ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ କଚାଡି ଦେଲେ ଆମେରିକା ସୁରକ୍ଷାକର୍ମୀ

ଓ୍ବାଶିଂଟନ,୧୦ା୬:ଆମେରିକାର ନ୍ୟୁଜର୍ସିସ୍ଥିତ ନଓ୍ବୋର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ସୁରକ୍ଷାକର୍ମୀମାନେ ତାଙ୍କୁ ତଳେ ଚାପି ଧରିଥିବାର ଭିଡିଓ ଭାଇରାଲ ହୋଇଛି। ଏହା ଜଣାପଡ଼ିବା ପରେ ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି। ଗତ ୭ ତାରିଖରେ ଏହି ଘଟଣା ଘଟିଥିବାବେଳେ ଭାରତୀୟ ଆମେରିକୀୟ ଉଦ୍ୟୋଗୀ କୁନାଲ ଜୈନ ଏହାର ଫୁଟେଜ୍‌କୁ ସୋସିଆଲ ମିଡିଆ ଏକ୍ସ’ରେ ଶେୟାର କରିବା ପରେ ଲୋକଲୋଚନକୁ ଆସିଛି। ଛାତ୍ର ଜଣକ ତଳେ ପଡ଼ି କାନ୍ଦୁଥିବାବେଳେ ପାଖରେ ଅଫିସରମାନେ ଛିଡ଼ା ହୋଇଥିବା ଭିଡିଓରୁ ଦେଖାଯାଇଛି। ଭାରତୀୟ ଛାତ୍ର ଜଣକ ୭ ତାରିଖ ରାତିରେ ବିମାନ ଧରିବାକୁ ଥିବାବେଳେ ତାଙ୍କୁ ହାତକଡ଼ି ପକାଇ ଅଟକ ରଖାଯିବା ପରେ ବିଦା କରାଯାଇଥିଲା। ଛାତ୍ରଙ୍କ ପ୍ରତି ଅପରାଧୀ ଭଳି ବ୍ୟବହାରରେ ଜୈନ ଦୁଃଖ ପ୍ରକାଶ କରିଛନ୍ତି। ଛାତ୍ର ଜଣକ ସ୍ବପ୍ନ ପୂରଣ ପାଇଁ ଆସିଥିଲେ, କାହାର କ୍ଷତି କରିବା ପାଇଁ ନୁହେଁ। ଜଣେ ପ୍ରବାସୀ ଭାରତୀୟ ଭାବେ ମୁଁ ଅସହାୟ ଓ ମର୍ମାହତ। ଏହା ଏକ ମାନବୀୟ ଦୁଃଖ ବୋଲି ଜୈନ କହିଛନ୍ତି। ସେ ନିଜ ପୋଷ୍ଟରେ ଓ୍ବାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟ୍ୟାଗ୍‌ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖା ପକ୍ଷରୁ ୩ ଦଫା ଦାବି ପୂରଣ ନେଇ...

ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

ବଲାଙ୍ଗୀର ଆସିବେ ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ପ୍ୟାକେଜ ଦାବି ନେଇ ଉନ୍ନୟନ ପରିଷଦର ପ୍ରସ୍ତୁତି

ବଲାଙ୍ଗୀର,୧୫ା୬(ସୁନୀଲ କୁମାର ମହାନ୍ତି): ଆସନ୍ତା ୧୭ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଲାଙ୍ଗୀର ପଥରଚେପାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri