୩ୟ ଦିନରେ ଆମେରିକା ଶଟ୍‌ଡାଉନ୍‌

ଓ୍ବାଶିଂଟନ୍‌,୪ା୧୦: ଆମେରିକାରେ ସଂଘୀୟ ବିତ୍ତୀୟ ବର୍ଷ ଅକ୍ଟୋବର ୧ରେ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ସେଠାକାର ପାର୍ଲାମେଣ୍ଟ (କଂଗ୍ରେସ) ସରକାର ପରିଚାଳନା ପାଇଁ ପାଣ୍ଠି ଯୋଗାଣ ସକାଶେ ଆପ୍ରୋପ୍ରିଏଶନ୍‌ ବିଲ୍‌ ବା କଣ୍ଟିନ୍ୟୁଏଶନ୍‌ ରିଜୋଲ୍ୟୁଶନ୍‌ (ସିଆର୍‌) ଗୃହୀତ କରାଇବା ଜରୁରୀ। ତେବେ ସେପ୍ଟେମ୍ବର ୩୦ ମଧ୍ୟରାତ୍ରି ସୁଦ୍ଧା କଂଗ୍ରେସ ଏଥିରେ ବିଫଳ ହୋଇଥିବାରୁ ଅକ୍ଟୋବର ୧ ରାତି ୧୨ଟା ୧ ମିନିଟ୍‌ରୁ ସଂଘୀୟ ସରକାର ଶଟ୍‌ଡାଉନକୁ ଚାଲିଯାଇଛି। ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ମତଭେଦ ଯୋଗୁ ଏହି ଅଚଳାବସ୍ଥା ଉପୁଜିଛି। ଫଳରେ ସରକାରୀ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଛି। ବିଶେଷକରି ଅଣଜରୁରୀ ସେବା, ଋଣ ପ୍ରଦାନ ଓ ପୋଷଣ ସହାୟତା ଭଳି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସରକାରୀ କର୍ମଚାରୀମାନଙ୍କ ଦରମା ବନ୍ଦ ହୋଇଯାଇଥିବାରୁ ସେମାନେ ଘରେ ବସିଛନ୍ତି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଛଟେଇ ପାଇଁ ଯୋଜନା କରିଛନ୍ତି।
ଶଟ୍‌ଡାଉନର ତୃତୀୟ ଦିନ ଶୁକ୍ରବାର ସିନେଟରମାନେ ସରକାରୀ ଫଣ୍ଡିଂ ଉପରେ ଆଉ ଥରେ ମତଦାନ ପାଇଁ କ୍ୟାପିଟୋଲ୍‌କୁ ଯାଇଥିଲେ। କିନ୍ତୁ ଅଚଳାବସ୍ଥା ଦୂର କରିବା ଦିଗରେ ଅଗ୍ରଗତିର କୌଣସି ସଙ୍କେତ ଦେଖିବାକୁ ମିଳିନାହିଁ। କଂଗ୍ରେସ ସ୍ବାସ୍ଥ୍ୟସେବା ସୁବିଧା ଜାରି ରଖୁ ବୋଲି ଡେମୋକ୍ରାଟ୍ସ ଦାବି କରୁଥିବାବେଳେ ରିପବ୍ଲିକାନ୍ସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଯଦିଓ ହ୍ବାଇଟ୍‌ ହାଉସ୍‌ ଏବଂ କଂଗ୍ରେସର ଉଭୟ ସଦନକୁ ରିପବ୍ଲିକାନ୍ସ ନିୟନ୍ତ୍ରଣ କରୁଛନ୍ତି, ତଥାପି ସିନେଟ୍‌ର ନିୟମାନୁସାରେ ସରକାରୀ ଫଣ୍ଡିଂ ଆଇନ ପାରିତ ହେବା ଲାଗି ୧୦୦ ସିନେଟରଙ୍କ ମଧ୍ୟରୁ ଅନୂ୍ୟନ ୬୦ ଜଣଙ୍କ ସମର୍ଥନ ଜରୁରୀ। ଏଭଳି ସ୍ଥିତିରେ ଡେମୋକ୍ରାଟ୍‌ମାନଙ୍କୁ ସେମାନଙ୍କ ୪୭ ସିନେଟ୍‌ ସିଟ୍‌ ବ୍ୟବହାର ପାଇଁ ଏକ ବିରଳ ସୁଯୋଗ ପ୍ରଦାନ କରିଛି। ହ୍ବାଇଟ୍‌ ହାଉସ୍‌ ବଜେଟ୍‌ ଡାଇରେକ୍ଟର ରସ୍‌ ଭୋଉଟ୍‌ କହିଛନ୍ତି, ଟ୍ରମ୍ପ୍‌ ପ୍ରଶାସନ ଶିକାଗୋ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପାଇଁ ୨.୧ ବିଲିୟନ୍‌ ଡଲାର ପ୍ରଦାନ ପ୍ରସ୍ତାବକୁ ସ୍ଥଗିତ ରଖିବ। ଏଥିଯୋଗୁ ସହରର ବହୁପ୍ରତୀକ୍ଷିତ ରେଡ୍‌ ଲାଇନ୍‌ ଟ୍ରେନ୍‌ ଯୋଜନା ପ୍ରଭାବିତ ହେବ। ସେହିପରି ନ୍ୟୁୟର୍କ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ ୧୮ ବିଲିୟନ୍‌ ଡଲାର ଫଣ୍ଡିଂକୁ ମଧ୍ୟ ସ୍ଥଗିତ ରଖାଯାଇଥିବାରୁ ହୁଡ୍‌ସନ୍‌ ନଦୀରେ ନୂଆ ରେଳ ଟନେଲ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri