ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି।

ମହିଳାଙ୍କ ସୁରକ୍ଷା ଏବଂ ଗତିଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍‌ ସେବା ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି ଶନିବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ମହିଳା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଏହି ସେବା ମହିଳା ଡ୍ରାଇଭରମାନଙ୍କ ଦ୍ୱାରା ପରିଚାଳିତ ହେବ। ଯାହା ସାଧାରଣ ପରିବହନରେ ଲିଙ୍ଗ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ବସ୍‌ଗୁଡ଼ିକ ମହିଳାଙ୍କ ସୁରକ୍ଷା ଏବଂ ଆରାମକୁ ପ୍ରାଥମିକତା ଦେବ। ‘ସୁଭଦ୍ରା ବସ୍‌’ ମହିଳାମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସେବା ହେବ। ଯାହା ତାଲିମପ୍ରାପ୍ତ ମହିଳା ଡ୍ରାଇଭରମାନଙ୍କ ଦ୍ୱାରା ପରିଚାଳିତ ହେବ। ଏହା ସୁରକ୍ଷିତ ଏବଂ ଅଧିକ ଅନ୍ତର୍ଭୁକ୍ତ ସହରାଞ୍ଚଳ ପରିବହନ ସୃଷ୍ଟି କରିବା ଦିଗରେ ଏକ ପଦକ୍ଷେପ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ମନୋନୀତ ମହିଳା ଡ୍ରାଇଭରମାନେ ଯାନବାହନ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲ ପରିଚାଳନା କରିବା ପାଇଁ ପୁଣେରେ ତାଲିମ ନେଇଛନ୍ତି। ସୁରକ୍ଷିତ ଯାତାୟାତ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବସ୍‌ଗୁଡ଼ିକ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ, ସିସିଟିଭି ଏବଂ ଜରୁରୀକାଳିନ ପ୍ରଣାଳୀ ସହ ଗଡ଼ିବ।

Dharitri –Odisha’s No.1 Trusted Odia Daily