ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍‌…

ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍‌ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ତେବେ ଆମେରିକା ତୈଳ ରଣନୀତି ବିଫଳ ହୋଇଛି। ତୈଳ ଉତ୍ପାଦନ ହ୍ରାସ କରିବା ନିଷ୍ପତି ରୋକିବା ଲାଗି ସମସ୍ତ ପ୍ରୟାସ ଶେଷରେ ବେକାର ହୋଇଛି। ଉତ୍ପାଦନ ହ୍ରାସ ଯୋଜନାରେ ଓପେକ ଅଟଳ ରହିଛି। ଏହି ପଦକ୍ଷେପ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏବଂ ସୌଦି ରାଜ ପରିବାର ମଧ୍ୟରେ ମତଭେଦ ସୃଷ୍ଟି କରିବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଉଭୟ ପରସ୍ପରର ବିଶ୍ୱସ୍ତ ସହଯୋଗୀ ରହିଥିଲେ।

ସୂତ୍ରରୁ ପ୍ରକାଶ ଯେ ଓପେକ୍‌ ଦେଶ ଦ୍ୱାରା ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ହ୍ବାଇଟ ହାଉସ ବହୁ ଉଦ୍ୟମ କରିଥିଲା। ୟୁକ୍ରେନ ଯୁଦ୍ଧ ସମୟରେ ରୁଷିଆର ଶକ୍ତି ରାଜସ୍ବକୁ ସୀମିତ ରଖିବାକୁ ଚେଷ୍ଟା କରୁଥିବାବେଳେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଆମେରିକାର ତେଲର ମୂଲ୍ୟ ପୁଣି ବୃଦ୍ଧି ପାଇବ ବୋଲି ବାଇଡେନ ଆଶା କରିଛନ୍ତି। କିନ୍ତୁ ଓପେକ ଦେଶର ଉତ୍ପାଦନ ହ୍ରାସ ଯୋଗୁ ସମସ୍ତ ଯୋଜନା ଫସର ଫାଟି ଯାଇଛି।

କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଥିଲେ। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର ଠାରୁ ପ୍ରଯୁଜ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏହି ପଦକ୍ଷେପ ବିଶ୍ୱର ଅର୍ଥନୀତିକୁ ପୁଣି ସଙ୍କଟ ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ଏବଂ ଏହାର ସହଯୋଗୀ ସଦସ୍ୟଙ୍କ ତୈଳ ଉତ୍ପାଦନ କୋଟା ହ୍ରାସକୁ ନେଇ ହ୍ବାଇଟ ହାଉସ ନିରାଶ ହୋଇଛି। ଓପେକ ଏବଂ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା କଟକଣାକୁ ସମାଲୋଚନା କରି ହ୍ବାଇଟ ହାଉସ ଏହା ଏକ ଅଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଥିଲା। ହ୍ବାଇଟ ହାଉସର ମୁଖପାତ୍ର କରାଇନ ଜିନ-ପିୟରେ ଏୟାରଫୋର୍ଓ ୱାନରେ ଗଣମାଧ୍ୟମକୁ କହିଥିଲେ ଏହା ସ୍ପଷ୍ଟ ଯେ ଓପେକ ଏବଂ ସହଯୋଗୀମାନେ ରୁଷିଆ ସହ ମିଶିଛନ୍ତି। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଏବଂ ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିଜ ଏକ ବିବୃତ୍ତିରେ କହିଥିଲେ ଭ୍ଲାଡିମିର ପୁଟିନଙ୍କ ଆକ୍ରମଣ ଯୋଗୁ ବିଶ୍ୱ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଥିବା ବେଳେ ଓପେକ ଦେଶଗୁଡିକର ଏଭଳି କାର୍ଯ୍ୟ ପୁଣି ସଙ୍କଟ ସୃଷ୍ଟି କରିବ। ଏହା ଦ୍ୱାରା ମଧ୍ୟମ ଆୟକାରୀ ଦେଶ ଅଧିକ ପ୍ରଭାବିତ ହେବେ। ସେମାନେ ପୂର୍ବରୁ ଉଚ୍ଚ ଶକ୍ତି ମୂଲ୍ୟ ସହ ସଂଗ୍ରାମ କରୁଛନ୍ତି। ଏହା ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri