Posted inଜାତୀୟ

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ Laptop: ଜାଣନ୍ତୁ ଏଥିରେ କ’ଣ ଅଛି ଖାସ୍‌

ନୂଆଦିଲ୍ଲୀ,୧।୩: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ Laptop ବ୍ୟବହାର କରୁଥିବାର ଦେଖାଯାଉଛି। ଏହି Laptop ଭାରତରେ ଡିଜାଇନ କରାଯାଇଛି ଏବଂ ଏହାକୁ ସମ୍ପୂର୍ଣ୍ଣ ଭାରତରେ ର୍ନିମିତ କରାଯାଇଛି। ତେଣୁ ଏହା ଏକ ସମ୍ପୂର୍ଣ୍ଣ ଭାରତରେ ନିର୍ମିତ Laptop। ଏହାକୁ VVDN ଟେକ୍ନୋଲୋଜିସ ନାମକ ଏକ କମ୍ପାନୀ ଦ୍ୱାରା ବିକଶିତ କରାଯାଇଛି। ବୈଷ୍ଣବଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ, କମ୍ପାନୀର ସିଇଓ ପୁନିତ ଅଗ୍ରୱାଲଙ୍କୁ କହୁଥିବାର ଶୁଣାଯାଉଛି ଯେ, Laptopର ହାର୍ଡୱେର, ମଦରବୋର୍ଡ, ମେକାନିକାଲ୍ସ, ବଡି ଏବଂ ଚେସିସ ଏବଂ ସଫ୍ଟୱେର୍‌ ସମେତ ସବୁକିଛି ଭାରତରେ ନିର୍ମିତ ହୋଇଛି।
ଭିଡିଓରେ Laptop ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ, କିନ୍ତୁ ଅଗ୍ରୱାଲ କହିଛନ୍ତି, ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଡିଜାଇନ କରାଯାଇଛି। କମ୍ପାନୀର ୱେବସାଇଟରେ କୁହାଯାଇଛି ଯେ VVDN ଟେକ୍ନୋଲୋଜି ବିଭିନ୍ନ କମ୍ପାନୀକୁ ପ୍ରବେଶ-ସ୍ତରୀୟ ଲାପଟପ ସମାଧାନ ପ୍ରଦାନ କରେ। ଏପରି ଏକ Laptopର ସ୍ପେସିଫିକେସନ ବିଷୟରେ କୁହାଯାଇଛି ଯେ, ୧୪ ଇଞ୍ଚ ଡିସପ୍ଲେ ଥିବା ଏହି ଲାପଟପରେ ଇଣ୍ଟେଲ ସେଲେରନ ପ୍ରୋସେସର୍‌, ୨୫୬GB SATA SSD ଷ୍ଟୋରେଜ ଏବଂ ୮ GB RAM ରହିଛି। ଏହା ମାଇକ୍ରୋସଫ୍ଟର ୱିଣ୍ଡୋଜ ୧୧ ଅପରେଟିଂ ସିଷ୍ଟମରେ ଚାଲିଥାଏ। ତଳେ ଥିବା ଭିଡିଓରେ ଅଶ୍ୱିନୀ ବୈଷ୍ଣବଙ୍କୁ Laptop ପରୀକ୍ଷଣ କରୁଥିବାର ଦେଖିବାକୁ ମିଳିପାରିବ।
କମ୍ପାନୀର ୱେବସାଇଟରେ ଲେଖାଯାଇଛି, VVDN ଟେକ୍ନୋଲୋଜିସ ନିଜ ନାମରେ Laptop ବିକ୍ରି କରେ ନାହିଁ। କମ୍ପାନୀଟି Laptop ତିଆରି କରେ ଏବଂ ସେଗୁଡ଼ିକୁ ଅନ୍ୟ କମ୍ପାନୀଗୁଡ଼ିକୁ ଯୋଗାଇଥାଏ, ଯେଉଁମାନେ ନିଜସ୍ବ ବ୍ରାଣ୍ଡିଂ ସହିତ ବଜାରରେ ବିକ୍ରି କରନ୍ତି। କିଛି ଦିନ ଧରି ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉନ୍ନତି ଆସିଛି ଏବଂ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ନିର୍ମାତାମାନଙ୍କୁ ମଧ୍ୟ ଲାଭ ପହଞ୍ଚାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri