ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…

ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ ଅଭିଯୁକ୍ତ ଆଲୋକ ପଣ୍ଡା(୧୯)। ତାଙ୍କ ବିରୋଧରେ ମାମଲା ନଂ ୩୪୮/୨୫ ପ୍ରକାରେ ରୁଜୁ ହୋଇଥିଲା।
ସୂଚନାନୁଯାୟୀ,ଆଲୋକ ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସଂପୃକ୍ତ ଗ୍ରାମର ଜଣେ ୧୨ ବର୍ଷର ନାବାଳକ  ସହ ଗତ ସୋମବାର ୮ ତାରିଖ ଦିନ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ କରିଥିଲେ। ଅଭିଯୁକ୍ତ ଆଲୋକ ନାବାଳକକୁ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଭିତରକୁ ଡାକି ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ। ଆଗରୁ ଆଲୋକ ନାବାଳକକୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ରଖିଥିଲେ। ସେହି ସମୟର କଥା ବାର୍ତ୍ତାର ଅଡିଓ ରେକର୍ଡ କରି ଆଲୋକ ରଖିଥିଲେ। ଘଟଣା ଦିନ ସମ୍ପର୍କ ସ୍ଥାପନ ପରେ ନାବାଳକକୁ ଘରୁ ଯାଇ ଟଙ୍କା ମାଗି ଆଣିବାକୁ କହିଥିଲେ,ନାବାଳକ ମନା କରିବାରୁ ତାଙ୍କୁ ରଖିଥିବା ରେକଡିଂ ପ୍ରଘଟ କରିବାର ଭୟ ଦେଖାଇଥିଲେ। ନାବାଳକଜଣଙ୍କ ଘରକୁ ଯାଇ ଏକଥା ନିଜ ବାପା ମା’ଙ୍କୁ ଜଣାଇବା ପରେ ଘର ଲୋକ ଚିନ୍ତିତ ହୋଇ ପଡ଼ିଥିଲେ। ଗତ ଶୁକ୍ରବାର ଦିନ ଧରାକୋଟ ଥାନାରେ ନାବାଳକର ମା ଏତଲା ଦେବାପରେ ଥାନାରେ ୩୪୮/୨୫ ପ୍ରକାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ଆଲୋକ ପଣ୍ଡା କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି । ସଂପୃକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share