Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା ସରକାରଙ୍କର କୌଣସି ହାତ ନାହିଁ ଏବଂ ଆଇନ ଏହାର ପଦକ୍ଷେପ ନେଇଛି।
ଏକ ଖବରଦାତା ସମ୍ମିଳନୀରେ ଗଜେନ୍ଦ୍ର ସିଂ ଶେଖୱତ କହିଛନ୍ତି, କଂଗ୍ରେସ ନେତାମାନେ ନ୍ୟାୟିକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚିତ୍କାର କରୁଛନ୍ତି। ଏହା ଦର୍ଶାଉଛି ଯେ, ଗାନ୍ଧୀ ପରିବାର ନିଜକୁ ଦେଶର ନ୍ୟାୟିକ ପ୍ରକ୍ରିୟା, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ସୁରତ କୋର୍ଟ ଅନେକ ସୁଯୋଗ ଦେଇଛନ୍ତି କିନ୍ତୁ ସେ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ରାହୁଲ ଭାବୁଥିଲେ ନ୍ୟାୟପାଳିକା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବିଚାର କରିବାକୁ ସାହସ କରିବେ ନାହିଁ। ଆଇନ ତା’ ବାଟରେ କାର୍ଯ୍ୟ କରିଛି ଏବଂ ଏଥିରେ ଭାଜପା କିମ୍ବା ସରକାରଙ୍କ ହାତ ନାହିଁ। ଯେଉଁମାନେ ଦେଶରେ ଗଣତନ୍ତ୍ର ବିପଦରେ ଅଛନ୍ତି ବୋଲି ଦାବି କରୁଛନ୍ତି, ସେମାନେ ଆଇନଗତ ନିଷ୍ପତ୍ତି ବିରୋଧରେ ରାସ୍ତାରେ ଯାଇ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପମାନ କରୁଛନ୍ତି।
ଶେଖାୱତ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଗଣତନ୍ତ୍ରର ବିଭିନ୍ନ ସ୍ତମ୍ଭକୁ ଚ୍ୟାଲେଞ୍ଜ ତଥା ଅପମାନିତ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ଏହିପରି ଲୋକମାନେ ଗଣତନ୍ତ୍ର ପାଇଁ ବିପଦ କାରଣ ସେମାନେ ନିଜକୁ ଏହାଠୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି।
ରାହୁଲ ଦେଶପ୍ରେମୀ ତଥା ସ୍ବାଧୀନତା ସଂଗ୍ରାମୀ ସାଭରକରଙ୍କୁ ମଧ୍ୟ ଅପମାନ କରୁଛନ୍ତି। ଯଦି ରାହୁଲ ଗାନ୍ଧୀ ପ୍ରକୃତରେ ସାଭରକରଙ୍କୁ ଜାଣିବାକୁ ଚାହାଁନ୍ତି ତେବେ ସେ ଆଣ୍ଡାମାନ ନିକୋବର ଜେଲକୁ ଯାଇ ସେଠାରେ କିଛି ସମୟ ବିତାଇବା ଉଚିତ୍‌। ତା’ପରେ ସେ ଜାଣିବେ ଯେ ସାଭରକର କିଏ ଏବଂ ସେ କି ପ୍ରକାର ବଳିଦାନ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ସଭ୍ୟପଦ ଚାଲିଯାଇଛି। ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମୋର ନାମ ସାଭରକର ନୁହେଁ, ମୋର ନାମ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri