ବଢୁଛି ୟୁପିଆଇ କାରବାର

ନୂଆଦିଲ୍ଲୀ,୯।୧୨:ଗତ କିଛି ବର୍ଷ ମଧ୍ୟରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷ କରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ତର ଓ ବର୍ଗର ଲୋକେ ୟୁପିଆଇ ଦ୍ୱାରା କାରବାର କରିବାକୁ ପସନ୍ଦ କରୁଛନ୍ତି। କାରଣ ବର୍ତ୍ତମାନ ସମୟରେ ଡିଜିଟାଲ କାରବାରକୁ ସରକାର ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଏପରିକି ୨୦୧୬ରୁ ଆରମ୍ଭ ହୋଇଥିବା ଏହି ସେବା ଦେଶ ଓ ବିଦେଶର ପ୍ରାୟ ୫୮ ଟି ଆର୍ଥିକ ସଂସ୍ଥା (ବ୍ୟାଙ୍କ) ସହ ଜଡ଼ିତ ରହିଛି। ବିଶେଷକରି ଖୁଚୁରା ବ୍ୟବସାୟରେ ଏହାର ବ୍ୟବହାର ଅଧିକ ହେଉଥିବା ଜଣାପଡ଼ିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ୨୩.୦୬ ବିଲିୟନ କାରବାର ଜରିଆରେ ମୋଟ ୩୮.୩ ଲକ୍ଷ କୋଟି ଟଙ୍କାର ନେଣଦେଣ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ୭,୩୦୯.୪୫ ମିଲିୟନ ଲୋକ ୧୧,୯୦,୫୯୩.୩୯ କୋଟି ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମଧ୍ୟ ଡିଜିଟାଲ କାରବାର ଓ ଇ ମୁଦ୍ରାକୁ ଗୁରୁତ୍ୱ ଦେଉଥିବାରୁ ଗତ ମାସରେ ୟୁପିଆଇର କାରବାରକୁ ସରଳୀକରଣ କରିବା ସହିତ ଅନ୍ୟାନ୍ୟ ସେବା ଓ ସୁବିଧା ସଂଯୋଗ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସେହିପରି ଠକେଇ ଓ ଚୋରିରୁ ମୁକ୍ତି ପାଇବା ପାଇଁ ସବୁ ବର୍ଗର ବ୍ୟବସାୟୀ ଓ ଲୋକମାନେ ମଧ୍ୟ ୟୁପିଆଇର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ପ୍ରତି ମାସ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିି ପାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ନ୍ୟାଶନାଲ ପେମେଣ୍ଟ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଅଧୀନରେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ପରିଚାଳିତ ହେଉଛି।
ସୂଚନାଯୋଗ୍ୟ, ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ ସିଙ୍ଗଲ-ବ୍ଲକ୍‌ ଏବଂ ଏକାଧିକ ଡେବିଟ୍‌ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ୟୁପିଆଇର ଉକ୍ତ ସୁବିଧା ବ୍ୟବହାରକାରୀମାନଙ୍କୁ ଯୋଗାଇଦେବା ଲାଗି ଏନ୍‌ପିସିଆଇକୁ ରିଜର୍ଭ ବ୍ୟାଙ୍କ କହିଥିବା ସୂଚନା ମିଳିଛି। ଏପରିକି ଉକ୍ତ ସୁବିଧା ଆରମ୍ଭ ହେବା ପରେ ୟୁପିଆଇ ଜରିଆରେ ଇ-କମର୍ସ କମ୍ପାନୀଙ୍କୁ ପେମେଣ୍ଟ୍‌, ଷ୍ଟକ ବଜାରରେ ନିବେଶ, ହୋଟେଲ ବୁକିଂ ଲାଗି ପେମେଣ୍ଟ କରିବା ଆହୁରି ସହଜ ହୋଇପାରିବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଫଳରେ ଉକ୍ତ ବ୍ୟବସ୍ଥା ଜରିଆରେ ଗ୍ରାହକ ଠିକ୍‌ ସମୟରେ ପେମେଣ୍ଟ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?