ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଚରମ ନିଷ୍ପତ୍ତି ନେଲେ ବ୍ୟକ୍ତି; ଫେସବୁକ ଲାଇଭରେ ସାପକୁ

କୋରାପୁଟ,୧୫।୩: କୋରାପୁଟ ଜିଲା ମାଳିଗୁଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସେହି ଅଞ୍ଚଳର ନବୀନ ମାଳି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରି ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିଲେ। ପେଶାରେ ଜଣେ ସର୍ପ ଧରାଳି ହୋଇଥିବା ନବୀନ, ରାଗରେ ଏକ ଗୋଖର ସାପକୁ ନିଜକୁ କାମୁଡ଼ିବା ପାଇଁ ଉସୁକାଇଥିଲେ।

ନବୀନ ଏହି ସମସ୍ତ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ରେ ଅପଲୋଡ୍ କରିଥିଲେ। ତାଙ୍କ ସାଙ୍ଗମାନେ ଏହି ଭିଡିଓ ଦେଖିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ପ୍ରଥମେ ତାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରିବାର ଲୋକେ ତାଙ୍କୁ ପରେ ଜୟପୁରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ନବୀନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Share
Tags: Koraput