WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି ଟ୍ରମ୍ପ ୨୦୨୪ରେ କ୍ଷମତା ଗ୍ରହଣ କରନ୍ତି ତେବେ ତାଙ୍କ ପ୍ରଶାସନର ପ୍ରାରମ୍ଭିକ ଦିନରେ ଭୂକମ୍ପ ଆଣିପାରେ। ସେଇଟି ହେଲା ଟ୍ରମ୍ପ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ WHO)ରୁ  ଆମେରିକାକୁ ବାହାର କରିବାକୁ ଘୋଷଣା କରିପାରନ୍ତି। ଏହି ପଦକ୍ଷେପ ତାଙ୍କୁ ନେଇ ଚାଲି ଆସୁଥିବା ଦୀର୍ଘଦିନର ସମାଲୋଚନା ଏବଂ ବିରୋଧର ଫଳାଫଳ ହେବ, ଯାହାକି ବିଶ୍ୱ ସ୍ବାସ୍ଥ୍ୟ ପରିଚାଳନାର ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇପାରେ ବୋଲି କୁହାଯାଉଛି।

WHO ସହ ଆମେରିକାର ସମ୍ପର୍କ ଦଶନ୍ଧି ପୁରୁଣା। ହେଲେ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳ ମଧ୍ୟରେ ଏହି ସମ୍ପର୍କ ଖଟା ହୋଇଥିଲା। ମହାମାରୀ ସମୟରେ ସେ WHO ଉପରେ ପକ୍ଷପାତିତା କରିଥିବା ଅଭିଯୋଗ ଆଣିଥିଲେ। ଏହାପରେ ସେ ଆମେରିକା ଦେଉଥିବା ଅର୍ଥକୁ ବନ୍ଦ କରିଦେଇଥିଲେ। ଏବେ ଟ୍ରମ୍ପ କ’ଣ ପୁରୁଣା ଘଟଣାର ପୁନରାବୃତ୍ତ କରବେ ସେନେଇ ଚର୍ଚ୍ଚା ବଢ଼ିଛି।

ଯଦିଓ ଟ୍ରମ୍ପଙ୍କ ଟିମ୍‌ ଏଯାବତ WHOରୁ ପ୍ରତ୍ୟାହାର ଯୋଜନା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ହେଲେ ବିଶେଷଜ୍ଞ ତଥା ବିଶ୍ୱ ସ୍ବାସ୍ଥ୍ୟ ନେତାମାନେ ଏହା ଉପରେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଯଦି ଟ୍ରମ୍ପ ଏହି ପଦକ୍ଷେପ ନିଅନ୍ତି ତେବେ WHOକୁ ଗୋଟିଏ ବର୍ଷ ପୂର୍ବରୁ ନୋଟିସ ଦେବାକୁ ପଡ଼ି। ଏହି ସମୟରେ ଆମେରିକକୁ ଏହାର ପାଣ୍ଠି ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପଡ଼ିବ।

ଆମେରିକା ହେଉଛି WHOର ସବୁଠାରୁ ବଡ଼ ଆର୍ଥିକ ଭାଗିଦାରୀ। ସଂଗଠନର ମୋଟ ବଜେଟର ୧୬% ହେଉଛି ଆମେରିକାର ପାଣ୍ଠି। ଏଣୁ ଟ୍ରମ୍ପ ଏଥିରୁ ଓହରିଗଲେ ଗମ୍ଭୀର ପ୍ରଭାବ ପଡ଼ିପାରେ। ଅର୍ଥର ଅଭାବ ସଂଗଠନକୁ ଦୁର୍ବଳ କରପାରେ। କେବଳ ଏତିକି ନୁହେଁ ଆମେରକାର ଅନୁପସ୍ଥିତି ଚାଇନା ଏବଂ ଅନ୍ୟ ଦେଶମାନଙ୍କୁ ସଂଗଠନରେ ତାଙ୍କ ସ୍ଥିତିକୁ ମଜଭୂତ କରିବାର ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

୩ୟ ବିଶ୍ୱଯୁଦ୍ଧ: ଯୁଦ୍ଧକୁ ଡେଇଁଲା ଚାଇନା! ବିଶ୍ୱରେ ଚହଳ…

ବେଜିଂ,୧୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଏକ ସାମ୍ପ୍ରତିକ ଆମେରିକାର ରିପୋର୍ଟ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ଇରାନକୁ ସାମରିକ ଏବଂ ବୈଷୟିକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri