କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି କଲା ସଂଯୁକ୍ତ କୃଷକ ସଙ୍ଗଠନ

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ୭୦% ଲୋକ କୃଷିଜୀବି। ହେଲେ ସେହି ପୁରୁଣା ପାରମ୍ପରିକ ଜ୍ଞାନକୌଶଳ କାରଣରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା ମୁତାବକ କୃଷିଜାତ ଉତ୍ପାଦନ, ଜଳବାୟୁ ପରିବର୍ତ୍ତନ ଅନୁକୂଳ ଚାଷ,ସଂଗ୍ରକ୍ଷଣ ଏବଂ ସଠିକ ପରିଚାଳନାଗତ ତ୍ରୁଟି ଯୋଗୁ କୃଷକମାନେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି। ସେଥିପାଇଁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ସବୁଠାରୁ ଉତ୍କୃଷ୍ଟ ବରଗଡ଼ ଜିଲାରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ। କାରଣ ବରଗଡ଼ ଜିଲା କେବଳ ଓଡ଼ିଶାରେ ନୁହେଁ ବରଂ ଦେଶରେ ଧାନ ଉତ୍ପାଦନ ପାଇଁ ବେଶ ଜଣାଶୁଣା ହୋଇଥିବା ବେଳେ ରାଜ୍ୟର ଭାତହାଣ୍ଡି ଭାବେ ସୁପରିଚିତ ଏବଂ ଏହି ଜିଲାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଜୀବିକା ଉପରେ ନିର୍ଭର କରନ୍ତି ଏବଂ ଅଞ୍ଚଳର ଅର୍ଥନୀତି ମଧ୍ୟ କୃଷିଭିତ୍ତିକ ଅଟେ। ଏସିଆର ସବୁଠାରୁ ବୃହତ ନଦୀବନ୍ଧ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ଜିଲା ପ୍ରାୟ ୧ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ଗଭୀର ନଳକୂପ ମାଧ୍ୟମରେ ଅଧିକାଂଶ ଜମି ପାଣି ପାଉଛି। ଖରିଫ ଋତୁରେ ୨ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନ, ୮୦ ହଜାର ହେକ୍ଟର ଜମିରେ ପନିପରିବା, ୩୩ହଜାର ୫୯୬ ହେକ୍ଟର ଜମିରେ ଡାଲି ଜାତୀୟ, ୬ ହଜାର ହେକ୍ଟର ଜମିରେ ପାମ, ୭ ହଜାର ହେକ୍ଟର ଜମିରେ କପା ଚାଷ ହେଉଥିବା ବେଳେ ତେଲ, ଫଳ,ମସଲା ଜାତୀୟ ଚାଷ ମଧ୍ୟ ଏଠାରେ ହେଉଛି। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଏବଂ ଆଧୁନିକ ଜ୍ଞାନ କୌଶଳ ଅଭାବରୁ ଚାଷୀମାନେ ପାରମ୍ପରିକ ପଦ୍ଧତି ଉପରେ ନିର୍ଭରଶୀଳ ଥିବାରୁ ବାରମ୍ବାର କ୍ଷୟକ୍ଷତି, ଅଭାବୀବିକ୍ରି, ପ୍ରାକୃତିକ ଫସଲ ନଷ୍ଟର ଶିକାର ହେଉଛନ୍ତି। ଏହି ଦୃଷ୍ଟିରୁ ବରଗଡ଼ ଜିଲାରେ ବିଶ୍ୱସ୍ତରୀୟ କୃଷି ବିଶ୍ୱ ବିଦ୍ୟାଳୟ ହେଲେ ଚାଷୀମାନଙ୍କୁ ପ୍ରଶିକ୍ଷଣ ପାଇ ପାରିବା ସହିତ ଚାଷର ଗୁଣବତ୍ତା ଓ କୃଷିକ୍ଷେତ୍ରରେ ସୁଧାର ଆସିବ। ସେହିପରି କୃଷିପ୍ରତି ଆଗ୍ରହ ଥିବା ଯୁବତୀ, ଯୁବକ ମାନଙ୍କୁ ଶିକ୍ଷା ସହିତ ନିଯୁକ୍ତି ପାଇପାରିବେ ଏବଂ ତାହାର ପ୍ରଭାବରେ ଆବଶ୍ୟକ ମୁତାବକ ରାସାୟନିକ, ଜୈବିକ, ପାରମ୍ପରିକ ଏବଂ ଦେଶୀ ପଦ୍ଧତି ଚାଷ ଆଧାର ବୃଦ୍ଧି ପାଇବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ଅବିନାଶ ପଟେଲ, ପ୍ରଭାତ ସାହୁ, ନିର୍ମଳ କୁମାର ପଟେଲ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri