଛି। ତାହା ହେଲା ପ୍ରତିରକ୍ଷା, ପ୍ରଯୁକ୍ତି, ବ୍ୟବସାୟ ଓ ଇନୋଭେଶନ, ଶିକ୍ଷା ଏବଂ ଭ୍ରମଣ କ୍ଷେତ୍ରରେ ସହଯୋଗ ବଢ଼ାଇବା। ଦୁଇ ଦେଶ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ହୋଇଥିବାରୁ ବିଭିନ୍ନ ପ୍ରତିରକ୍ଷା ସରଞ୍ଜାମ ଏକାଠି ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିବେ। ଏହା ବ୍ୟତୀତ ସୂଚନା ଆଦାନପ୍ରଦାନ ଓ ଲଜିଷ୍ଟିକ୍‌ ନେଟ୍‌ଓ୍ବର୍କ ବଢ଼ାଇବେ ବୋଲି ପରରାଷ୍ଟ୍ର ବିଭାଗ ଅଧିକାରୀ କହିଛନ୍ତି। ସେହିପରି ପ୍ରଯୁକ୍ତି ସହଭାଗିତାରେ ଦୁଇଦେଶ ଏକାଠି ସେମିକଣ୍ଡକ୍ଟର, ଅତ୍ୟାଧୁନିକ ଟେଲିକମ୍‌, ବାୟୋଟେକ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ ପାଇଁ କାର୍ଯ୍ୟ କରିବେ।

ବୁଧବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଜାତିସଂଘ ମୁଖ୍ୟାଳୟ ପରିସରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଜାତିସଂଘକୁ ଉଦ୍‌ବୋଧନ ଦେଇ ଯୋଗ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାର ପ୍ରତିନିଧିତ୍ୱ କରୁଥିବା କହିଥିଲେ। ଏହା ପୂର୍ବରୁ ସେ ନ୍ୟୁୟର୍କରେ ନୋବେଲ ବିଜୟୀ ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ପଲ୍‌ ରୋମର, ନିବେଶକ ତଥା ହେଜ୍‌ ଫଣ୍ଡ୍‌ର ସହପ୍ରତିଷ୍ଠାତା, ବ୍ରିଜ୍‌ଓ୍ବାଟର ଆସୋସିଏଟ୍ସ ରେ ଡାଲିଓ ଏବଂ ଅନ୍ୟ ପ୍ରମୁଖ ଚିନ୍ତାନାୟକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ଆର୍ଥତ୍କ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ। ଆଧାର ବ୍ୟବହାର, ଡିଜିଲକର ସମେତ ଭାରତର ଡିଜିଟାଲ ଯାତ୍ରା ସମ୍ପର୍କରେ ପ୍ରଫେସର ରୋମରଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲା।

ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଡାଲିଓଙ୍କ ସହ ଆଲୋଚନା ହୋଇଥିବାବେଳେ ମୋଦି ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଷ୍ଟ୍ରୋଫିଜିକିଷ୍ଟ ତଥା ଲେଖକ ଓ ସାଇନ୍ସ କମ୍ୟୁନିକେଟର ନେଇଲ୍‌ ଡେ ଗ୍ରାସେ ଟାଇସନ୍‌ଙ୍କ ସହ ମତ ବିନିମୟ କରିଥିଲେ। ମହାକାଶ କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆମେରିକୀୟ ବୌଦ୍ଧ ଧର୍ମାବଲମ୍ବୀ ବିଦ୍ୱାନ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ପ୍ରଫେସର ରବର୍ଟ ଥୁର୍‌ମାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ବୈଶ୍ୱିକ ଚ୍ୟାଲେଞ୍ଜଗୁଡ଼ିକର ସମାଧାନରେ ବୌଦ୍ଧଧର୍ମର ମୂଲ୍ୟବୋଧ କିପରି ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିପାରିବ, ସେନେଇ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଆମେରିକାର ଖ୍ୟାତନାମା ଗାଣିତିକ ପରିସଂଖ୍ୟାନବିତ୍‌, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ତଥା ଲେଖକ ପ୍ରଫେସର ନସିମ ନିକୋଲାସ୍‌ ଟାଲେବଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ଗ୍ରାମୀ ପୁରସ୍କାର ବିଜୟିନୀ ଭାରତୀୟ-ଆମେରିକୀୟ ଗାୟିକା ଫାଲ୍‌ଗୁନୀ ଶାହାଙ୍କୁ ଭେଟି ମୋଦି ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri