୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..

ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ରାଜନୈତିକ ତଥା ବ୍ୟବସାୟିକ କେନ୍ଦ୍ରରେ ମହିଳାଙ୍କ ପ୍ରତି ଭେଦଭାବ ଯୋଗୁ ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଅସମ୍ଭବ ହୋଇପଡିଛି।

ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିବା ମିଳିତ ଜାତିସଂଘର ଏଜେନ୍ସି ସହଯୋଗରେ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ମହିଳା ଏବଂ ବାଳିକାମାନଙ୍କୁ ଅଧିକାର ଦେବାରେ ବିଶ୍ୱ ବିଫଳ ହୋଇଛି। ‘ଦ ଜେଣ୍ଡର ସ୍ନାପସଟ ୨୦୨୩’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଲିଙ୍ଗଗତ ସମାନତାକୁ ସକ୍ରିୟ ବିରୋଧ କରାଯାଉଛି। ଜାତିସଂଘର ଡେପୁଟି ସେକ୍ରେଟେରୀ ଜେନେରାଲ ମାରିଆ-ଫ୍ରାନ୍ସିସ୍କା ସ୍ପାଟୋଲିଜାନୋ ଏହି ରିପୋର୍ଟ ପ୍ରକାଶ କରି କହିଛନ୍ତି ଲିଙ୍ଗଗତ ସମାନତା ଏକ ଦୂର ଲକ୍ଷ୍ୟରେ ପରିଣତ ହେଉଛି।

ଯୁଦ୍ଧଗ୍ରସ୍ତ ଏବଂ ଆର୍ଥିକ ଦୁର୍ବଳ ଅଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ବିଷୟରେ ସେ କହିଛନ୍ତି ଗତ ବର୍ଷଗୁଡ଼ିକରେ ହୋଇଥିବା ଅଗ୍ରଗତି ମଧ୍ୟ ନୈରାଶ୍ୟ ଜନକ। ମିଳିତ ଜାତିସଂଘ ମହିଳା ଅଧିକାର କ୍ଷେତ୍ରରେ ୧୭ ଟି ଲକ୍ଷ୍ୟ ହାସଲ କରିବା ବିଷୟରେ ଆଲୋଚନା କରିଥିଲା।

ମହିଳାମାନଙ୍କ ମଧ୍ୟରେ ଅତ୍ୟଧିକ ଦାରିଦ୍ର୍ୟ ଦୂରୀକରଣ କରିବାର ଲକ୍ଷ୍ୟ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଆଜି ମଧ୍ୟ ବିଶ୍ୱର ଦଶ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ ପ୍ରାୟ ୧୦.୩ ପ୍ରତିଶତ ଦିନକୁ୨.୧୫ ଡଲାର ବା ୨୦୦ ଟଙ୍କାରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଯଦି ଏହା ଜାରି ରହେ ତେବେ ୨୦୩୦ ସୁଦ୍ଧା ୮ ପ୍ରତିଶତରୁ ଅଧିକ ମହିଳା ଏହି ସ୍ତରରେ ରହିବେ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ସାହାରା ଆଫ୍ରିକାରେ ବାସ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ସମଗ୍ର ବିଶ୍ୱରେ ୧୨.୯ କୋଟି ବାଳିକା ବିଦ୍ୟାଳୟ ଯାଇ ନ ପାରନ୍ତି। ଯଦି ଏହି ହାର ଜାରି ରହେ, ୨୦୩୦ ସୁଦ୍ଧା ଏହତ ସଂଖ୍ୟା ୧୧ କୋଟିରେ ପହଞ୍ଚିବ। ମହିଳାମାନଙ୍କୁ ସମ୍ମାନଜନକ କାର୍ଯ୍ୟ ଯୋଗାଇଦେବା ଲକ୍ଷ୍ୟ ମଧ୍ୟ ଦୂରରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri