ସିରିଆରେ ଆମେରିକାର ବୋମାମାଡ, ଇରାନ ଶିବିର ଧ୍ୱଂସ…

ଦାମାସକସ,୧୩।୧୧ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ଶିବିର ଉପରେ ଆକ୍ରମଣ କରୁଛି। ଏହି ସମୟରେ ଆମେରିକା ସିରିଆରେ ଇରାନ ଶିବିରକୁ ଟାର୍ଗେଟ କରିଛି। ଏହି ବେସଗୁଡିକ ଉପରେ ଏହା ହେଉଛି ଆମେରିକାର ତୃତୀୟ ଥର ବୋମାମାଡ। ସୂଚନା ପ୍ରଦାନ କରି ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଆମେରିକୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଜବାବରେ ସିରିଆରେ ଇରାନର ଦୁଇଟି ଶିବିର ଉପରେ ଆକ୍ରମଣ କରାଯାଇଛି।

ଇରାକ ଏବଂ ସିରିଆରେ ଆମେରିକା ବିରୋଧରେ ଚାଲିଥିବା ଆକ୍ରମଣର ଜବାବରେ ଆମର ସୈନ୍ୟମାନେ ପୂର୍ବ ସିରିଆରେ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ ଦ୍ୱାରା ବ୍ୟବହୃତ ଯନ୍ତ୍ରପାତି ଉପରେ ସଠିକ ଷ୍ଟ୍ରାଇକ କରିଥିଲେ ବୋଲି ଅଷ୍ଟିନ ଏକ ବିବୃତ୍ତିରେ କହିଛନ୍ତି। ଅଲବୁ କମଲ ଏବଂ ମାୟାଦିନ ସହରରେ ଅବସ୍ଥିତ ତାଲିମ କେନ୍ଦ୍ର ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହା ପୂର୍ବରୁ ଅକ୍ଟୋବର ୨୬ରେ ମଧ୍ୟ ସିରିଆ ଉପରେ ଆମେରିକା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆମେରିକାର କହିବାନୁସାରେ, ଇରାକ ଏବଂ ସିରିଆରେ ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ କରାଯାଉଛି। ଅକ୍ଟୋବର ୧୭ ରେ ୪୫ ରୁ ଅଧିକ ଆମେରିକୀୟ କର୍ମଚାରୀ ଆହତ ହୋଇଥିଲେ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ପରଠାରୁ ଆମେରିକାର କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ବୃଦ୍ଧି ଘଟିଛି। ଏହା ପରେ ଆମେରିକାର ସେନା ପ୍ରତିଶୋଧ ନେଇ ସିରିଆରେ ଥିବା ଟାର୍ଗେଟ ଉପରେ ଆକ୍ରମଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri