ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକାର ଓକିଲ ମାଥ୍ୟୁ ଜି. ଓଲସେନ୍ କହିଛନ୍ତି ଯେ ନିଖିଲ ଗୁପ୍ତା (୫୨) ଙ୍କ ଉପରେ ସୁପାରୀ ଦେଇ ହତ୍ୟା କରିବାକୁ ଯୋଜନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯେଉଁଥିରେ ତାଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ନ୍ୟୁୟର୍କ ସହରରେ ରହୁଥିବା ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ପାଇଁ ଗୁପ୍ତା ହତ୍ୟାକାରୀଙ୍କୁ ଏକ ଲକ୍ଷ ଆମେରିକୀୟ ଡଲାର ଦେଇଥିବା ନିଖିଳ ସ୍ୱୀକାର କରିଛନ୍ତି। ଅଭିଯୋଗ ଅନୁଯାୟୀ, “ଜୁନ ୯, ୨୦୨୩ ରେ ଗୁପ୍ତା ହତ୍ୟାକାଣ୍ଡ ପାଇଁ ଚୁକ୍ତି କରିଥିଲେ, ଆଡଭାନ୍ସ ପେମେଣ୍ଟ ପାଇଁ ସେ ଜଣେ ସହଯୋଗୀଙ୍କ ପାଇଁ ନ୍ୟୁୟର୍କର ମ୍ୟାନହଟନରେ ହତ୍ୟାକାରୀଙ୍କୁ ୧୫ ହଜାର ଆମେରିକୀୟ ଡଲାର ନଗଦ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ।

ଏହି ମାମଲାରେ ଆମେରିକାର ନାଗରିକଙ୍କ ନାମକରଣ କରାଯାଇ ନାହିଁ, କିନ୍ତୁ ଫାଇନାନସିଆଲ ଟାଇମ୍ସ ଗତ ସପ୍ତାହରେ ଏକ କାହାଣୀ ପ୍ରକାଶ କରି ନାମ ନଥିବା ସୂତ୍ରରୁ ପ୍ରକାଶ ଯେ ଏଥିରେ ଆମେରିକାର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ‘ଶିଖ ଫର ଜଷ୍ଟିସ’ ସଂଗଠନର ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରାଯାଇଥିଲା। ଯାହା ବିଫଳ ହୋଇଥିଲା। ଏହା ସହିତ ଖବରରେ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ସଂପର୍କରେ ଭାରତ ସରକାରଙ୍କୁ ଏକ ଚେତାବନୀ ମଧ୍ୟ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

ଅବତରଣବେଳେ ରନ୍‌ଓ୍ବେରେ ପିଟିହେଲା ବିମାନ

ଦିଲ୍ଲୀ,୨୧ା୫: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାରଇଣ୍ଡିଆର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନ AI ୨୬୫୧ର…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

ଅଭିଷେକଙ୍କୁ ବଡ଼ ଆଶ୍ୱସ୍ତି, ହେଲେ କରିପାରିବେନି ବିଦେଶ ଯାତ୍ରା

କୋଲକାତା,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ତୃଣମୂଳ କଂଗ୍ରେସ ନେତା ଏବଂ ଏମପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri