ଭିତ୍ତିଭୂମି ସୁଦୃଢ଼ ଦିଗରେ ସହାୟକ ହେବ କେନ୍ଦ୍ର ବଜେଟ

ବ୍ୟବସାୟ କରିବା କଷ୍ଟକର
କୋଭିଡ୍‌ ଯୋଗୁ ବ୍ୟବସାୟ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇ ରହିଛି। ସେହିପରି ଦେଶର ଅର୍ଥନୀତି ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାକୁ ଆସିପାରିନାହିଁ। ଏଭଳି ସମୟରେ ଲୋକଙ୍କ ନିଯୁକ୍ତି ଚାଲିଯାଇଥିବା ବେଳେ କ୍ରୟଶକ୍ତି ମଧ୍ୟ କମିଛି। ସେହିପରି ଅଫ୍‌ଲାଇନ ବ୍ୟବସାୟ ଅନ୍‌ଲାଇନ ବା ଡିଜିଟାଲ ବାଣିଜ୍ୟ ଯୋଗୁ ମାନ୍ଦା ରହିଛି। ଫଳରେ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି। ଅନ୍‌ଲାଇନ କାରବାର ହ୍ରାସକରି ଅଫ୍‌ଲାଇନ ବ୍ୟବସାୟ ବୃଦ୍ଧି କରାଇ ବଜାରର ଚାହିଦା ବଢ଼ାଇବାର ଆବଶ୍ୟକତା ରହିଛି। ମାତ୍ର ବଜେଟରେ ସେଭଳି କିଛି ପଦକ୍ଷେପ ନିଆଗଲା ନାହିଁ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ସେଭଳି କିଛି ବିଶେଷ ଘୋଷଣା ହୋଇନାହିଁ।
-ରାଜେଶ ଗୁପ୍ତା, ଏମ୍‌ଡି, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ବିକାଶମୁଖୀ ବଜେଟ ବ୍ୟବସ୍ଥା
ଚଳିତ ଥରର ବଜେଟ ଏକ ଦୂରଦୃଷ୍ଟିସମ୍ପନ୍ନ ଓ ବିକାଶମୁଖୀ ବଜେଟ ବ୍ୟବସ୍ଥା ହୋଇଛି। ଦେଶର ବିକାଶ ପାଇଁ ଗତିଶକ୍ତି ଯୋଜନା କରାଯାଇଛି। ଏହାଦ୍ୱାରା ସାମଗ୍ରୀ ପରିବହନ କ୍ଷେତ୍ରକୁ ବେଶ୍‌ ପ୍ରୋତ୍ସାହନ ସହ ଅମୃତକାଳ ଲାଗି ବ୍ଲ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ସେହିଭଳି ପୁଞ୍ଜି ବ୍ୟୟରେ ୩୫.୪% ବୃଦ୍ଧି ବେଶ୍‌ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଦେଶର ଅଭିବୃଦ୍ଧି ଲାଗି ବହୁଗୁଣିତ ପ୍ରଭାବ ପକାଇବ। ସେହିପରି ଇସ୍ପାତ କ୍ଷେତ୍ରରେ ଚାହିଦା ବୃଦ୍ଧିରେ ଏହା ସହାୟକ ହେବ। ଆତ୍ମନିର୍ଭର ଭାରତକୁ ସଫଳ କରିବା ପାଇଁ ଆଉ ଏକ ଦୃଢ଼ ପଦକ୍ଷେପ।
-ଦିଲୀପ ଓମେନ, ସିଇଓ, ଏଏମ୍‌ଏନ୍‌ଏସ୍‌

ଅର୍ଥନୀତି ଲାଗି ବେଶ୍‌ ଲାଭକାରୀ
ଚଳିତ ବଜେଟ ବ୍ୟବସ୍ଥାରେ ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଅଟୋମୋବାଇଲ ଶିଳ୍ପ ବେଶ୍‌ ଲାଭବାନ ହେବ। ଏହା ସହ ଜଡ଼ିତ ବିଭିନ୍ନ ଆନୁଷଙ୍ଗିକ କ୍ଷେତ୍ର ମଧ୍ୟ ବିଶେଷ ଉପକୃତ ହେବେ। ସେହିଭଳି ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର୍‌ ଲୋକାଲ ଏବଂ ଇ ଯାନ ନୀତିରେ ବ୍ୟାଟେରି ପରିବର୍ତ୍ତନ ଭଳି ପଦକ୍ଷେପ ଅଟୋଶିଳ୍ପର ଅଭିବୃଦ୍ଧିର ଆଉ ଏକ ସଂକଳ୍ପବଦ୍ଧ ବ୍ୟବସ୍ଥା। ଶିଳ୍ପର ଭିତ୍ତିଭୂମିକୁ ସରକାର ଗୁରୁତ୍ୱ ଦେଉଥିବାରୁ ଏହା ଦେଶର ଅର୍ଥନୀତି ଏବଂ ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧିକୁ ବଢ଼ାଇବାରେ ବେଶ୍‌ ସହାୟକ ହେବ।
-ଭେଙ୍କଟରାମ ମାମିଲାପାଲେ, କଣ୍ଟ୍ରି ସିଇଓ, ରେନୋ ଇଣ୍ଡିଆ

ଅଭିବୃଦ୍ଧିଭିତ୍ତିକ ବଜେଟ
୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ବ୍ୟବସ୍ଥାରେ ଅନେକ ପଦକ୍ଷେପ ନିଆଯାଇଛି। ଚଳିତ ଥରର ବଜେଟ ହେଉଛି ଏକ ଅଭିବୃଦ୍ଧିଭିତ୍ତିକ ତଥା ଦୂରଦୃଷ୍ଟିସମ୍ପନ୍ନ ବଜେଟ। ବର୍ତ୍ତମାନ ଦେଶର ପ୍ରଭାବିତ ଅର୍ଥନୀତି ଲାଗି ଏଭଳି ପଦକ୍ଷେପ ଓ ଯୋଗଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ବଜେଟରେ ରହିଥିବା ବିଭିନ୍ନ ପ୍ରସ୍ତାବ ଦେଶର ଅଭିବୃଦ୍ଧି ସହ ମହାନ୍‌ ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି। ସ୍ଥିର ଏବଂ ଉନ୍ନତ ନୀତି, ବିଶ୍ୱାସଭିଭିକ ଗଭର୍ନାନ୍ସ, ପୁଞ୍ଜି ଖର୍ଚ୍ଚରେ ନିରନ୍ତର ବୃଦ୍ଧି ଭଳି ଅନ୍ୟ ପଦକ୍ଷେପ ଅର୍ଥନୀତିକୁ ଅଗ୍ରସର କରାଇବାରେ ବେଶ୍‌ ସହାୟକ ହେବ। ବିଶେଷକରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଏହାଦ୍ୱାରା ଅଧିକ ଲାଭ ମିଳିପାରିବ।
-ଶୁଭ୍ରକାନ୍ତ ପଣ୍ଡା, ଏମ୍‌ଡି, ଇମ୍ଫା

ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଅଭିବୃଦ୍ଧି
ଚଳିତ ବଜେଟରେ ସରକାର ହୋଟେଲ ଶିଳ୍ପ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସରକାର ଇସିଏଲ୍‌ଜିିଏସ୍‌ ଋଣ ଭାବେ ଅତିରିକ୍ତ ୫୦ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ଯାହା ବେଶ୍‌ ସ୍ବାଗତଯୋଗ୍ୟ ପଦକ୍ଷେପ। ମହାମାରୀ ସମୟରେ ଏହା ଏକ ରିଲିଫ୍‌ ନୁହେଁ ୨୦୨୩ ମାର୍ଚ୍ଚ ଯାଏ ମୋରାଟୋରିୟମ ସମୟସୀମାକୁ ସମ୍ପ୍ରସାରଣ ଭାବେ ଘୋଷଣା କରାଯାଇଛି, ଯାହା କି ଯଥେଷ୍ଟ ନୁହେଁ। ଗତ ୨ ବର୍ଷ ମଧ୍ୟରେ ହୋଟେଲ ଶିଳ୍ପ ବ୍ୟାପକ ପରିମାଣରେ କ୍ଷତି ସହିଛନ୍ତି। ସେହିଭଳି ୨୦୨୫ ମାର୍ଚ୍ଚ ଯାଏ ଏହାକୁ ସମ୍ପ୍ରସାରଣ କରାଯାଉ ବୋଲି ଶିଳ୍ପ ସଂଘ ଦାବି କରି ଆସୁଥିଲା। ସେହିପରି ପିଏମ୍‌ ଗତିଶକ୍ତି ପାଇଁ ଉତ୍ତର ପୂର୍ବାଞ୍ଚଳ ପରିଷଦ (ଏନ୍‌ଇସି)କୁ ଅତିରିକ୍ତ ୧୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରାଇବା ଲକ୍ଷ୍ୟରେ ମନ୍ତ୍ରଣାଳୟର ବଜେଟକୁ ୨୦୦୦ କୋଟିରୁ ୨୪୦୦ କୋଟି ବଢ଼ାଇ ଦିଆଯାଇଛି। ଦେଶରେ ୮ଟି ରୋପ୍‌ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେଥିରୁ ଓଡ଼ିଶା ଭାଗରେ କିଛି ଆସିବାର ଆଶା ରହିଛି।
-ଜେ.କେ. ମହାନ୍ତି, ଅଧ୍ୟକ୍ଷ, ହାରୋ

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଗୁରୁତ୍ୱ
ମଙ୍ଗଳବାର ୨୦୨୨-୨୩ ବର୍ଷର ୟୁନିୟନ ବଜେଟ ଉପସ୍ଥାପନ ହୋଇଛିି। ଏହି ବଜେଟ ଭିତ୍ତିଭୂମି ଉପରେ ଆଧାରିତ ଓ ଭିତ୍ତିଭୂମିର ଉନ୍ନତି ଉପରେ ଜଡ଼ିତ । ଏଥିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମୃଦ୍ଧି ପାଇଁ କିଛିଟା ବ୍ୟବସ୍ଥା କରାଯାଇଛି। ଆର୍ଥିକ ବିନିଯୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟକୁ ୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଫଳରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ପାଇଁ ବ୍ୟବସ୍ଥା କରାଯାଇଛି। ସବୁଠାରୁ ଆଖିଦୃଶିଆ ପଦକ୍ଷେପ ହେଲା ପ୍ରତିରକ୍ଷା ବିଭାଗ ୬୮ ପ୍ରତିଶତ କ୍ରୟ କେବଳ ଏମ୍‌ଏସ୍‌ଏମ୍‌ଇରୁ ହିଁ କରିବ।
– ବିରଞ୍ଚି ନାରାୟଣ ମିଶ୍ର, ସଭାପତି, ଓଇଆ

ବିକାଶକୁ ବ୍ୟାପକ କରିବ
ଚଳିତ ଥରର ବଜେଟ ବ୍ୟବସ୍ଥା ଦେଶର ବିକାଶକୁ ବ୍ୟାପକ କରିବ। ବିଶେଷକରି ଗତିଶକ୍ତି ଯୋଜନା ଜରିଆରେ ରାଷ୍ଟ୍ରର ବିକାଶ ସାଙ୍ଗକୁ ସଂସ୍ଥାର ଅଭିବୃଦ୍ଧି ହୋଇପାରିବ। ଇ-ଯାନ ନୀତି ଓ ବ୍ୟବସ୍ଥା ସାଙ୍ଗକୁ ସୁବିଧା ଏପରିକି ପ୍ରୋତ୍ସାହନ ମଧ୍ୟ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମନୋବଳ ବଢାଇବ। ଶିଳ୍ପର ଅଭିବୃଦ୍ଧି ସାଙ୍ଗକୁ ସମାଜର ବିକାଶ ଓ ପରିବେଶ ସୁରକ୍ଷା ସମ୍ପର୍କରେ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି। ଏହା ଦେଶର ଅର୍ଥନୀତିକୁ ଅଭିବୃଦ୍ଧି କରାଇବାରେ ସହଜ ହେବ। – ଅଭିନାଶ ସାମଲ, ଏମ୍‌ଡି, ଏମ୍‌ଜି ହେକ୍ଟର


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri