ଆମେରିକାରେ ଶେଷ ହେଲା କରୋନା ପାଇଁ ଲାଗିଥିବା ଜରୁରୀ କାଳୀନ ପରିସ୍ଥିତି

ଓ୍ବାଶିଂଟନ,୧୧।୪: ପ୍ରାୟ ୩ ବର୍ଷ ପୂର୍ବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀ । ଏହାକୁ ନେଇ ସାରା ବିଶ୍ୱର ପ୍ରାୟ ସବୁ ଦେଶରେ ଅନେକ କଟକଣା ଲାଗୁ କରାଯାଇଥିଲା। ଏବେ ଆମେରିକା ସରକାର ଦେଶରେ ଲାଗୁ ହୋଇଥିବା କୋଭିଡ ପବ୍ଲିକ ହେଲଥ ଏମରଜେନ୍ସି ଓ ନ୍ୟାଶନାଲ ଏମରଜେନ୍ସିକୁ ଶେଷ କରିବାକୁ ଘୋଷଣା କରିଛନ୍ତି। ବାଇଡେନ ପ୍ରଶାସନ ଚଳିତ ବର୍ଷ ଜାନୁୟାରୀରେ ଘୋଷଣା କରିଥିଲେ କି କରୋନା ମହାମାରୀର ସଂକ୍ରମଣ ଓ ସ୍ଥିତିର ସମିକ୍ଷା କରିବା ପରେ ୧୧ ମେ’ଠାରୁ ଦେଶରେ ରାଷ୍ଟ୍ରୀୟ ଜରୁରୀକାଳିନ ପରିସ୍ଥିତି ଶେଷ କରିଛନ୍ତି। ଏହାର ଏକ ମାସ ପୂର୍ବରୁ ରାଷ୍ଟ୍ରପତି ଏମରଜେନ୍ସି ହଟାଇବାକୁ ଘୋଷଣା କରିଥିଲେ। ଆମେରିକାରେ ଏହି ଜରୁରୀକାଳିନ ପରିସ୍ଥିତି ଗତ ୩ ବର୍ଷ ହେଲା ଲାଗୁ ହୋଇଥିଲା। କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୨୦୨୦ରେ ଡୋନାଲ୍ଡ ଟ୍ରମ୍ଫ ପ୍ରଶାସନ ଏହି ଏମରଜେନ୍ସି ଲାଗୁ କରିଥିଲେ।

ହ୍ବାଇଟ ହାଉସର ପ୍ରେସ ରିଲିଜରେ କୁହାଯାଇଛି କି ୧୦ ଏପ୍ରିଲ ୨୦୨୩ରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି, ଯେଉଁଥିରେ କରୋନା ଭାଇରସ ମହାମାରୀ ପାଇଁ ଲଗାଯାଇଥିବା ରାଷ୍ଟ୍ରୀୟ ଜରୁରୀକାଳିନ ପରିସ୍ଥିତିକୁ ଶେଷ କରାଯାଇଛି। ଏହି ପ୍ରସ୍ତାବ ଉପରେ ବାଇଡେନ ହସ୍ତାକ୍ଷର କରିଛନ୍ତି, ଏହାକୁ ହାଉସ ଅଫ ରିପ୍ରେଜେଣ୍ଟେଟିଭର ସାଂସଦ ପଲ ଗୋସରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ସଂସଦରେ ଏହାର ସପକ୍ଷରେ ୨୨୯ ଭୋଟ ମିଳିଥିଲା ଓ ଏହା ବିରୋଧରେ ୧୯୭ ଭୋଟ ମିଳିଥିବାରୁ ଏହାକୁ ପାସ କରି ଦିଆଯାଇଥିଲା। ସିନେଟରେ ବି ଏହି ପ୍ରସ୍ତାବକୁ ୬୮-୨୩ ଅନ୍ତରରେ ପାସ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri