Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା ସରକାରଙ୍କର କୌଣସି ହାତ ନାହିଁ ଏବଂ ଆଇନ ଏହାର ପଦକ୍ଷେପ ନେଇଛି।
ଏକ ଖବରଦାତା ସମ୍ମିଳନୀରେ ଗଜେନ୍ଦ୍ର ସିଂ ଶେଖୱତ କହିଛନ୍ତି, କଂଗ୍ରେସ ନେତାମାନେ ନ୍ୟାୟିକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚିତ୍କାର କରୁଛନ୍ତି। ଏହା ଦର୍ଶାଉଛି ଯେ, ଗାନ୍ଧୀ ପରିବାର ନିଜକୁ ଦେଶର ନ୍ୟାୟିକ ପ୍ରକ୍ରିୟା, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ସୁରତ କୋର୍ଟ ଅନେକ ସୁଯୋଗ ଦେଇଛନ୍ତି କିନ୍ତୁ ସେ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ରାହୁଲ ଭାବୁଥିଲେ ନ୍ୟାୟପାଳିକା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବିଚାର କରିବାକୁ ସାହସ କରିବେ ନାହିଁ। ଆଇନ ତା’ ବାଟରେ କାର୍ଯ୍ୟ କରିଛି ଏବଂ ଏଥିରେ ଭାଜପା କିମ୍ବା ସରକାରଙ୍କ ହାତ ନାହିଁ। ଯେଉଁମାନେ ଦେଶରେ ଗଣତନ୍ତ୍ର ବିପଦରେ ଅଛନ୍ତି ବୋଲି ଦାବି କରୁଛନ୍ତି, ସେମାନେ ଆଇନଗତ ନିଷ୍ପତ୍ତି ବିରୋଧରେ ରାସ୍ତାରେ ଯାଇ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପମାନ କରୁଛନ୍ତି।
ଶେଖାୱତ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଗଣତନ୍ତ୍ରର ବିଭିନ୍ନ ସ୍ତମ୍ଭକୁ ଚ୍ୟାଲେଞ୍ଜ ତଥା ଅପମାନିତ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ଏହିପରି ଲୋକମାନେ ଗଣତନ୍ତ୍ର ପାଇଁ ବିପଦ କାରଣ ସେମାନେ ନିଜକୁ ଏହାଠୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି।
ରାହୁଲ ଦେଶପ୍ରେମୀ ତଥା ସ୍ବାଧୀନତା ସଂଗ୍ରାମୀ ସାଭରକରଙ୍କୁ ମଧ୍ୟ ଅପମାନ କରୁଛନ୍ତି। ଯଦି ରାହୁଲ ଗାନ୍ଧୀ ପ୍ରକୃତରେ ସାଭରକରଙ୍କୁ ଜାଣିବାକୁ ଚାହାଁନ୍ତି ତେବେ ସେ ଆଣ୍ଡାମାନ ନିକୋବର ଜେଲକୁ ଯାଇ ସେଠାରେ କିଛି ସମୟ ବିତାଇବା ଉଚିତ୍‌। ତା’ପରେ ସେ ଜାଣିବେ ଯେ ସାଭରକର କିଏ ଏବଂ ସେ କି ପ୍ରକାର ବଳିଦାନ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି। ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋର ନାମ ସାଭରକର ନୁହେଁ, ମୋର ନାମ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri