ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର ମହାକାଶଯାନ ଆମେରିକୀୟ ଉପଗ୍ରହ ଉପରେ ଗୁପ୍ତଚରୀ କରୁଛି।

ଟୋଙ୍ଗସିନ ଜିଶୁ ଶିଆନ ୱିକ୍ସିଂ ଅର୍ଥାତ୍‌ ଟିଜେଏସ-୩ ନାମକ ଏହି ମହାକାଶଯାନକୁ ଚାଇନା ଏକ ପରୀକ୍ଷାମୂଳକ ଯୋଗାଯୋଗ ଉପଗ୍ରହ ବୋଲି କହିିଛି। ଏହା ୨୦୧୮ ର ଶେଷ ଭାଗରେ ଜିଓଷ୍ଟେଶନାରୀ କକ୍ଷପଥକୁ ଏହାକୁ ଲଞ୍ଚ କରାଯାଇଥିଲା। ଏହା ପରେ ସେଥିରେ ଆଉ ଏକ ଛୋଟ ଉପ-ଉପଗ୍ରହ ଯୋଡା ଯାଇଥିଲା। ଛୋଟ ଉପଗ୍ରହକୁ ଟିଜେଏସ-୩ର ସାମର୍ଥ୍ୟ ବଢ଼ାଇବାରେ ସାହାଯ୍ୟ କରିବାକୁ ପଠାଯାଇଥିଲା। ଚାଇନାର ଏହି କାର୍ଯ୍ୟ ଆମେରିକା ସହିତ ମହାକାଶ ଯୁଦ୍ଧର ବିପଦକୁ ବଢ଼ାଇ ଦେଇଛି।

ଅର୍ବିଟାଲ ତଥ୍ୟ ଦର୍ଶାଇଛି ଯେ ଟିଜେଏସ-୩ ନିକଟରେ ଆମେରିକାର ଉପଗ୍ରହଗୁଡ଼ିକର ପାଖାପାଖି ହୋଇଥିଲା। ଅର୍ବିଟାଲ ଫୋକାଲ ନାମକ ଏକ ଟୁଇଟର ଆକାଉଣ୍ଟ, ଉଭୟର କକ୍ଷପଥକୁ ଦର୍ଶାଇ କହିଛି ଯେ ଏହା ଚାଇନାର ମହାକାଶଯାନ ଜିଓଷ୍ଟେଶନାରୀ ବେଲ୍ଟରେ ବୁଲୁଛି। କିନ୍ତୁ, ନିକଟରେ ଆମେରିକାର ଉପଗ୍ରହ ୟୁଏସଏ-୨୩୩ ଏବଂ ୟୁଏସଏ-୨୯୮ର କାର୍ଯ୍ୟକଳାପ ଦେଖିବାକୁ ପାଖାପାଖି ହୋଇ କିଛି ସମୟ ସ୍ଥିର ରହିଥିଲା।

ଚାଇନାର ମହାକାଶଯାନ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଆମେରିକୀୟ ଉପଗ୍ରହଗୁଡ଼ିକ ହେଉଛି ଆମେରିକାର ସ୍ପେସ ଫୋର୍ସର ସାମରିକ ଯୋଗାଯୋଗ ଉପଗ୍ରହ । ଚାଇନା ଉପଗ୍ରହ କାହିଁକି ଗତି ନ କରି ରହି ଯାଇଥିଲା ସେ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri