ରୁଷିଆର ୪ ଯୁଦ୍ଧବିମାନ ଘଉଡ଼ାଇଲା ଆମେରିକା

ଓ୍ବାଶିଂଟନ,୧୬ା୨: ଆଲାସ୍କା ନିକଟରେ ୩ଟି ରୁଷୀୟ ଯୁଦ୍ଧବିମାନକୁ ଆମେରିକୀୟ ବାୟୁସେନା କାବୁ କରିବା ପରେ ଘଉଡ଼ାଇଦେଇଛି। ଗତ ୧୩ ତାରିଖରେ ରୁଷୀୟ ଏୟାରକ୍ରାଫ୍ଟଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ ଘେରିବା ପରେ ନିଜ ଅଞ୍ଚଳରୁ ବାହାର କରିଦେଇଥିବା ନେଇ ବୁଧବାର ନର୍ଦ୍ଦର୍ନ ଆମେରିକାନ୍‌ ଏରୋସ୍ପେଶ୍‌ ଡିଫେନ୍ସ କମାଣ୍ଡ ପକ୍ଷରୁ ଟୁଇଟ୍‌ କରାଯାଇଛି।

ଏୟାରକ୍ରାଫ୍ଟଗୁଡ଼ିକ ମଧ୍ୟରେ ଟିୟୁ-୯୫ ବିଅର୍‌-ଏଚ୍‌ ବମ୍ବର୍ସ ଏବଂ ଏସ୍‌ୟୁ-୩୫ ଫାଇଟର ଜେଟ୍‌ ଥିବା ଆମେରିକା କହିଛି। ଏହି ଏୟାରକ୍ରାଫ୍ଟଗୁଡ଼ିକ ଆଲାସ୍କା ଏୟାର ଡିଫେନ୍ସ ଆଇଡେଣ୍ଟିଫିକୋନ୍‌ ଜୋନ୍‌ (ଏଡିଆଇଜେଡ୍‌) ମଧ୍ୟରେ ଉଡ଼ାଣ କରି ଅନ୍ତର୍ଜାତୀୟ ବାୟୁସୀମା ଭିତରେ ରହିଥିଲା। ତେବେ ଆମେରିକା କିମ୍ବା କାନାଡାର ସାର୍ବଭୌମ ବାୟୁସୀମା ଭିତରକୁ ଅନୁପ୍ରବେଶ କରି ନ ଥିଲା। ଉତ୍ତର ଆମେରିକୀୟ ଏଡିଆଇଜେଡ୍‌ରେ ଏହି ଯୁଦ୍ଧବିମାନଗୁଡ଼ିକ କୌଣସି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପରେ ଜଡ଼ିତ ନ ଥିବା ଜଣାପଡ଼ିଥିଲା।

ଏହାସତ୍ତ୍ୱେ ଯୁଦ୍ଧବିମାନଗୁଡ଼ିକୁ ଏଫ୍‌-୧୬ ଦ୍ୱାରା ଘେରାଯାଇ ଯୋଜନାବଦ୍ଧ ଭାବେ ଘଉଡ଼ାଇ ଦିଆଯାଇଥିଲା। ପ୍ରକାଶ ଯେ, ୨୦୦୭ ମସିହା ପରଠୁ ଏହି ଅଞ୍ଚଳରେ ପ୍ରତିବର୍ଷ ୬ରୁ ୭ ଥର ଆମେରିକୀୟ ବାୟୁସେନା ରୁଷୀୟ ଯୁଦ୍ଧବିମାନଗୁଡ଼ିକୁ ଘଉଡ଼ାଇଥାଏ। ନର୍ଥ ଆମେରିକାରେ ଥିବା ଆମେରିକୀୟ ଯୁଦ୍ଧବିମାନଗୁଡ଼ିକ ପ୍ରତି ବିପଦ ଆଶଙ୍କା ଥିବାରୁ ନିକଟରେ ଆମେରିକା ଚାଇନାର ଏକ ଗୁପ୍ତଚର ବେଲୁନ୍‌ ଓ ତିନୋଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଖସାଇଦେଇଥିଲା। ଚାଇନା ପଟୁ ଆସୁଥିବା ଏଭଳି ବେଲୁନ୍‌ଗୁଡ଼ିକର ଗତିବିଧି ଉପରେ ଓ୍ବାଶିଂଟନର କଡ଼ା ନଜର ରହିଥିବା ଅଧିକାରୀମାନେ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପରଠୁ ଓ୍ବାଶିଂଟନ ଓ ମସ୍କୋ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ଯୁଦ୍ଧକୁ ୩୫୭ ଦିନ ପୂରିଥିବାବେଳେ ରୁଷିଆ ପଟୁ ଆମେରିକାକୁ ବିପଦ ରହିଥିବା ଆଶଙ୍କା କରାଯାଉଛି। ଏଭଳି ସମୟରେ ରୁଷିଆର ସମର୍ଥକ ଚାଇନା ମଧ୍ୟ ଗୁପ୍ତଚର ବେଲୁନ୍‌ ପଠାଇବା ଆମେରିକା ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri