ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଦେଲେ ଗୁରୁ ପ୍ରେମଆନନ୍ଦ, ତଦନ୍ତ ହେଲେ…

ଭୁବନେଶ୍ୱର,୨୨।୧୧:ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷେ ମ୍ୟାନେଜର ମଧ୍ୟ ତାଙ୍କ ମା’ ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି। ଏପରି କି ତାଙ୍କ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରାୟ ସମସ୍ତେ ନିନ୍ଦା କରୁଛନ୍ତି।

ଏହାରି ମଧ୍ୟର ପ୍ରେମଆନନ୍ଦ ଯିଏଥିଲେ ହ୍ୟୁମାନଙ୍କ ଗୁରୁ, ବା କୁହାଯାଇପାରେ ଇଣ୍ଡଷ୍ଟ୍ରିରେ ଯଦି ହ୍ୟୁମାନ କାହାକୁ ଅଧିକ ଭୟ, ଭକ୍ତି,ଭଲପାଉଥିଲେ ସେ ହେଲେ ମ୍ୟୁଜିକ୍‌ ଗୁରୁ ପ୍ରେମଆନନ୍ଦ ସାର। ସେ ହ୍ୟୁମାନଙ୍କୁ ଭଲରେ ଜାଣିଥିଲେ। ହ୍ୟୁମାନଙ୍କ କଥା ତାଙ୍କ ପାଖେ କିଛି ଅଛପା ନଥିଲା। ତାଙ୍କ ସବୁ କଥା ତାଙ୍କୁ ଜଣାଥିଲା। ସେହି ପ୍ରେମଆନନ୍ଦ ଏବେ କହୁଛନ୍ତି ତାଙ୍କ ମୃତ୍ୟୁର ତଦନ୍ତ ହେଉ। ଗୋଟେ ପ୍ରକାର ଏହାବି କିଛି ସୂଚାଉଛି ପ୍ରେମଆନନ୍ଦ କିଛି ଜାଣିଛନ୍ତି। ତେବେ ପ୍ରେମଆନନ୍ଦ କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋଶନାଲ ଟ୍ରାପ କରାଯାଉଥିଲା। ତାଙ୍କ ଶାରୀରିକ ଅସୁସ୍ଥତା କଷ୍ଟ ଦେଉଥିଲା। ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ ନୁହେଁ। ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ।

ଅନ୍ୟପକ୍ଷେ, ସେକହିଛନ୍ତି  ସୋସିଆଲ ମିଡିଆ ଟ୍ରୋଲ୍‌କୁ ବହୁତ ଡରୁଥିଲେ ହ୍ୟୁମାନ।

 

Dharitri – Odisha’s No.1 Odia Daily

 

 

Share