ଓ୍ବାଶିଂଟନ,୬।୨: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ଆକ୍ସନ ମୁଡ୍ରେ ନଜର ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କାର୍ଯ୍ୟକାଳ ଆରମ୍ଭ ହେବା ପରେ ସେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଗୋଟିଏ ଖେଳାଳିଙ୍କ ସହ ଜଡ଼ିତ ରହିଛି। ଟ୍ରମ୍ପ ବୁଧବାର ଏକ ଅଧ୍ୟାଦେଶ ଉପରେ ଦସ୍ତଖତ କରିଛନ୍ତି, ଯେଉଁଥିରେ ମହିଳା ବର୍ଗର ଖେଳରେ ଟ୍ରାନ୍ସଜେଣ୍ଡର(ତୃତୀୟ ଲିଙ୍ଗୀ) ଖେଳାଳି ଭାଗ ନେଇପାରିବେ ନାହିଁ ବୋଲି କୁହାଯାଇଛି।
ଯେଉଁମାନେ ଜନ୍ମ ସମୟରେ ପୁରୁଷ ଥିଲେ ଏବଂ ପରେ ନିଜର ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଥିବେ, ସେମାନଙ୍କ ଉପରେ ଟ୍ରମ୍ପଙ୍କ ଏହି ଆଦେଶ ଲାଗୁ ହେବ। ପୁରୁଷଙ୍କୁ ମହିଳାଙ୍କ ଖେଳରୁ ଦୂରରେ ରଖାଯିବା ଉଚିତ ବୋଲି ଟ୍ରମ୍ପ ନିଜ ଅଭିଯାନରେ କହିଛନ୍ତି। ତେବେ ଟ୍ରମ୍ପଙ୍କ ନୂଆ ଆଦେଶ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଉପରେ କି ପ୍ରଭାବ ପକାଇବ ତାହା ଏବେ ସ୍ପଷ୍ଟ ହୋଇନାହିଁ।


