ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ କୋଭିଡ୍‌ କଟକଣା ଯୋଗୁ ବିଭିନ୍ନ ସଂସ୍ଥା ବନ୍ଦ ହୋଇ ରହିଛି। ଫଳରେ ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ମହାମାରୀରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି କଡା ପଦକ୍ଷେପ ଗ୍ରହଣ କରାଗଲା। ଫଳରେ ଅନେକ ଲୋକ ନିଜ ଜୀବନଜୀବିକା ସହ ବୃତ୍ତି ମଧ୍ୟ ଛାଡିଛନ୍ତି। କଟକଣା ଯୋଗୁ କିଛି ସଂସ୍ଥାନ ପକ୍ଷରୁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଆଉ କିଛି ଲୋକ ଲକ୍‌ଡାଉନ୍‌ ପାଇଁ କର୍ମସଂସ୍ଥାନକୁ ଯାଇ ନ ପାରି ମଧ୍ୟ ରୋଜଗାର ହରାଇଛନ୍ତି। ନିକଟରେ ପ୍ରକାଶିତ ଆଇଏଲ୍‌ଓର ଡାଟାବେସ୍‌ରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ୨୦୨୦-୨୧ ମଧ୍ୟରେ ଦେଶରେ ବେକାରି ହାର ୩ ଦଶକ ପଛକୁ ଚାଲିଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସଂସ୍ଥାର ରିପୋର୍ଟ ଅନୁସାରେ, ଶ୍ରମଜୀବୀ ହୋଇ କାର୍ଯ୍ୟ କରୁ ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୨୦ରେ ୭.୧୧%କୁ ଖସି ଆସିଛି। ଫଳରେ ଦେଶରେ ବେକାରି ହାର ବ୍ୟାପକ ଭାବେ ବୃଦ୍ଧି ପାଇଛି। ସେହିଭଳି ୨୦୨୧ ଜାନୁୟାରୀରେ ବେକାରି ହାର ୬.୬୨% ଥିବା ବେଳେ ଏପ୍ରିଲରେ ଏହା ୭.୯୭% କୁ ବୃଦ୍ଧି ପାଇଛି।
ତେବେ ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଯୋଗୁ ଏହି ସଂଖ୍ୟା ମେ ୧୬ ସୁଦ୍ଧା ୧୪.୫% କୁ ବୃଦ୍ଧି ପାଇଥିବା ବେଳେ ମେ ୨୩ ବେଳକୁ ୧୪.୭% ରେ ପହଞ୍ଚତ୍ୟାଇଛି। କେନ୍ଦ୍ର ସରକାରଙ୍କ ଲେବର ଫୋର୍ସ ସର୍ଭେର ଡାଟା ଅନୁସାରେ, ଦେଶର ବେକାରି ହାର ୨୦୧୭-୧୮ରେ ୬.୧% ଥିଲା; ଯାହା ଗତ ୪୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ୨୦୧୮-୧୯ରେ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସି ୫.୮% ରେ ରହିଥିଲା। ସେହିଭଳି ୨୦୨୦-୨୧ରେ ଉକ୍ତ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଉଭା ହୋଇଛି। ସେହିପରି ୨୦୦୮ରେ ବେକାରି ହାର ୫.୩୬ %, ୨୦୧୦ରେ ୫.୬୫%, ୨୦୧୩ରେ ୫.୬୭%, ୨୦୧୯ରେ ୫.୨୭ % ରହିଛି; ଯାହା ୨୦୨୦ରେ ୭.୧୧% କୁ ବୃଦ୍ଧି ପାଇବା ସହ ଦେଶର ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଇଛି। ସାରା ବିଶ୍ୱରେ ବେକାରି ହାର ୨୦୨୦ରେ ୬.୪୭ %କୁ ବୃଦ୍ଧି ପାଇଥିଲା। ୨୦୧୯ରେ ଏହା ୫.୩୭ % ରହିଥିଲା । ତେବେ ୧୯୯୧ରେ ସାରା ବିଶ୍ୱର ବେକାରି ହାର ପ୍ରାୟ ୪.୮% ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ,୨୦୦୯ରେ ଶ୍ରୀଲଙ୍କାରେ ଭାରତଠୁ ବେକାରି ହାର ଭଲ ଥିଲା। ଭାରତରେ ଏହା ୫.୬୧% ଥିବା ବେଳେ ଶ୍ରୀଲଙ୍କାରେ ୫.୮୫ %ରହିଥିଲା। ୨୦୨୦ରେ ବାଂଲାଦେଶରେ ବେକାରି ହାର ୫.୩% ଏବଂ ଶ୍ରୀଲଙ୍କାରେ ୪.୪୮ %, ପାକିସ୍ତାନରେ ୪.୬୫%, ନେପାଳରେ ୪.୪୪% ଓ ଭୁଟାନରେ ୩.୭୪ % ରହିଥିଲା। ୨୦୧୫ ରୁ ୨୦୧୯ ମଧ୍ୟରେ ଆମେରିକାର ସ୍ଥିତି ଭାରତଠୁ ଭଲ ଥିବା ବେଳେ ୨୦୨୦ରେ କିନ୍ତୁ ବେକାରି ହାର ଭାରତ ତୁଳନାରେ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri