ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍‌…

ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍‌ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ତେବେ ଆମେରିକା ତୈଳ ରଣନୀତି ବିଫଳ ହୋଇଛି। ତୈଳ ଉତ୍ପାଦନ ହ୍ରାସ କରିବା ନିଷ୍ପତି ରୋକିବା ଲାଗି ସମସ୍ତ ପ୍ରୟାସ ଶେଷରେ ବେକାର ହୋଇଛି। ଉତ୍ପାଦନ ହ୍ରାସ ଯୋଜନାରେ ଓପେକ ଅଟଳ ରହିଛି। ଏହି ପଦକ୍ଷେପ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏବଂ ସୌଦି ରାଜ ପରିବାର ମଧ୍ୟରେ ମତଭେଦ ସୃଷ୍ଟି କରିବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଉଭୟ ପରସ୍ପରର ବିଶ୍ୱସ୍ତ ସହଯୋଗୀ ରହିଥିଲେ।

ସୂତ୍ରରୁ ପ୍ରକାଶ ଯେ ଓପେକ୍‌ ଦେଶ ଦ୍ୱାରା ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ହ୍ବାଇଟ ହାଉସ ବହୁ ଉଦ୍ୟମ କରିଥିଲା। ୟୁକ୍ରେନ ଯୁଦ୍ଧ ସମୟରେ ରୁଷିଆର ଶକ୍ତି ରାଜସ୍ବକୁ ସୀମିତ ରଖିବାକୁ ଚେଷ୍ଟା କରୁଥିବାବେଳେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଆମେରିକାର ତେଲର ମୂଲ୍ୟ ପୁଣି ବୃଦ୍ଧି ପାଇବ ବୋଲି ବାଇଡେନ ଆଶା କରିଛନ୍ତି। କିନ୍ତୁ ଓପେକ ଦେଶର ଉତ୍ପାଦନ ହ୍ରାସ ଯୋଗୁ ସମସ୍ତ ଯୋଜନା ଫସର ଫାଟି ଯାଇଛି।

କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଥିଲେ। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର ଠାରୁ ପ୍ରଯୁଜ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏହି ପଦକ୍ଷେପ ବିଶ୍ୱର ଅର୍ଥନୀତିକୁ ପୁଣି ସଙ୍କଟ ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ଏବଂ ଏହାର ସହଯୋଗୀ ସଦସ୍ୟଙ୍କ ତୈଳ ଉତ୍ପାଦନ କୋଟା ହ୍ରାସକୁ ନେଇ ହ୍ବାଇଟ ହାଉସ ନିରାଶ ହୋଇଛି। ଓପେକ ଏବଂ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା କଟକଣାକୁ ସମାଲୋଚନା କରି ହ୍ବାଇଟ ହାଉସ ଏହା ଏକ ଅଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଥିଲା। ହ୍ବାଇଟ ହାଉସର ମୁଖପାତ୍ର କରାଇନ ଜିନ-ପିୟରେ ଏୟାରଫୋର୍ଓ ୱାନରେ ଗଣମାଧ୍ୟମକୁ କହିଥିଲେ ଏହା ସ୍ପଷ୍ଟ ଯେ ଓପେକ ଏବଂ ସହଯୋଗୀମାନେ ରୁଷିଆ ସହ ମିଶିଛନ୍ତି। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଏବଂ ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିଜ ଏକ ବିବୃତ୍ତିରେ କହିଥିଲେ ଭ୍ଲାଡିମିର ପୁଟିନଙ୍କ ଆକ୍ରମଣ ଯୋଗୁ ବିଶ୍ୱ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଥିବା ବେଳେ ଓପେକ ଦେଶଗୁଡିକର ଏଭଳି କାର୍ଯ୍ୟ ପୁଣି ସଙ୍କଟ ସୃଷ୍ଟି କରିବ। ଏହା ଦ୍ୱାରା ମଧ୍ୟମ ଆୟକାରୀ ଦେଶ ଅଧିକ ପ୍ରଭାବିତ ହେବେ। ସେମାନେ ପୂର୍ବରୁ ଉଚ୍ଚ ଶକ୍ତି ମୂଲ୍ୟ ସହ ସଂଗ୍ରାମ କରୁଛନ୍ତି। ଏହା ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri