କାନ୍ସରେ ମହଙ୍ଗା ଡ୍ରେସ୍‌ ପିନ୍ଧି ଓହ୍ଲାଇଲେ ଉର୍ବଶୀ, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ସ୍ବତନ୍ତ୍ର ଫ୍ୟାଶନ ସେନ୍ସ ପାଇଁ ଜଣାଶୁଣା। ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ର ରେଡ କାର୍ପେଟରେ ସେ ତାଙ୍କର ପ୍ରଥମ ଲୁକ ସହିତ ହଇଚଇ ସୃଷ୍ଟି କରିଛନ୍ତି। କାନ୍ସର ପ୍ରଥମ ଦିନରେ, ଉର୍ବଶୀ ଏକ ସୁନ୍ଦର ଏବଂ ମହଙ୍ଗା ଗାଉନ ପିନ୍ଧି ରେଡ କାର୍ପେଟରେ ଚାଲିଥିଲେ। ଏହି ଗାଉନର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାନ୍ସରେ ଉର୍ବଶୀ ପିନ୍ଧିଥିବା କଷ୍ଟମ-ମେଡ ଗାଉନ ପ୍ରସିଦ୍ଧ ଡିଜାଇନର୍‌ ମାଇକେଲ ସିଙ୍କୋଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା ଏହାର ମୂଲ୍ୟ ପ୍ରାୟ ୪.୮ ମିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୪୦ କୋଟି ଟଙ୍କା।

ଏହି ଗାଉନର ବିଶେଷତ୍ୱ କେବଳ ଏହାର ମୂଲ୍ୟ ନୁହେଁ ବରଂ ଏହାର ଚମତ୍କାର ଡିଜାଇନ ମଧ୍ୟ। ଉର୍ବଶୀଙ୍କ ଏହି ଗାଉନ ମେକ୍ସିକାନ କଳା ଦ୍ୱାରା ଅନୁପ୍ରାଣିତ। ଏହାକୁ ତିଆରି କରିବାରେ ହଜାର ହଜାର ଘଣ୍ଟା ଲାଗିଥିଲା ଏବଂ ଏଥିରେ ସ୍ଫଟିକ, ମୂଲ୍ୟବାନ ହୀରା ଏବଂ ବିଭିନ୍ନ ପ୍ରକାରର କପଡ଼ା ବ୍ୟବହାର କରାଯାଇଥିଲା। ଏହି ଗାଉନର ଡିଜାଇନ ମେକ୍ସିକାନ ଏବଂ ଆଜଟେକ କଳାକୁ ପ୍ରତିଫଳିତ କରେ। ମାଇକେଲ ସିଙ୍କୋଙ୍କୁ ପୂର୍ବରୁ ଶ୍ରେଷ୍ଠ ଡିଜାଇନର୍ମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ତାଙ୍କ ନାମ ଏହି ଗାଉନର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି। ଏହି ଗାଉନ କାନ୍ସ ଭଳି ଏକ ବଡ଼ କାର୍ଯ୍ୟକ୍ରମ ପାଇଁ ଏକ ଉପଯୁକ୍ତ ପସନ୍ଦ ଥିଲା, ଯାହା ଉର୍ବଶୀଙ୍କୁ ରେଡ କାର୍ପେଟରେ ଭିନ୍ନ ଏବଂ ସ୍ବତନ୍ତ୍ର କରିଥିଲା।

କେବଳ ଗାଉନ ନୁହେଁ, ଉର୍ବଶୀ ତାଙ୍କୁ ଆହୁରି ସୁନ୍ଦର ଦେଖାଯିବା ପାଇଁ କୋଟି କୋଟି ଟଙ୍କାର ଅଳଙ୍କାର ପିନ୍ଧିଥିଲେ। ତାଙ୍କ ଅଳଙ୍କାରର ମୋଟ ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ସୂଚନା ଅନୁଯାୟୀ, ଏହି ଭାରତୀୟ ଅଭିନେତ୍ରୀ ୧୫୧ ନିୟୁତ ଡଲାର ଅର୍ଥାତ୍‌ ୧୨ ଶହ ୮୮ କୋଟି ୯୮ ଲକ୍ଷ ୨୧ ହଜାର ୪୮ ଟଙ୍କା (ପ୍ରାୟ ୧୩୦୦ କୋଟି) ମୂଲ୍ୟର ଅଳଙ୍କାର (ମୁକୁଟ ଏବଂ କାନଫୁଲ) ପିନ୍ଧିଥିଲେ। ତାଙ୍କ ଅଳଙ୍କାରରେ ମୁସାଏଫ ରେଡ ଡାଇମଣ୍ଡ, ଓପେନହାଇମର ବ୍ଲୁ ଡାଇମଣ୍ଡ, ଡ୍ରେସଡେନ ଗ୍ରୀନ ଡାଇମଣ୍ଡ ଏବଂ ଟିଫାନି ୟେଲୋ ଡାଇମଣ୍ଡ ଭଳି ଅନେକ ଦାମୀ ହୀରା ବ୍ୟବହାର କରାଯାଇଥିଲା। ଏହି ଅଳଙ୍କାର ବ୍ୟତୀତ, ଉର୍ବଶୀ ଜୁଡିଥ ଲିବରଙ୍କ ଏକ ଲାଲ ରଙ୍ଗର ଶୁଆ ଆକୃତିର ପ୍ରକୃତ ହୀରା କ୍ଲଚ (ପର୍ସ) ମଧ୍ୟ ଧରିଥିଲେ, ଯାହାର ମୂଲ୍ୟ ପ୍ରାୟ ୬ ଲକ୍ଷ ବୋଲି କୁହାଯାଉଛି। ଉର୍ବଶୀଙ୍କ ଏହି ଲୁକର ମୂଲ୍ୟ ଶାହରୁଖ ଖାନଙ୍କ ମନ୍ନତ ଅପେକ୍ଷା ଅନେକ ଗୁଣ ଅଧିକ। ମନ୍ନତର ମୂଲ୍ୟ ପ୍ରାୟ ୨୦୦ କୋଟି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri