ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆଇଡି ନମ୍ବର

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ଚାଷୀ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଜାନୁଆରୀ ପହିଲାରୁ ପ୍ରତି ପଞ୍ଚାୟତରେ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ। ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାର ଲାଭ ମିଳିପାରିବ। ଚାଷୀ ସହାୟତା ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ୍‌-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ୍‌-କିଷାନ, ଫସଲ ଋଣ, ଅନ୍ୟାନ୍ୟ ସମସ୍ତ କୃଷି ସବ୍‌ସିଡିକୁ ପାରଦର୍ଶିତାର ସହ ପ୍ରଦାନ ନିମନ୍ତେ ଏହି ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ରାଜ୍ୟ କୃଷି ନିର୍ଦ୍ଦେଶକ ସମସ୍ତ ଜିଲାପାଳଙ୍କୁ ଏହି ଡାଟାବେସ୍‌ ପ୍ରସ୍ତୁତି ନିମନ୍ତେ ଆକ୍ସନ ପ୍ଲାନ୍‌ ଓ ଏସ୍‌ଓପି ଜାରି କରିଛନ୍ତି। ଏହି ଡାଟାବେସ୍‌ ପ୍ରସ୍ତୁତି ମାଧ୍ୟମରେ ଚାଷୀଙ୍କୁ ୟୁନିକ୍‌ ଆଇଡି ଜାରି କରି ସେମାନଙ୍କୁ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଯୋଜନାର ଲାଭ ଦେବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ସେତିକି ନୁହେଁ, କେଉଁ ଚାଷୀ କେତେ ଚାଷଜମିର ମାଲିକ, ସେଥିରୁ କେତେ ଜଳସେଚିତ ଓ କେତେ ଅଣଜଳସେଚିତ, ତା’ର ତଥ୍ୟ ମଧ୍ୟ ସରକାର ଜାଣିପାରିବେ।
ଫାର୍ମର ରେଜିଷ୍ଟ୍ରି କାର୍ଯ୍ୟ ରାଜ୍ୟର ସମସ୍ତ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଯେଉଁ ଶିବିରରେ ୨ଜଣ ଲେଖାଏ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର,ବ୍ଲକ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ମୋବାଇଲ ଫୋନ୍‌(ଆଧାର ଲିଙ୍କ ଥିବା), ଜମି ପଟ୍ଟା(ଭୂଲେଖରେ ଥିବା ରେକର୍ଡ) ଅବା ଖର୍ଦ୍ଦି ଦଲିଲ ଧରି ଶିବିରକୁ ଆସିବେ। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମ-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜୀକରଣ ଶେଷ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri