Posted inଫୁରସତ

ନିଆରା ମଣିଷ ତ୍ରିନାଥ

ତ୍ରିନାଥ ପଲାଇ, ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ନିଶାରେ ବଡିବିଲ୍ଡର। ତା’ସହ ସେ ଜଣେ ପରିବେଶପ୍ରେମୀ ଓ ସାମାଜିକ କର୍ମୀ ମଧ୍ୟ। ଆଉ ଜଣେ ଆଧ୍ୟାତ୍ମିକ ମଣିଷ, ଯେକି ନିଜର ସମସ୍ତ ସମ୍ପତ୍ତିକୁ ବିକି ତୋଳିଛନ୍ତି୧୨ଟି ମନ୍ଦିର।ସେଇ ନିଆରାବ୍ୟକ୍ତିତ୍ୱଙ୍କସମ୍ପର୍କରେ..

ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ନିଶାରେ ବଡିବିଲ୍ଡର। ଅନେକ ଛାତ୍ରଙ୍କୁ ସେ ମାଗଣାରେ ସୁନ୍ଦର ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ତାଲିମ ପ୍ରଦାନ କରିଥାନ୍ତି। ଭାଗବତ ସେବା ହେଉ କି ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ ଅବା ଗରିବ ପିଲାଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ ଏସବୁ କାମକୁ ସେ କରନ୍ତି ବେଶ୍‌ ହୃଦୟର ସହ। ଅନେକ ପିଲାଙ୍କ ଭବିଷ୍ୟତ ଗଢିଛନ୍ତି। ଉତ୍ତମ ମଣିଷ ଭାବେ ଗଢି ତୋଳିଛନ୍ତି। ଏଥିପାଇଁ ସେ ଜଣେ ଶ୍ରେଷ୍ଠ ଓ ଆଦର୍ଶ ଶିକ୍ଷକରୂପେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ବି ହୋଇଛନ୍ତି। ସେ ହେଲେ ଅବସରପ୍ରାପ୍ତ ଶିକ୍ଷକ ତଥା ବଡିବିଲଡର ତ୍ରିନାଥ ପଲାଇ। ଜନ୍ମ ସ୍ଥାନ ଗଞ୍ଜାମ ଜିଲାର ଆମ୍ବପୁଆରେ। ପିତା- ଆନନ୍ଦ ପଲାଇ ଓ ମା’ ତଅପୋଇ ଦେଇ । ଏବେ ସେ ରହୁଛନ୍ତି କୋରାପୁଟ ଜିଲାର ସୁନାବେଡା ଅଞ୍ଚଳରେ। ସେ କୁହନ୍ତି, ‘୧୯୭୨ମସିହାରୁ କୋରାପୁଟରେ ଅଛୁ। ବାପା ମା’ ସେଇଠି ଚାକିରି କରିଥିବାରୁ ସେଠାରେ ରହିବା ସହ ପାଠପଢ଼ା ବି ହେଲା। ଆଉ ଧୀରେ ଧୀରେ ସେଠାକାର ଶିକ୍ଷା ସଂସ୍କୃତି ସହିତ ବି ଜଡ଼ିତ ହେଲି । ସେତେବେଳେ ଏହି ଅଞ୍ଚଳରେ ଶିକ୍ଷାର ବିଶେଷ ସୁବିଧା ନ ଥିଲା। ତେଣୁ ସେଠାକାର ପିଲାମାନେ କେମିତି ଶିକ୍ଷିତ ହେବେ ସେଇ ଚିନ୍ତା ମତେ ଘାରିଲା। ତେଣୁ କିଛି ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲି । ପରେ ଶିକ୍ଷକତାକୁ ପେସା କଲି। ଏହାବାଦ ଜନସେବା ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କଲି। ଆଖପାଖ ଅଞ୍ଚଳରେ ଚନ୍ଦନ, ବଉଳ, କୃଷ୍ଣଚୁଡ଼ା ଆଦି ବିଭିନ୍ନ ବୃକ୍ଷର ଚାରା ଲଗାଇଲି। ସ୍ବାସ୍ଥ୍ୟ ହିଁ ସଂପଦ ଏକଥା ଛାତ୍ରୀଛାତ୍ରଙ୍କୁ ସବୁବେଳେ କହିଥାଏ। ଏଥିପାଇଁ ଯୋଗାସନ, ଭାରୋତ୍ତଳନ ବଡିବିଲଡିଂରେ ପିଲାଙ୍କୁ ତାଲିମ ଦେବା ଆରମ୍ଭ କଲି। ସୁନାବେଡ଼ା ଅଞ୍ଚଳରେ ଏକ ଜୟ ବଜରଙ୍ଗ ବ୍ୟାୟାମଶାଳା ଗଠନ କଲି। ତାସହ ଗାଁ ଗାଁ ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇଲି। ୧୯୭୯ରେ ମୁଁ ମି.ଇଣ୍ଡିଆ ବିଜେତା ହେବା ସହିତ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲି। ଏହାର ପ୍ରଭାବରେ ବହୁ ଛାତ୍ରଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବା ଲାଗି ଆଗ୍ରହ ପ୍ରକାଶ କଲେ। ମୁଁ ସେମାନଙ୍କୁ ତାଲିମ ଦେଲି। ସୁନ୍ଦର ସ୍ବାସ୍ଥ୍ୟ ଗଠନର ତାଲିମ ଦେଇଥିବା ଯୁବକମାନଙ୍କ ମଧ୍ୟରେ ଘାଷିରାମ ହନ୍ତାଳ, ଘେନୁ କାଡ଼ାମ୍‌, ଜି.ସଞ୍ଜିବ କୁମାର, କୃଷ୍ଣବାର୍ଲିପାଡ଼ିଆ, କାଶୀନାଥ ବିଶ୍ୱାଳ ଆଦି ରାଜ୍ୟ ଓ ଦେଶରେ ଜଣେ ଜଣେ ବଡିବିଲ୍ଡର ଭାବେ ସଫଳତା ପାଇପାରିଛନ୍ତି। ସେମିଳିଗୁଡ଼ାର ଲୋକ ମତେ ମୋ ପରିବାର ପରି ଲାଗନ୍ତି। କାରଣ ସେମାନେ ମୋତେ କୁହନ୍ତି- ଏଇ ପୋଲାଇ ମାଷ୍ଟର, ଆମର ପୁଅ ଓ ଆମ ନାତିମାନଙ୍କର ମାଷ୍ଟର। ସେ ଆମକୁ ପୁରାଣ ପଢ଼ାଇଥିଲା, ନାତିକୁ ବଡିବିଲ୍‌ଡିଂ ଶିଖାଇଲା। ଆମ ଗାଁ ଲୋକଙ୍କୁ ପାଠପଢ଼ାଇଛି, ମଣିଷ କରାଇଛି। ସେମାନଙ୍କଠାରୁ ଏଇ ସବୁ କଥା ଶୁଣିଲେ ମତେ ଲାଗେ ମୋ କର୍ମର ଫଳ ମୋତେ ମିଳି ଗଲା। ଏହାବାଦ ଶିକ୍ଷକଭାବେ ଯେଉଁମାନଙ୍କୁ ପାଠ ପଢ଼ାଇଥିଲି ସେମାନଙ୍କ ମଧ୍ୟରେ କିଏ ରାଜନେତା ତ କିଏ ଇଞ୍ଜିନିୟର ଓକିଲ, ବଡ଼ ଅଫିସର ହୋଇଛନ୍ତି। ଯାହା ମତେ ଆତ୍ମସନ୍ତୋଷ ଦିଏ। ଗୋଟିଏ କଥା ମନେପଡ଼ୁଛି ୧୯୮୧ମସିହା ବାତ୍ୟାରେ ସ୍କୁଲ କାନ୍ଥ ପାଚେରି ଭାଙ୍ଗି ଯାଇଥିଲା। ସେତେବେଳେ କିଛି ଦିନ ପିଲାମାନେ ସ୍କୁଲ ଆସିବା ବନ୍ଦ ହେଇଗଲା, ଯାହା ମତେ ବହୁତ କଷ୍ଟ ଲାଗିଥିଲା। ସେଥିପାଇଁ ନିଜ ଖର୍ଚ୍ଚରେ ସ୍କୁଲର ମରାମତି କରିଥିଲି। ପରେ ଏଥିପାଇଁ ସରକାରୀସ୍ତରରେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଥିଲି। ବନ୍ୟା, ବାତ୍ୟା ସମୟରେ ନିଜ ସାଧ୍ୟମତେ କେତେଜଣ ଗରିବ ଲୋକଙ୍କୁ ଚାଉଳ, ଚୁଡ଼ା, ଲୁଗା ଓ ଔଷଧପତ୍ର ପ୍ରଦାନ କରିଥାଏ। ତା’ସହ ଗରିବ ଲୋକଙ୍କ ବିବାହ ଉତ୍ସବରେ କିଛି ଆର୍ଥିକ ସାହାଯ୍ୟ ବି କରିଛି। ଲୋକଙ୍କୁ କିଛି ସାହାଯ୍ୟ କରିପାରିଲେ ମତେ ଭଗବାନଙ୍କ ସେବା କରିବା ପରି ଅନୁଭବ ହୁଏ। ତେଣୁ ଯେତେବେଳେ ବି ସୁଯୋଗ ମିଳେ ତାକୁ ମୁଁ ହାତ ଛଡା କରିବାକୁ ଚାହେଁନା। ଏତଦ୍‌ବ୍ୟତୀତ ଆଧ୍ୟାତ୍ମିକ ଚେତନା ଦ୍ୱାରା ଅନୁପ୍ରାଣିତ ହୋଇ ସୁନାବେଡ଼ା ବଜାର ନିକଟରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଛି, ଯାହା ପରିସରରେ ୧୨ଟି ସୁଉଚ୍ଚ ଅନ୍ୟ ଦେବୀଦେବତାଙ୍କ ମନ୍ଦିର ବି ଅଛି। ଯେମିତିକି ରାମମନ୍ଦିର, ରାମେଶ୍ୱରଙ୍କ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ଶ୍ରୀସୂଯର୍‌ୟଙ୍କ ମନ୍ଦିର, ନବଗ୍ରହ ଓ ମା’ ନାରାୟଣୀଙ୍କ ମନ୍ଦିର। ମନ୍ଦିର ନିର୍ମାଣ ପାଇଁ ମୁଁ ନିଜର ସମ୍ପତ୍ତିବାଡ଼ି ବିକ୍ରି କରିଦେଇଛି। ଏଇ ମନ୍ଦିର ହିଁ ଏବେ ମୋର ଘର। ଏହାର ଶୀତଳତା ଓ ପବିତ୍ରତା ମୋ ମନକୁ ତୃପ୍ତୀ ପ୍ରଦାନ କରିଥାଏ। ଏହାବାଦ ଗୋ-ସେବା ବି କରିଥାଏ। ଏବେ ମୋର ସାମାଜିକ କାର୍ଯ୍ୟରେ ଅନ୍ୟମାନେ ବି ସହଯୋଗ କରୁଛନ୍ତି। ଏଭଳି ପଥରେ ଗଲାବେଳେ ଅନେକ ସମସ୍ୟା ବି ଆସିଛି । ତଥାପି ଥକି ପଡ଼ିନି, ଆଗେଇ ଚାଲିଛି। ବିଭିନ୍ନ ସ୍ଥାନରୁ ମିଳିଥିବା ସମ୍ମାନ ଓ ପୁରସ୍କାରରୁ ଲୋକଙ୍କର ମୋ ପ୍ରତି ଥିବା ଭଲ ପାଇବାର ପରିଚୟ ମିଳିଥାଏ। ତେବେ ମୋ ପାଇଁ ଅସଲ ପୁରସ୍କାର ହେଉଛି ଗରିବ ମୁହଁରେ ମୋର କୌଣସି କାର୍ଯ୍ୟ ଲାଗି ଫୁଟି ଉଠୁଥିବା ହସ ଅଟେ। ତେଣୁ ମୁଁ ଚାହେଁ ମୋର ସାରା ଜୀବନକୁ ଲୋକଙ୍କ ହିତ ପାଇଁ ବିତେଇ ଦେବି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri