ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୧୨ା୫: ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବ୍‌ ଷ୍ଟେଶନ ରଖା ଯାଇଛି। ଫଳରେ ବିଦ୍ୟୁତ୍‌ ବିଭ୍ରାଟ ସମୟରେ ଯୋଗାଣ ସୁଗମ ହେବ। ବ୍ରହ୍ମପୁର ସର୍କଲ, ସିଟି ସର୍କଲ, ରାୟଗଡା ସର୍କଲ, ଜୟପୁର ସର୍କଲ, ଆସ୍କା ସର୍କଲ ଓ ଭଞ୍ଜନଗର ସର୍କଲରେ ୧୧/୦୪ କେଭିର ଗୋଟିଏ ଲେଖାଏ ଭ୍ରାମ୍ୟମାଣ ସବ୍‌ ଷ୍ଟେଶନ ରଖାଯାଇଛି। ଏହି ଭ୍ରାମ୍ୟମାଣ ସବ୍‌ ଷ୍ଟେଶନଗୁଡିକ ଛୋଟ ପ୍ଲଗ୍‌ ଇନ ସବ ଷ୍ଟେଶନ। ଏଥିରେ ବଣ୍ଟନ ଟ୍ରାନ୍ସଫର୍ମର, ହାଇ ଓ ଲୋ ଟେନଶନ ସୁରକ୍ଷା ଉପକରଣ। ଯାହାକୁ ଏକ ଭ୍ରାମ୍ୟମାଣ ଟ୍ରଲି ଉପରେ ରଖାଯାଇଛି। ଯେ କୌଣସି ଜରୁରୀକାଳୀନ ସମୟରେ ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରିବା ପାଇଁ ତୁରନ୍ତ ଏହାକୁ ବ୍ୟବହାର କରିହେବ। ଏଥିସହ ପରିବହନ ସମୟ ଛାଡି ଦେଲେ ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ଭ୍ରାମ୍ୟମାଣ ସବ୍‌ ଷ୍ଟେଶନକୁ ବ୍ୟବହାର କରିହେବ। ହସ୍ପିଟାଲ ଓ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସେବାରେ ଶୀଘ୍ର ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରିବାରେ ଏହି ସବ୍‌ ଷ୍ଟେଶନଗୁଡିକ ବିଶେଷ ସହାୟକ ହେବ। ଡିଏସ୍‌ଏସ୍‌ର ମରାମତି ଭଳି ଘଟଣାରେ ଗ୍ରାହକଙ୍କୁ ବିଦ୍ୟୁତ୍‌ ଯୋଗାଣ ପାଇଁ ଭ୍ରାମ୍ୟମାଣ ସବ୍‌ ଷ୍ଟେଶନ ବ୍ୟବହାର କରାଯାଇ ପାରିବ। ସବ୍‌ ଷ୍ଟେଶନଗୁଡିକ ଛୋଟ ଓ ସହଜରେ ପରିବହନ କରିହେବ। ଏଣୁ ଝଡ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବାରେ ସହାୟକ ହେବ। ଗ୍ରାହକଙ୍କ ପାଇଁ ନିରବଚ୍ଛିନ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି ଟିପିଏସ୍‌ଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri