ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୂଲ୍ୟା ନଦୀ ତଟରେ ପଙ୍କାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି।
ଖବର ପାଇ ଗଞ୍ଜାମ ଥାନା ପୋଲିସ ଓ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହରେ କେବଳ ଗୋଟିଏ ଗଞ୍ଜି ଓ ଜିନ୍ସ ପିନ୍ଧାଯାଇଥିବା ଦେଖାଯାଇଛି। ଦେହ ଫୁଲିଯାଇଥିବା ସହ ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଛି। ପୋଲିସ ମୃତକଙ୍କ ପରିଚୟ ଓ ହତ୍ୟାର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।