ସହରୀ ବନ୍ୟା

କର୍ନାଟକରେ ୧୮ ମେ’ରୁ ହୋଇଥିବା ପ୍ରବଳ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ରାଜଧାନୀ ବେଙ୍ଗାଲୁରୁରେ ଜଣେ ନାବାଳକଙ୍କ ସମେତ ୩ ଜଣ ସହରୀ ବନ୍ୟାରେ ପ୍ରାଣ ହରାଇଲେଣି। ସହରୀ ବନ୍ୟା ନାମକରଣର ଯଥାର୍ଥତା ହେଲା ଯେ, ଅଚାନକ ହେଉଥିବା ବର୍ଷାର ଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାରୁ ତାହା ରାସ୍ତା ଉପରେ ବହିଚାଲିଛି। ଫଳରେ ଟ୍ରାଫିକ୍‌ ଜାମ୍‌ ହେବା, ଘର ଭିତରେ ପାଣି ପଶିଯିବା, ବିଦ୍ୟୁତ୍‌କାଟ ଯୋଗୁ ଦେଶର ଆଇଟି ହବ୍‌ ଭାବେ ପରିଚିତ ବେଙ୍ଗାଲୁରୁବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ଭିତରେ ଲୋକେ ଡଙ୍ଗାରେ ଯା’ଆସ କରିବା ଦେଖିବାକୁ ମିଳିଛି। ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ଆସନ୍ତା ୨୨ ତାରିଖ ଯାଏ ବେଙ୍ଗାଲୁରୁକୁ ମିଶାଇ କର୍ନାଟକର ୨୩ ଜିଲାରେ ପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛି।
ଦେଖିବାକୁ ଗଲେ ପ୍ରଥମ ଥର ବେଙ୍ଗାଲୁରୁ ଏଭଳି ସଙ୍କଟ ଦେଇ ଗତି କରି ନାହିଁ। ବିଗତ ବର୍ଷଗୁଡ଼ିକରେ ସମାନ ପ୍ରକାର ଅସୁବିଧା ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ମୌସୁମୀ ଆସିବା ପୂର୍ବରୁ ସହରର ଅବସ୍ଥା ଯେଭଳି ହୋଇଛି, ତାହା ସେଠାକାର ନଗରବାସୀଙ୍କ ଚିନ୍ତାକୁ ଅଧିକ ବଢ଼ାଇ ଦେଇଛି। କେବଳ ବେଙ୍ଗାଲୁରୁ ନୁହେଁ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ବୃହତ୍‌ ନଗରାଞ୍ଚଳରେ ଗତ କିଛି ବର୍ଷ ହେବ ପ୍ରବଳ ବର୍ଷା ଯୋଗୁ ସମାନ ଧରଣର ସ୍ଥିତି ଉପୁଜୁଛି। ଏହାର ନିରାକରଣ ପାଇଁ ହେଉଥିବା ଯୋଜନା ଫଳପ୍ରସୂ ହେଉ ନ ଥିବାରୁ ଆଗକୁ ଜଳପ୍ଳାବନଜନିତ ସଙ୍କଟ ବଢ଼ିବାର ଆଶଙ୍କା ଉପୁଜିଲାଣି। ଉଚ୍ଚ କୋଠାବାଡ଼ି, ଚକଚକିଆ ସଡ଼କ, ଶକ୍ତିଶାଳୀ କେବୁଲ ବିଛେଇ ଭିତ୍ତିଭୂମି ଉନ୍ନତି କରିଦେଲେ ତାହା ବାସ୍ତବ ବିକାଶ ବୋଲି ଧରାଯିବ ନାହିଁ। ଏ କ୍ଷେତ୍ରରେ ସହରର ରୋଡ୍‌ ଇଞ୍ଜିନିୟରିଂକୁ ଆହୁରି ବ୍ୟବସ୍ଥିତ କରାଯିବା ଦରକାର। ଡ୍ରେନ୍‌ଗୁଡ଼ିକ ଜରିଆରେ ବନ୍ୟା ଜଳକୁ ନଦୀ କିମ୍ବା କେନାଲ ଯାଏ ବିନା ବାଧାରେ ପ୍ରବାହିତ ହେବାକୁ ଦିଆଗଲେ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା। କିନ୍ତୁ ଦେଖାଯାଉଛି ଅଧିକାଂଶ ଡ୍ରେନ୍‌ ଅଳିଆଆବର୍ଜନାରେ ପରିପୂର୍ଣ୍ଣ ରହୁଛି। ନର୍ଦ୍ଦମା ସହ ବର୍ଷାପାଣି ମିଶି ଯାଉଥିବାରୁ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇଯାଉଛି। ସହରୀ ବନ୍ୟାର ଏହା ବଡ଼ କାରଣ ପାଲଟିଛି। ବର୍ଷା ହେବା ନେଇ ସତର୍କତା ଜାରି ହେବା ପରେ ଡ୍ରେନ୍‌ଗୁଡ଼ିକୁ ହଠାତ୍‌ ସଫା କରିବା କଦାପି ସମ୍ଭବ ନୁହେଁ। ଏକ ନିୟମିତ ପ୍ରକ୍ରିୟା ଭାବେ ଏହାକୁ ପରିଷ୍କାର ରଖାଗଲେ ପ୍ରବଳ ବର୍ଷା ହେଲେ ମଧ୍ୟ ତତ୍‌କ୍ଷଣାତ୍‌ ସହରୀ ବନ୍ୟାକୁ ଏଡ଼ାଇ ଦିଆଯାଇପାରନ୍ତା। ଆଉ ଏକ ସମସ୍ୟା ହେଲା ସହରରେ ଥିବା ଜଳାଶୟକୁ ପୋତି ଦିଆଯାଇ ତା’ ଉପରେ କୋଠାବାଡ଼ି ନିର୍ମାଣ କରି ଦିଆଯାଉଛି। ବେଙ୍ଗାଲୁରୁ କଥା ଦେଖିଲେ ବୃହତ୍‌ ବେଙ୍ଗାଲୁରୁ ମହାନଗରପାଳ (ବିବିଏମ୍‌ପି) ସର୍ଭେରୁ ଜଣାପଡ଼ିଛି ଯେ, ନଗରର ପରିଧି ଅଞ୍ଚଳରେ ଥିବା ପାଖାପାଖି ୨୦୨ ହ୍ରଦ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଜବରଦଖଲରେ ରହିଛି। ଦିନେ ହଜାରେ ହ୍ରଦର ସହର ଭାବେ ପରିଚିତ ଥିବା ବେଙ୍ଗାଲୁରୁର ଏଭଳି ସ୍ଥିତି ଜଳଧାରଣ କରିବାରେ ଅସହାୟ ହୋଇପଡ଼ିଛି। ୨୦୨୨ ଅଗଷ୍ଟ ବେଳେ ହୋଇଥିବା ବର୍ଷା ଯୋଗୁ ବେଙ୍ଗାଲୁରୁବାସୀ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଥିରୁ ବେଙ୍ଗାଲୁରୁ ନଗର କର୍ତ୍ତୃପକ୍ଷ ଶିକ୍ଷା ଗ୍ରହଣ କରିପାରି ନ ଥିବା ଏବର ସ୍ଥିତି ସୂଚାଇ ଦେଉଛି।
ଏଭଳି ପରିପ୍ରେକ୍ଷୀରେ ଭୁବନେଶ୍ୱରକୁ ଫେରିଲେ ସହରୀ ବନ୍ୟାକୁ କିଛି ବର୍ଷ ହେବ ଏଠାକାର ବାସିନ୍ଦା ପ୍ରତ୍ୟକ୍ଷ କରୁଛନ୍ତି। ମନେପଡ଼େ ୧୯ ସେପ୍ଟେମ୍ବର ୨୦୨୧ରେ ବରମୁଣ୍ଡା ପାଲାମଣ୍ଡପ ସାହିର ଜଣେ ୧୫ ବର୍ଷୀୟ ବାଳକ ଏବଂ ୧୮ ଜୁନ୍‌ ୨୦୨୪ରେ ୟୁନିଟ୍‌ ୩ ଅଞ୍ଚଳରେ ଥିବା ଏକ ଡ୍ରେନ୍‌ରେ ୧୦ ବର୍ଷର ବାଳକ ଭାସି ଯାଇ ପ୍ରାଣହରାଇଥିବା ଘଟଣା। ଡ୍ରେନ୍‌ ଠିକ୍‌ ଭାବେ ସଫା ନ ହେବା ଓ ଜବରଦଖଲ ଦିଗରୁ ଦେଖିଲେ ଭୁବନେଶ୍ୱର ସହରୀ ବନ୍ୟାରୁ ମୁକ୍ତ ହୋଇପାରୁ ନାହିଁ। ସହରର ଅଧିକାଂଶ ଅଞ୍ଚଳ କଂକ୍ରିଟମୟ ହୋଇଯାଇଥିବାରୁ ସାଧାରଣ ବର୍ଷା ଜଳ ଶୋଷିବା ଲାଗି ମାଟି ଦେଖାଯାଉ ନାହିଁ। ଅନ୍ୟ ଏକ ଦିଗକୁ ଦେଖିଲେ ଦେଶର ହାତଗଣତି ମହାନଗର କିମ୍ବା ବିକାଶଶୀଳ ସହରକୁ ରୋଜଗାର ପାଇଁ ଲୋକଙ୍କ ସୁଅ ଛୁଟୁଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେତେ ଲୋକ ରହିବା କଥା, ତାହାଠାରୁ କାହିଁରେ କେତେ ବଢ଼ିଯାଉଥିବାରୁ ସହର ଉପରେ ଅତ୍ୟଧିକ ବୋଝ ପଡ଼ୁଛି। ସେହି ଅନୁଯାୟୀ ରାସ୍ତାଘାଟ, ଡ୍ରେନ୍‌ର ଉନ୍ନତୀକରଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇପାରୁ ନ ଥିବାରୁ ସମସ୍ୟା ଉପୁଜୁଛି। ଯଦି ଛୋଟ ସହର କିମ୍ବା ଗ୍ରାମାଞ୍ଚଳରେ ରୋଜଗାରର ସୁବିଧା ବଢ଼ାଯାଇପାରନ୍ତା, ତାହା ହେଲେ ବଡ଼ ସହରଗୁଡ଼ିକ ଉପରେ ଅଧିକ ଚାପ ପଡ଼ନ୍ତା ନାହଁ।
ତେବେ ସହରୀ ବନ୍ୟା ପାଇଁ କର୍ତ୍ତୃପକ୍ଷଙ୍କ ଯେଭଳି ଦାୟିତ୍ୱ ରହିଛି ସାଧାରଣ ନାଗରିକ ମଧ୍ୟ ନିଜ ଆଡ଼ୁ ପଦକ୍ଷେପ ନେବାର ସମୟ ଆସିଲାଣି। ଘରମାଲିକମାନେ ବର୍ଷାଜଳ ଅମଳ କରିବା ନିତାନ୍ତ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଛାତର ପ୍ରତି ବର୍ଗମିଟରରେ ୬୦ ଲିଟର ଏବଂ ଅନ୍ୟ ପକ୍କା ସ୍ଥାନରେ ଏକ ବର୍ଗ ମିଟରରେ ୩୦ ଲିଟର ବର୍ଷାଜଳ ଅମଳ କରିବା କିମ୍ବା ମାଟି ଭିତରକୁ ଛାଡ଼ିଦେବା ନିୟମ ବେଙ୍ଗାଲୁରୁରେ କରାଯାଇଛି। ତାହା ଠିକ୍‌ ଭାବେ ପାଳନ କରାଗଲେ ବନ୍ୟା ଆଶଙ୍କା ୩ ଗୁଣା କମିପାରନ୍ତା ବୋଲି ଆକଳନ କରାଯାଇଛି। କହିବାକୁ ଗଲେ ସହରୀ ବନ୍ୟା କେବଳ ଅତ୍ୟଧିକ ବର୍ଷା ଯୋଗୁ ହେଉଛି ବୋଲି କହିହେବ ନାହିଁ, ବରଂ ଦୁର୍ବଳ ନଗର ଯୋଜନା ଓ ଲୋକଙ୍କ ଅସଚେତନତା ଦୁଃଖ ବଢ଼ାଇ ଦେଉଛି। ପରିବର୍ତ୍ତିତ ସ୍ଥିତିରେ ବର୍ଷାକୁ ନିନ୍ଦା ନ କରି ନଗର କର୍ତ୍ତୃପକ୍ଷ ଓ ସହରାଞ୍ଚଳବାସୀ ସତର୍କତା ଅବଲମ୍ବନ ନ କଲେ ଆଗକୁ ସମସ୍ୟା ବଢ଼ିଯିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?