ଆମେରିକାର ଚିନ୍ତା ବଢ଼ିଲା: ରୁଷିଆ ବିକଶିତ କରୁଛି ଆଣବିକ କ୍ଷେପଣାସ୍ତ୍ର, ସାଟେଲାଇଟକୁ ନିମିଷକେ କରିବ ଧ୍ୱଂସ…

ମସ୍କୋ/ଓ୍ବାଶିଂଟନ,୧୮।୨ : ମହାକାଶରେ କୌଣସି ଉପଗ୍ରହକୁ ନଷ୍ଟ କରିବା ଏବେ ଦମ୍ଭବ ହେବ। ପୃଥିବୀରୁ ଏକ କ୍ଷେପଣାସ୍ତ୍ର ମହାକାଶକୁ ଯାଇ ନିର୍ଦ୍ଦିଷ୍ଟ ଉପଗ୍ରହକୁ ନଷ୍ଟ କରିପାରିବ। ରୁଷିଆ ଏଭଳି ଶକ୍ତିଶାଳୀ ଆଣବିକ ମହାକାଶ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହାର ବିସ୍ଫୋରଣ ହେଲେ ଏକ ବିରାଟ ଶକ୍ତି ତରଙ୍ଗ ସୃଷ୍ଟି ହେବ, ଯାହା ଉପଗ୍ରହକୁ ନଷ୍ଟ କରିଦେବ। ଏହା ଦ୍ୱାରା ସେଲଫୋନରେ କଥାବାର୍ତ୍ତା, ବିଲ ପେମେଣ୍ଟ ଏବଂ ଇଣ୍ଟରନେଟ ସର୍ଫିଂକୁ ବ୍ୟାହତ କରିବ। ୟ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁପ୍ତଚର ବିଭାଗ ପକ୍ଷରୁ କୁହାଯାଇଛି ରୁଷିଆ ଏଭଳି ବିପଜ୍ଜନକ କ୍ଷେପଣାସ୍ତ୍ର ବିକଶିତ କରିବା ଜାରି ରଖିଛି।

ଆମେରିକାର ହାଉସ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ମାଇକ ଟର୍ନର ଏକ ବିବୃତ୍ତିରେ କହିଛନ୍ତି ତାଙ୍କ ପ୍ୟାନେଲ ପାଖରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ସୂଚନା ରହିଛି। ରାଷ୍ଟ୍ରପତି ଜୋ ବାଇଡେନ ସର୍ବସାଧାରଣରେ ନିଶ୍ଚିତ କରିଛନ୍ତି ଟର୍ନର ଏକ ନୂତନ ରୁଷିଆ ଆଣବିକ କ୍ଷେପଣାସ୍ତ୍ର ବିଷୟରେ କହୁଛନ୍ତି। ତେବେ ଗୁପ୍ତଚର ସୂଚନା ଦର୍ଶାଇ ଅଧିକାରୀମାନେ ଏହା ଉପରେ ଆଲୋଚନା କରିବାକୁ ମନା କରି ଦେଇଛନ୍ତି। ଏହି ଅସ୍ତ୍ର ବର୍ତ୍ତମାନ ସୁଦ୍ଧା ତିଆରି ହେଉଛି। ବର୍ତ୍ତମାନ ଏହି ପିବଜ୍ଜନକ ଅସ୍ତ୍ର ପୃଥିବୀ କକ୍ଷରେ ନାହିଁ।

ଖବର ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯଦି ଏହାକୁ ବ୍ୟବହାର କରାଯାଏ ତେବେ ଏହା ପରମାଣୁ ଅସ୍ତ୍ର ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ ସମୟ ହେବ। ଏହା ବୈନନ୍ଦିନ ଜୀବନରେ ଅସୁବିଧା ସୃଷ୍ଟି କରିପାରିବ ଯାହା ପୂର୍ବାନୁମାନ କରିବା କଷ୍ଟକର। ଏହିପରି ଅସ୍ତ୍ରଗୁଡିକ ମହାକାଶ ବିଶେଷଜ୍ଞମାନଙ୍କୁ ଆଣବିକ ଇଏମପି ଭାବରେ ଜଣାଶୁଣା। ଏଗୁଡ଼ିକ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ଏବଂ ଅତ୍ୟଧିକ ଚାର୍ଜଯୁକ୍ତ କଣିକାର ଏକ ବନ୍ୟା ଆଣିଥାଏ, ଯାହା ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହକୁ ବାଧା ଦେବାକୁ ସକ୍ଷମ ହେବ।

ବାଇଡେନ କହିଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଯାହା କରୁଛନ୍ତି କିମ୍ବା କରିବେ ତାହା ଉପଗ୍ରହ ଏବଂ ମହାକାଶ ସହିତ ଜଡିତ। ସେ ଉପଗ୍ରହକୁ ସମ୍ଭବତଃ କ୍ଷତି ପହଞ୍ଚାଇବେ। ଦୀର୍ଘ ଦିନ ଧରି ପ୍ରତିରକ୍ଷା ବିଭାଗ ଓଏମପି ସମେତ ଉପଗ୍ରହ ବିରୋଧୀ ଅସ୍ତ୍ରଶସ୍ତ୍ରର ବିକାଶ ଉପରେ ନଜର ରଖିଛି। ଜଣେ ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁସାରେ, ପରମାଣୁ କ୍ଷମତାର ବିକାଶ ସମ୍ପର୍କରେ ଗତ କିଛି ମାସ ମଧ୍ୟରେ ଗୁପ୍ତଚର ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri