ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ନିଜର ବୃତ୍ତି ଓ ବ୍ରତକୁ ଜାରି ରଖିଛନ୍ତି। ଏକାଧାରରେ ସେ ଜଣେ ପାଲା ବାୟକ, କବି, ବନଷୌଧି ସେବକ, ସାମାଜିକ କର୍ମୀ ଓ ଭାଗବତ ପ୍ରଚାରକ ଭାବେ ଜଣାଶୁଣା। ନିଜର କଳା ଓ ଲେଖା ପାଇଁ ଅନେକ ସ୍ଥାନରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ଗ୍ରାମର ଏହି ପ୍ରତିଭାଧାରୀ ବ୍ୟକ୍ତି ଜଣକ ହେଲେ ଫକୀର ଦାସ ଓ ମାତା ପାଞ୍ଚାଳି ଦାସଙ୍କ ମଧ୍ୟମ ପୁତ୍ର ପ୍ରସନ୍ନ କୁମାର ଦାସ(୬୦)।
ମାଟ୍ରିକ ପରୀକ୍ଷା ଦେବାପରେ ପ୍ରସନ୍ନ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀରେ ଗାୟକଭାବେ ଯୋଗଦେଇଥିଲେ। ନିଜ କଳା ମାଧ୍ୟମରେ ଜିଲା ଓ ଜିଲା ବାହାରେ ଅନେକ ନାମଯଜ୍ଞରେ ନାମ ଗାନକରି ଖୁବ୍‌ ପ୍ରଶଂସିତ ହୋଇଥିଲେ। ପରେ ଗୁରୁ କରୁଣାକର ବାରିକଙ୍କ ନିର୍ଦ୍ଦେଶନାରେ ସତ୍ୟ ନାରାୟଣ ପାଲା ଶିକ୍ଷା କରିଥିଲେ। ଏଥିସହ ବାୟକ ଗୁରୁ ମଦନ ମୋହନ ପାତ୍ର ଓ ଗୁରୁ ଶଙ୍ଖାଳି ଚରଣ ବାରିକଙ୍କଠାରୁ ମୃଦଙ୍ଗ ବାଦ୍ୟ ଶିକ୍ଷା ଲାଭ କରି ଓଡ଼ିଶାର ଖ୍ୟାତନାମା ଗାୟିକା ଓ ଗାୟକମାନଙ୍କ ପାଲା ଦଳରେ ମୃଦଙ୍ଗ ବାଦ୍ୟ ପରିବେଷଣ କରିଛନ୍ତି। ଅଦ୍ୟାବଧି ବରିଷ୍ଠ ଗାୟକ ଅଚ୍ୟୁତଶ୍ରୀ ଲୋକନାଥ ସାହୁଙ୍କ ପାଲା ଦଳରେ ବାଦ୍ୟ ପରିବେଷଣ କରିଆସୁଛନ୍ତି। ତାଙ୍କର ବାଦ୍ୟ କଳା ପାଇଁ ୨୦୧୮ରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ପଳାଶପଙ୍ଗା କେନ୍ଦୁଝର ଦ୍ୱାରା ଆମ ଗୁରୁକୁଳ ପ୍ରତିଭା ସମ୍ମାନ ଉତ୍ସବରେ ‘ବାୟକ ସୌରଭ’ ଓ ସ୍ଥାନୀୟ ସାହାଡ଼ାପୁର ଗ୍ରାମର ଗୁରୁକୁଳ ଗାୟକ ନରୋତ୍ତମ ଦେହୁରୀଙ୍କ ଜୟନ୍ତୀ ଉତ୍ସବରେ ୨୦୧୧ରେ ବଜରଙ୍ଗ କ୍ଲବ୍‌ର ସଭ୍ୟମାନଙ୍କ ଦ୍ୱାରା ‘ବାୟକ ପ୍ରବର’ ଉପାଧିରେ ସମ୍ମାନିତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇନାଚ ଦଳରେ ବାଦ୍ୟ ପରିବେଷଣ କରିବା ସହିତ ସରକାରଙ୍କର ବିଭିନ୍ନ ସଚେତନତା ନାଟକ, ପଲ୍ଲୀ ଡୁଏଟ, ଚଉପଦୀ ଓ ଅନେକ ଦେବଦେବୀଙ୍କ ଭଜନ ଜଣାଣ ଲେଖି ବହୁ ଚର୍ଚ୍ଚିତ ହୋଇଛନ୍ତି। ତାଙ୍କ ରଚିତ ‘ମହା ମୁକାବିଲା’, ‘କନ୍ୟାରତ୍ନ’, ‘ଶିଶୁ ଶ୍ରମିକ ଓ ବାଲ୍ୟବିବାହ ମୁକ୍ତ’, ‘ଜଙ୍ଗଲ ସୁରକ୍ଷା’, ‘ହାତୀ ସୁରକ୍ଷା’, ‘ସ୍ତନ୍ୟପାନ’, ‘ସ୍ବାସ୍ଥ୍ୟ ରକ୍ଷା, ସ୍ବାସ୍ଥ୍ୟ ବୀମା’, ‘କାଳିଆ ଯୋଜନା’, ‘ବନ ପ୍ରକଳ୍ପ’, ‘ଆଶୀର୍ବାଦ’ ଆଦି ସଚେତନତା ନାଟକ କଣ୍ଢେଇ ନାଚ ଦ୍ୱାରା ପରିବେଷଶ ହୋଇ ଖୁବ୍‌ ପ୍ରଶଂସା ସାଉଣ୍ଟିଛି। ୨୦୧୦ଠାରୁ ଓଡ଼ିଶା ଓ ତାମିଲନାଡୁର ବହୁ ପ୍ରତିଷ୍ଠିତ ବନଷୌଧି ଶିକ୍ଷାନୁଷ୍ଠାନରେ ଗୁରୁ ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତଙ୍କଠାରୁ ତାଲିମ ପାଇ ଅଦ୍ୟାବଧି କେନ୍ଦୁଝର ବନଷୌଧି ସେବାକେନ୍ଦ୍ରରେ ସେବା ଜାରି ରଖିଛନ୍ତି। ଏହା ସହିତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଯୋଗଦେଇ ସେବାକାର୍ଯ୍ୟରେ ମଧ୍ୟ ସମୟ ବିତାଉଛନ୍ତି। ଏଥିସହ ସେ କେନ୍ଦୁଝର ଭାଗବତ ପ୍ରଚାର ପ୍ରସାର ସମିତି(ସଦର -୧)ର ସଭାପତି ଦାୟିତ୍ୱ ଗ୍ରହଣ କରି ଗ୍ରାମଗୁଡ଼ିକରେ ଭାଗବତ ଟୁଙ୍ଗି ସ୍ଥାପନ ସହିତ ଭାଗବତ ପ୍ରଚାର ପ୍ରସାର ଜାରି ରଖିଛନ୍ତି। ଠାକୁରଙ୍କ ପ୍ରଚାର ଓ ମାନବ ସେବା ଦ୍ୱାରା ଅନେକ ଶାନ୍ତି ଲାଭ କରୁଥିବା ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri