ରାସ୍ତାକଡ଼ରେ ଅସୁରକ୍ଷିତ ବାଉଁଶ ହୋର୍ଡିଂ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ଦୀର୍ଘ ଦେଢ଼ ବର୍ଷ ହେବ ଏକ ଭଙ୍ଗା ହୋର୍ଡିଂ ରାସ୍ତାକଡ଼ରେ ରହିଥିଲେ ହେଁ ଉଠାଯାଉ ନ ଥିବାରୁ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଣୁ ତୁରନ୍ତ ହଠାଇଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ନଚେତ୍‌ ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି।

ପ୍ରକାଶ ଯେ, ଦେଢ଼ ବର୍ଷ ତଳେ ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ଫଟୋ ସ୍ବାଗତ ଜଣାଇବାକୁ ମରାଯାଇଥିଲା। ତେବେ ଠିକା ନେଇଥିବା ସଂସ୍ଥା ଫଟୋ ନେଇ ପାର ହୋଇଗଲା କିନ୍ତୁ ଫଟୋ ଲାଗିଥିବା ବାଉଁଶଗୁଡିକୁ ଅଦ୍ୟାବଧି ଉଠା ଯାଉ ନ ଥିବାରୁ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହି ବାଉଁଶ ଉପରେ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟରେ ଲାଗି ରହିଥିବାରୁ ବର୍ଷାଦିନରେ ବିଦ୍ୟୁତ୍‌ ଆଘାତ ଭୟ ରହୁଛି।

ସେହିପରି ଏହି ବାଉଁଶଗୁଡିକ ସିଗନାଲ ଲାଇଟ୍‌ ପୋଷ୍ଟ ଆଗରେ ଥିବାରୁ ଗାଡି ଚାଳକ ଦୂରରୁ ଟ୍ରାଫିକ ସିଗ୍‌ନାଲ ଲାଇଟ୍‌ ଦେଖିପାରୁନାହାନ୍ତି। ଫଳରେ ଏହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ପରିସ୍ଥିତି ଉପୁଜଛି। ସେହିପରି ବାଉଁଶଗୁଡ଼ିକ ଖରା,ବର୍ଷା ଓ କାକରରେ ପଡ଼ିରହିଥିବାରୁ ନଷ୍ଟ ହୋଇ ଖସି ପଡ଼ିବା ଆଶଙ୍କା ରହୁଛି। ଖସିପଡ଼ିଲେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି ବୋଲି ସ୍ଥାନୀୟ ସାମାଜିକ କର୍ମୀ ଦିଲ୍ଲୀପ କୁମାର ସାହୁ, ଅଶୋକ ଶର୍ମା, ପିଣ୍ଟୁ ଶର୍ମା, ନାଗେଶ୍ୱର ସେଠୀ ସମେତ ବହୁ ସ୍ଥାନୀୟ ଲୋକେ ମତବ୍ୟକ୍ତ କରି ଉଠାଇ ନେବାକୁ ଦାବି କରିଛନ୍ତି। ଏପରିକି ସହରରେ ଫୁଟ୍‌ପାଥ୍‌ ଉଚ୍ଛେଦ କାର୍ଯ୍ୟ ଚାଲିଥିଲେ ହେଁ ପୌର କର୍ମଚାରୀମାନେ ଏହାକୁ ଉଠାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଡ୍ୟୁଟି କରୁଥିବା ଟ୍ରାଫିକ୍‌ ପୋଲିସ, ଯିବା ଆସିବା କରୁଥିବା ପ୍ରଶାସନିକ ଅଧିକାରୀ ତଥା ପୌର ଅଧିକାରୀମାନଙ୍କ ଏଥିପ୍ରତି ନିଘା ନାହିଁ କିମ୍ବା ଉଠାଇ ରାସ୍ତା ଅବରୋଧମୁକ୍ତ କରିବା ନେଇ ଆନ୍ତରିକତା ପ୍ରଦର୍ଶନ ନ ଥିବାରୁ ସ୍ଥାନୀୟ ଲୋକ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ଗୋଟିଏ ବୟାନରେ ଦୋହଲିଗଲା ଢାକାରୁ ନୂଆଦିଲ୍ଲୀ! ବାଂଲାଦେଶ ଫେରିବାକୁ କାହିଁକି ଜିଦ୍‌ ଧରିଛନ୍ତି ଶେଖ ହାସିନା?

ନୂଆଦିଲ୍ଲୀ,୨୯।୬: ଶେଖ ହାସିନାଙ୍କ ‘ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ ବୋଲି ବୟାନ ନୂଆଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ରାଜନୈତିକ ହଲଚଲ୍ ବଢ଼ାଇ ଦେଇଛି। ୨୨ ମାସ ପରେ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ): ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ…

ବ୍ୟାଙ୍କ ଆକାଉଣ୍ଟକୁ ସିଧା ଯିବ ୫୦,୦୦୦ ପର୍ଯ୍ୟନ୍ତ ସବସିଡି ଟଙ୍କା! ଘୋଷଣା ହେଲା ସରକାରଙ୍କ ନୂଆ ଇଭି ଗାଇଡଲାଇନ୍‌

ଦିଲ୍ଲୀ ସରକାର ପ୍ରଦୂଷଣ କମାଇବା ଏବଂ ଇଲେକ୍ଟ୍ରିକ୍ ଯାନ (EV) କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ଇଭି ପଲିସି ୨୦୨୬-୩୦ (EV Policy 2026-30) ର…

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri