ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍‌ଅପ୍‌ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ ଅନୁସାରେ ଇମ୍ରାନଙ୍କୁ ଶାସନରୁ ହଟାଇବା ପଛରେ ଆମେରିକାର ଷଡ଼ଯନ୍ତ୍ର ନ ଥିବା ୬୪ ପ୍ରତିଶତ ପାକିସ୍ତାନୀ ବିଶ୍ୱାସ କରନ୍ତି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ଶାସନରେ ବିଫଳତା ହିଁ ଅନାସ୍ଥା ପ୍ରସ୍ତାବ ପଛର ମୁଖ୍ୟ କାରଣ ବୋଲି ସେମାନେ ମତ ରଖିଛନ୍ତି। ତେବେ ଇମ୍ରାନଙ୍କ ପିଟିଆଇ ସରକାରକୁ ହଟାଇବା ପାଇଁ ଆମେରିକା ଚକ୍ରାନ୍ତ କରିଥିବା ୩୬ ପ୍ରତିଶତ ପାକିସ୍ତାନୀ ବିଶ୍ୱାସ କରନ୍ତି। ଏପ୍ରିଲ ୩ରୁ ୪ ମଧ୍ୟରେ ପ୍ରାୟ ୮୦୦ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା।
ଅନୁସାରେ, ୬୪% ଲୋକ ବିରୋଧୀଙ୍କ ପଦକ୍ଷେପକୁ ସ୍ବାଗତ କରିଥିବାବେଳେ ୩୬% ଇମ୍ରାନଙ୍କ ସପକ୍ଷରେ ରହି ବିରୋଧୀ ଦଳର କାର୍ଯ୍ୟକୁ ସମର୍ଥନ ଦେଇନାହାନ୍ତି। କେବଳ ପଞ୍ଜାବ ଏବଂ ଖାଇବର ପାଖ୍‌ତୁନଖ୍ବା ପ୍ରଦେଶର ଯଥାକ୍ରମେ ୬୨ ଓ ୫୧% ଲୋକ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଇମ୍ରାନ୍‌ଙ୍କ ସରକାରକୁ ଦାୟୀ କରିଛନ୍ତି। ମୋଟ ଉପରେ ୫୪% ପାକିସ୍ତାନୀ ଇମ୍ରାନ୍‌ଙ୍କ ଶାସନ ପ୍ରକ୍ରିୟାକୁ ବିରୋଧ କରୁଥିବାବେଳେ ୪୬% ଲୋକଙ୍କ ସମର୍ଥନ ପିଟିଆଇ ସରକାରଙ୍କ ସହ ରହିଛି। ଅପରପକ୍ଷେ ଇମ୍ରାନଙ୍କ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ୬୮%ଙ୍କ ସମର୍ଥନ ମିଳିଛି। ଆମେରିକାର ୭୨% ପାକିସ୍ତାନୀ ଶତ୍ରୁ ବିବେଚନା କରୁଥିବାବେଳେ ମାତ୍ର ୨୮% ବନ୍ଧୁ ରାଷ୍ଟ୍ର ବୋଲି ମନେ କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଇମ୍ରାନ୍‌ଙ୍କ ବିରୋଧରେ ବେଆଇନ ଫଣ୍ଡିଂ ମାମଲା

ପିଟିଆଇ ନେତା ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆମେରିକାରେ ବେଆଇନ ଅର୍ଥ କାରବାର ମାମଲା ଚାଲିଥିବା ବିରୋଧୀ ପିଏମ୍‌ଏଲ୍‌-ଏନ୍‌ ନେତା ଏହସାନ୍‌ ଇକ୍‌ବାଲ ଦାବି କରିଛନ୍ତି। ଏହି କାରଣରୁ ଇମ୍ରାନ ଆମେରିକା ବିରୋଧୀ ଆଭିମୁଖ୍ୟ ରଖି ଅନାସ୍ଥା ପ୍ରସ୍ତାବ ବିଦେଶୀ ଶକ୍ତି ପ୍ରାୟୋଜିତ ବୋଲି କହୁଛନ୍ତି। ଏପରିକି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ମିଳିଥିବା ଉପହାରକୁ ଇମ୍ରାନ ବଜାରରେ ବିକ୍ରି କରିଥିବା ମଧ୍ୟ ଇକ୍‌ବାଲ ଅଭିଯୋଗ ଆଣିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଇକ୍‌ବାଲ କହିଛନ୍ତି, ଇମ୍ରାନ୍‌ ଆମେରିକାରେ ବେଆଇନ କାର୍ଯ୍ୟକଳାପ ଏବଂ ପାଣ୍ଠି କାରବାରରେ ଜଡିତ। ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବାକୁ ଯାଉଛି। ସହଯୋଗୀ ମେଣ୍ଟରୁ ଓହରିଯିବା ଏବଂ ଆମେରିକାରେ ତାଙ୍କ ବିରୋଧରେ ତଦନ୍ତ ହେବାକୁ ଯାଉଥିବା ଜାଣିବା ପରେ ହଠାତ୍‌ ଇମ୍ରାନ୍‌ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର କରାଯାଉଥିବାର କାହାଣୀ ରଚିଥିଲେ ବୋଲି ଇକ୍‌ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri