ମାଷ୍ଟରକାର୍ଡ ବ୍ୟାନ୍‌କୁ ୟୁଏସ୍‌ର ସମାଲୋଚନା

ନୂଆଦିଲ୍ଲୀ,୨୧।୯

ଭାରତରେ ନୂଆ କାର୍ଡ ଜାରି କରିବା ନେଇ ମାଷ୍ଟରକାର୍ଡ ଉପରେ ରିଜର୍ଭ ବ୍ୟାଙ୍କ ଜୁଲାଇରେ କଟକଣା ଲଗାଇଛି। ଏଭଳି ପଦକ୍ଷେପକୁ ଅତ୍ୟନ୍ତ କଠୋର ବୋଲି ଆମେରିକାର ଜଣେ ବାଣିଜି୍ୟକ ପ୍ରତିନିଧି ସମାଲୋଚନା କରିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନେକ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଛି ବୋଲି ଅଧିକାରୀ କହିଛନ୍ତି। ଏ ନେଇ ଏକ ଇ-ମେଲ୍‌ ରଏଟର୍ସର ହସ୍ତଗତ ହୋଇଥିବା ବେଳେ ଏହାକୁ ନେଇ ସେଠାକାର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପ୍ରିଲରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଥମେ ଆମେରିକା ଏକ୍ସପ୍ରେସ ଏବଂ ଡିନର୍ସ କ୍ଲବ ଇଣ୍ଟରନ୍ୟାଶନାଲ ଉପରେ କାର୍ଡ ଜାରି କରିବା ଉପରେ ନିଷେଧାଦେଶ ଜାରି କରିଥିଲା। ଏହା ପରେ ପରେ ମାଷ୍ଟରକାର୍ଡ ଉପରେ ସମାନ କଟକଣା ଲାଗୁ ହୋଇଥିଲା। ଏହି କମ୍ପାନୀଗୁଡିକ ସ୍ଥାନୀୟ ଡାଟା ଷ୍ଟୋରେଜ ଆଇନ ଉଲ୍ଲଂଘନ କରିଥିବା ରିଜର୍ଭ ବ୍ୟାଙ୍କ ଅଭିଯୋଗ କରିଛି। ଏ ନେଇ ଆର୍‌ବିଆଇ ସହ ଆଲୋଚନା କରିବା ପ୍ରସଙ୍ଗ ମଧ୍ୟ ଇ-ମେଲ୍‌ରୁ ସ୍ପଷ୍ଟ ହୋଇଛି। ଭାରତ ଗତ କିଛିଦିନ ହେବ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରିଥିବା ଅଂଶୀଦାରମାନେ ଅଭିଯୋଗ ଆଣିଛନ୍ତି ବୋଲି ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ଲାଗି ଡେପୁଟି ଆସିଷ୍ଟାଣ୍ଟ ୟୁଏସ୍‌ ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ ବ୍ରେଣ୍ଡାନ ଏ ଲିଞ୍ଚ ଇ-ମେଲ୍‌ରେ କହିଥିଲେ। ମାତ୍ର ଆମେରିକା ସରକାରଙ୍କ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟୀକରଣ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଶହ କମ୍ପାନୀ ପାଇଛନ୍ତି ଚାଇନା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୬।୯: ଘରୋଇ ବଜାରର ପ୍ରାୟ ୧୬ରୁ ଊର୍ଦ୍ଧ୍ୱ କମ୍ପାନୀ ଚାଇନାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଲାଭ କରିଛନ୍ତି। ୨୦୧୬ ଏପ୍ରିଲରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି...

ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗଲ

ମୁମ୍ବାଇ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏଲ୍‌ଏଲ୍‌ସି (ଗୁଗଲ) ପ୍ରାୟ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ...

ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ...

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା...

ଜିଡିପି କ୍ଷତି ଭରଣା ପାଇଁ ଲାଗିପାରେ ବର୍ଷେ

ନୂଆଦିଲ୍ଲୀ,୨୪।୧୦: ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୨ ଅଙ୍କ ବିଶିଷ୍ଟ ହ୍ରାସ ହେବା ନେଇ ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ୧୦ରୁ ୧୪% ଜିଡିପି...

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା...

ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ...

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା...

Advertisement
Archives

Model This Week