ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ/ନ୍ୟୁୟର୍କ, ୨୨ା୬,(ଅରୂପାନନ୍ଦ ଦେଠୀ): ଏକ ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକା ସମର୍ଥନ କରେ ଓ ଆଗାମୀ ଦିନରେ ଏହା ଜାରି ରହିବ। ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ କଥାବାର୍ତ୍ତା ପୂର୍ବରୁ ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଓ ଆମେରିକା ପରସ୍ପରକୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ଭାବେ ଦେଖୁଛନ୍ତି। ମୋଦିଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର ଓ ନିବିଡ଼ କରିବ। ଭାରତକୁ ବିଶ୍ୱକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀଙ୍କ ମିଶନକୁ ଆଗେଇ ନେବାରେ ଏହା ସହାୟକ ହେବ ଏବଂ ବୈଶ୍ୱିକ ମଞ୍ଚରେ ଭାରତର ନେତୃତ୍ୱକୁ ପ୍ରଦର୍ଶିତ କରିବ। ମୋଦିଙ୍କ ଗସ୍ତର ୬ଟି ମୁଖ୍ୟ ପ୍ରସଙ୍ଗ ରହିଛି। ତାହା ହେଲା ପ୍ରତିରକ୍ଷା, ପ୍ରଯୁକ୍ତି, ବ୍ୟବସାୟ ଓ ଇନୋଭେଶନ, ଶିକ୍ଷା ଏବଂ ଭ୍ରମଣ କ୍ଷେତ୍ରରେ ସହଯୋଗ ବଢ଼ାଇବା। ଦୁଇ ଦେଶ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ହୋଇଥିବାରୁ ବିଭିନ୍ନ ପ୍ରତିରକ୍ଷା ସରଞ୍ଜାମ ଏକାଠି ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିବେ। ଏହା ବ୍ୟତୀତ ସୂଚନା ଆଦାନପ୍ରଦାନ ଓ ଲଜିଷ୍ଟିକ୍‌ ନେଟ୍‌ଓ୍ବର୍କ ବଢ଼ାଇବେ ବୋଲି ପରରାଷ୍ଟ୍ର ବିଭାଗ ଅଧିକାରୀ କହିଛନ୍ତି। ସେହିପରି ପ୍ରଯୁକ୍ତି ସହଭାଗିତାରେ ଦୁଇଦେଶ ଏକାଠି ସେମିକଣ୍ଡକ୍ଟର, ଅତ୍ୟାଧୁନିକ ଟେଲିକମ୍‌, ବାୟୋଟେକ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ ପାଇଁ କାର୍ଯ୍ୟ କରିବେ।

ବୁଧବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଜାତିସଂଘ ମୁଖ୍ୟାଳୟ ପରିସରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଜାତିସଂଘକୁ ଉଦ୍‌ବୋଧନ ଦେଇ ଯୋଗ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାର ପ୍ରତିନିଧିତ୍ୱ କରୁଥିବା କହିଥିଲେ। ଏହା ପୂର୍ବରୁ ସେ ନ୍ୟୁୟର୍କରେ ନୋବେଲ ବିଜୟୀ ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ପଲ୍‌ ରୋମର, ନିବେଶକ ତଥା ହେଜ୍‌ ଫଣ୍ଡ୍‌ର ସହପ୍ରତିଷ୍ଠାତା, ବ୍ରିଜ୍‌ଓ୍ବାଟର ଆସୋସିଏଟ୍ସ ରେ ଡାଲିଓ ଏବଂ ଅନ୍ୟ ପ୍ରମୁଖ ଚିନ୍ତାନାୟକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ଆର୍ଥତ୍କ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ। ଆଧାର ବ୍ୟବହାର, ଡିଜିଲକର ସମେତ ଭାରତର ଡିଜିଟାଲ ଯାତ୍ରା ସମ୍ପର୍କରେ ପ୍ରଫେସର ରୋମରଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲା।

ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଡାଲିଓଙ୍କ ସହ ଆଲୋଚନା ହୋଇଥିବାବେଳେ ମୋଦି ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଷ୍ଟ୍ରୋଫିଜିକିଷ୍ଟ ତଥା ଲେଖକ ଓ ସାଇନ୍ସ କମ୍ୟୁନିକେଟର ନେଇଲ୍‌ ଡେ ଗ୍ରାସେ ଟାଇସନ୍‌ଙ୍କ ସହ ମତ ବିନିମୟ କରିଥିଲେ। ମହାକାଶ କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆମେରିକୀୟ ବୌଦ୍ଧ ଧର୍ମାବଲମ୍ବୀ ବିଦ୍ୱାନ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ପ୍ରଫେସର ରବର୍ଟ ଥୁର୍‌ମାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ବୈଶ୍ୱିକ ଚ୍ୟାଲେଞ୍ଜଗୁଡ଼ିକର ସମାଧାନରେ ବୌଦ୍ଧଧର୍ମର ମୂଲ୍ୟବୋଧ କିପରି ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିପାରିବ, ସେନେଇ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଆମେରିକାର ଖ୍ୟାତନାମା ଗାଣିତିକ ପରିସଂଖ୍ୟାନବିତ୍‌, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ତଥା ଲେଖକ ପ୍ରଫେସର ନସିମ ନିକୋଲାସ୍‌ ଟାଲେବଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ଗ୍ରାମୀ ପୁରସ୍କାର ବିଜୟିନୀ ଭାରତୀୟ-ଆମେରିକୀୟ ଗାୟିକା ଫାଲ୍‌ଗୁନୀ ଶାହାଙ୍କୁ ଭେଟି ମୋଦି ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri