Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ ଉପସ୍ଥାପନ ହେବ। ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥତ୍କ ଶୃଙ୍ଖଳାକୁ ବଜାୟ ରଖିବା ସହ ଆମେରିକା ଟାରିଫ୍‌ ସମେତ ବିଶ୍ୱ ବାଣିଜ୍ୟ ସଂଘର୍ଷରୁ ଅର୍ଥନୀତିକୁ ସୁଧାର ଦେଇପାରିବା ଭଳି ଉପାୟଗୁଡ଼ିକୁ ସାମିଲକରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ ସୀତାରାମନଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଆୟକର ଏବଂ ଜିଏସ୍‌ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

୨୦୨୭ ଆର୍ଥତ୍କ ବର୍ଷର ବଜେଟ ଏକ ଜଟିଳ ପୃଷ୍ଠଭୂମି ମଧ୍ୟରେ ପ୍ରସ୍ତୁତ ହୋଇଛି। ଘରୋଇ ଚାହିଦା ବଢ଼ିବା ସହ ଉଚ୍ଚ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାବେଳେ ଭୂରାଜନୈତିକ ଉତ୍ତେଜନା, ସାମଗ୍ରୀଗୁଡ଼ିକର ଦରଦାମ୍‌ରେ ଅସ୍ଥିରତା ଏବଂ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଅସମାନ ମୁଦ୍ରାନୀତି ଶିଥିଳତା ଆଦି ବୈଶ୍ୱିକ ଅସ୍ଥିରତା ଭବିଷ୍ୟତ ପରିଦୃଶ୍ୟକୁ ଅସ୍ପଷ୍ଟ କରିରଖିଛି। ଦେଶ ମଧ୍ୟରେ ସରକାର ଆର୍ଥତ୍କ ନିଅଣ୍ଟକୁ ନିମ୍ନମୁଖୀ ପଥରେ ରଖିବା ସହିତ ଖର୍ଚ୍ଚ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ପୁଞ୍ଜି ବ୍ୟୟ ବଢ଼ାଇବା ନେଇ ଚାପର ସମ୍ମୁଖୀନ ହେଉଛନ୍ତି। ତେବେ ଟିକସ ହ୍ରାସ କାରଣରୁ ସରକାରଙ୍କ ରାଜସ୍ବ କମିଛି, ଯାହାକୁ ନୂଆ ବଜେଟରେ ଅର୍ଥନୀତିକୁ ସମର୍ଥନ ଦେବାରେ ଅର୍ଥମନ୍ତ୍ରୀଙ୍କ ବିକଳ୍ପଗୁଡ଼ିକୁ ସୀମିତ କରିଦେଇଛି। ବିଶେଷକରି ବୃଦ୍ଧି ପାଉଥିବା ଅନିଶ୍ଚିତତା, ସଙ୍କଟରେ ଥିବା ଆର୍ଥତ୍କ ବଜାର ଏବଂ ବିଶ୍ୱ ପଣ୍ୟ ମୂଲ୍ୟରେ କ୍ରମାଗତ ବୃଦ୍ଧି କାରଣରୁ ଅଭିବୃଦ୍ଧିକୁ ଆଗେଇନେବା ଭଳି କାରକ ଖୋଜି ବାହାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ପଢ଼ନ୍ତୁ ➡️ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି?

ସେହିପରି ଆମେରିକା ସହ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ନିବେଶକମାନଙ୍କ ଆସ୍ଥାକୁ ବଜାୟ ରଖିବା ମଧ୍ୟ ତାଙ୍କ ପାଇଁ ଆଉ ଏକ ଜଟିଳ କାର୍ଯ୍ୟ। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଭାରତୀୟ ଅଂଶଧନ ବିକ୍ରି କରିଦେଉଥିବାରୁ ଟଙ୍କା ମୂଲ୍ୟ ରେକର୍ଡ ନିମ୍ନସ୍ତରରେ ପହଞ୍ଚତ୍ଛି। ରାଜସ୍ବ ବଢ଼ାଇବା ପାଇଁ ଅର୍ଥମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲକୁ ବ୍ୟବହାର କରିପାରନ୍ତି ବୋଲି କେତେକେ ବିଶ୍ୱାସ କରୁଛନ୍ତି। ତୈଳ ଉପରେ ଟିକସ ବୃଦ୍ଧି ଗ୍ରାହକଙ୍କ ଉପରେ ନ ପକାଇ ଏହାକୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ଦ୍ୱାରା ସମାୟୋଜିତ କରାଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri