କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି କଲା ସଂଯୁକ୍ତ କୃଷକ ସଙ୍ଗଠନ

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ୭୦% ଲୋକ କୃଷିଜୀବି। ହେଲେ ସେହି ପୁରୁଣା ପାରମ୍ପରିକ ଜ୍ଞାନକୌଶଳ କାରଣରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା ମୁତାବକ କୃଷିଜାତ ଉତ୍ପାଦନ, ଜଳବାୟୁ ପରିବର୍ତ୍ତନ ଅନୁକୂଳ ଚାଷ,ସଂଗ୍ରକ୍ଷଣ ଏବଂ ସଠିକ ପରିଚାଳନାଗତ ତ୍ରୁଟି ଯୋଗୁ କୃଷକମାନେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି। ସେଥିପାଇଁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ସବୁଠାରୁ ଉତ୍କୃଷ୍ଟ ବରଗଡ଼ ଜିଲାରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ। କାରଣ ବରଗଡ଼ ଜିଲା କେବଳ ଓଡ଼ିଶାରେ ନୁହେଁ ବରଂ ଦେଶରେ ଧାନ ଉତ୍ପାଦନ ପାଇଁ ବେଶ ଜଣାଶୁଣା ହୋଇଥିବା ବେଳେ ରାଜ୍ୟର ଭାତହାଣ୍ଡି ଭାବେ ସୁପରିଚିତ ଏବଂ ଏହି ଜିଲାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଜୀବିକା ଉପରେ ନିର୍ଭର କରନ୍ତି ଏବଂ ଅଞ୍ଚଳର ଅର୍ଥନୀତି ମଧ୍ୟ କୃଷିଭିତ୍ତିକ ଅଟେ। ଏସିଆର ସବୁଠାରୁ ବୃହତ ନଦୀବନ୍ଧ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ଜିଲା ପ୍ରାୟ ୧ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ଗଭୀର ନଳକୂପ ମାଧ୍ୟମରେ ଅଧିକାଂଶ ଜମି ପାଣି ପାଉଛି। ଖରିଫ ଋତୁରେ ୨ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନ, ୮୦ ହଜାର ହେକ୍ଟର ଜମିରେ ପନିପରିବା, ୩୩ହଜାର ୫୯୬ ହେକ୍ଟର ଜମିରେ ଡାଲି ଜାତୀୟ, ୬ ହଜାର ହେକ୍ଟର ଜମିରେ ପାମ, ୭ ହଜାର ହେକ୍ଟର ଜମିରେ କପା ଚାଷ ହେଉଥିବା ବେଳେ ତେଲ, ଫଳ,ମସଲା ଜାତୀୟ ଚାଷ ମଧ୍ୟ ଏଠାରେ ହେଉଛି। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଏବଂ ଆଧୁନିକ ଜ୍ଞାନ କୌଶଳ ଅଭାବରୁ ଚାଷୀମାନେ ପାରମ୍ପରିକ ପଦ୍ଧତି ଉପରେ ନିର୍ଭରଶୀଳ ଥିବାରୁ ବାରମ୍ବାର କ୍ଷୟକ୍ଷତି, ଅଭାବୀବିକ୍ରି, ପ୍ରାକୃତିକ ଫସଲ ନଷ୍ଟର ଶିକାର ହେଉଛନ୍ତି। ଏହି ଦୃଷ୍ଟିରୁ ବରଗଡ଼ ଜିଲାରେ ବିଶ୍ୱସ୍ତରୀୟ କୃଷି ବିଶ୍ୱ ବିଦ୍ୟାଳୟ ହେଲେ ଚାଷୀମାନଙ୍କୁ ପ୍ରଶିକ୍ଷଣ ପାଇ ପାରିବା ସହିତ ଚାଷର ଗୁଣବତ୍ତା ଓ କୃଷିକ୍ଷେତ୍ରରେ ସୁଧାର ଆସିବ। ସେହିପରି କୃଷିପ୍ରତି ଆଗ୍ରହ ଥିବା ଯୁବତୀ, ଯୁବକ ମାନଙ୍କୁ ଶିକ୍ଷା ସହିତ ନିଯୁକ୍ତି ପାଇପାରିବେ ଏବଂ ତାହାର ପ୍ରଭାବରେ ଆବଶ୍ୟକ ମୁତାବକ ରାସାୟନିକ, ଜୈବିକ, ପାରମ୍ପରିକ ଏବଂ ଦେଶୀ ପଦ୍ଧତି ଚାଷ ଆଧାର ବୃଦ୍ଧି ପାଇବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ଅବିନାଶ ପଟେଲ, ପ୍ରଭାତ ସାହୁ, ନିର୍ମଳ କୁମାର ପଟେଲ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri