ମିଲ୍କ ମନ୍ତ୍ରା ପରିଦର୍ଶନ କଲେ ଆମେରିକା କନ୍‌ସଲ୍‌ ଜେନେରାଲ

ଭୁବନେଶ୍ୱର, ୯।୮: ରାଜ୍ୟର ପ୍ରମୁଖ ଘରୋଇ କମ୍ପାନୀ ତଥା ମିଲ୍କ ବ୍ରାଣ୍ଡ୍‌ ‘ମିଲ୍କ ମନ୍ତ୍ରା’ର ମୁଖ୍ୟାଳୟକୁ ଆମେରିକା କନ୍‌ସଲ୍‌ ଜେନେରାଲ ଜେନିଫର୍‌ ଲାର୍ସନ ତାଙ୍କ ଟିମ୍‌ ଗୁରୁବାର ପରିଦର୍ଶନ କରିଛନ୍ତି। ଏପରିକି ସେ ଏହାର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା ମିଶ୍ରଙ୍କୁ ଭେଟି ଓଡ଼ିଶାରେ ମିଲ୍କ ମନ୍ତ୍ରା ଆରମ୍ଭ କରିବାର ତାଙ୍କର ଅନନ୍ୟ ଉଦ୍ୟୋଗୀ ଯାତ୍ରା ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ପୁରୀଠାରେ ଏକ ନୂତନ ପ୍ଲାଣ୍ଟ ନିର୍ମାଣ ପାଇଁ ମିଲ୍କ ମନ୍ତ୍ରା ୨୦୨୦ରେ ୟୁଏସ୍‌ ଡେଭ୍‌ଲପ୍‌ମେଣ୍ଟ ଫାଇନାନ୍ସ୍‌ କର୍ପୋରେଶନରୁ ୧୦ମିଲିୟନ ଡଲାର ପାଣ୍ଠି ସଂଗ୍ରହ କରିଥିଲା। ଏପରିକି ଏହି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାଠାରୁ ଆରମ୍ଭକରି ଚାଷୀମାନଙ୍କ ଆର୍ଥତ୍କ ଜୀବନଶୈଳୀ ତଥା ଜୀବିକାରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ବଜାରରେ ମିଲ୍କ ମନ୍ତ୍ରାର ନୂତନ ଉପତ୍ାଦମାନ ଆଣି ସମ୍ପ୍ରସାରଣ କରିବାରେ ଏହି ପ୍ଲାଣ୍ଟ ବେଶ୍‌ ସହାୟକ ହେବ।

ଏଥିମଧ୍ୟରେ ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ମିଲ୍କ ମନ୍ତ୍ରା ବୋର୍ଡରେ ରହିବା ସଙ୍ଗେ ସଙ୍ଗେ ଏଆଇ ଓ ଡିସ୍ରୋଲାଇଜ୍‌ଡ୍‌ ଫାଇନାନ୍ସ୍‌ କ୍ଷେତ୍ରରେ ନିଜର ନୂତନ ବ୍ୟବସାୟ ‘ଆର୍ନା’ ଆରମ୍ଭ କରିଛନ୍ତି। ଆମେରିକା ପ୍ରତିନିଧି ଟିମ୍‌ରେ ଆର୍ଥିକ ମୁଖ୍ୟ ଫ୍ରାଙ୍କ୍‌ ଟ୍ୟାଲୁଟୋ, ବାଣିଜ୍ୟ ମୁଖ୍ୟ ରାଘବନ୍‌ ଶ୍ରୀନିବାସନ୍‌, ରାଜନୈତିକ ପରାମର୍ଶଦାତା ଶ୍ରୀମାଲି କରୀ, ଅର୍ଥନୈତିକ ପରାମର୍ଶଦାତା ଶିବପ୍ରସାଦ ତ୍ରିପାଠୀ ଏବଂ ବାଣିଜ୍ୟ ପରାମର୍ଶଦାତା ସୁନୀଲ୍‌ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri