ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…

ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ ହେଉଥିବାରୁ ଯୁବବର୍ଗ ନିରାଶ ହେବାରେ ଲାଗିଛନ୍ତି।

ମୁମ୍ବାଇ ସ୍ଥିତ ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଅନୁଯାୟୀ, ଦେଶର ବେରୋଜଗାରୀ ହାର ଗତ ୫ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ହାରଠାରୁ ଅଧିକ ରହିଛି। ଏଭଳିସ୍ଥଳେ କରୋନା ମହାମାରୀ ଯୋଗୁ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଛି। ଏପ୍ରିଲ ୨୨୦୨୦ରେ ଭାରତର ବେକାରୀ ହାର ସର୍ବାଧିକ ୨୩.୫ ପ୍ରତିଶତ ଛୁଇଁଥିଲା।

ଗତ ୨୦୨୧ ଡିସେମ୍ବରରେ ଏହା ୭.୯ ପ୍ରତିଶତ ଥିଲା। ତୁଳନାତ୍ମକ ଭାବରେ, ଡିସେମ୍ବରରେ କାନାଡାର ବେକାରୀ ହାର ୫.୯ ପ୍ରତିଶତ ଥିଲା, ଯାହା ବିଶ୍ୱର ଅନ୍ୟ ଧନୀ ଦେଶ ଅପେକ୍ଷା ଭଲ। ଅଧିକାଂଶ ଧନୀ ଦେଶ ୨୦୨୧ ଅକ୍ଟୋବରରେ ଷଷ୍ଠ ମାସ ପାଇଁ ବେକାରୀ ହାରରେ ହ୍ରାସ ଘଟିଥିବା ନେଇ ନିଜ ନିଜ ରିପୋର୍ଟ ପ୍ରକାଶ କରିଛନ୍ତି। ଆମେରିକା ଭଳି ବହୁ ଦେଶ କର୍ମଚାରୀଙ୍କ ଅଭାବ ସହିତ ସଂଘର୍ଷ କରୁଛନ୍ତି।

ଭାରତ ପାଇଁ ଏହି ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। କାରଣ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବ ପରି ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ନୁହେଁ। ଏହି କାରଣରୁ ଯୁବକମାନେ ହତାଶ ହୋଇ ସେମାନଙ୍କ ଶିକ୍ଷା ଏବଂ କୌଶଳର ବିପରୀତ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ସକ୍ଷମ, ସେମାନେ ବିଦେଶକୁ ଯାଉଛନ୍ତି ।

ସିଏମଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କୁହନ୍ତି, ଦେଶର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଚାକିରୀ ମିଳୁନାହିଁ। ସମସ୍ୟା ହେଉଛି ଚାକିରୀ ଖୋଜୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସମାଲୋଚକମାନଙ୍କ ଅନୁସାରେ ଯୁବକମାନଙ୍କ ମଧ୍ୟରେ ଏହି ନିରାଶ ଭାବନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ଦେଖାଦେଇଛି। ଯୁବବର୍ଗଙ୍କୁ ଚାକିରି ଯୋଗାଇଦେବା ଭଳି ବଡ ପ୍ରତିଶୃତି ମାଧ୍ୟମରେ କ୍ଷମତାକୁ ଆସିଥିଲେ।

ଏହି ପ୍ରସଙ୍ଗରେ ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମତାମତ ନିଆଯାଇଥିଲା, ମାତ୍ର କୌଣସି ଉତ୍ତର ମିଳି ନ ଥିଲା। ଗତ ମାସରେ, ଶ୍ରମ ମନ୍ତ୍ରଣାଳୟର ଚାକିରି ୱେବସାଇଟରେ ଚାକିରୀ ଖୋଜୁଥିବା ଲୋକଙ୍କ ସଂଖ୍ୟା ଏକ କୋଟି ୩୦ ଲକ୍ଷ ହୋଇଥିବାବେଳେ ଚାକିରି ଦୁଇ ଲକ୍ଷ ୨୦ ହଜାର ଥିଲା।

ଡିସେମ୍ବରରେ ଶ୍ରମ ମନ୍ତ୍ରଣାଳୟ ସଂସଦକୁ କହିଥିଲା ଯେ ଚାକିରୀ ସୃଷ୍ଟି କରିବା ଏବଂ ଯୁବକମାନଙ୍କୁ ଚାକିରୀ ଖୋଜିବା ଲାଗି ସକ୍ଷମ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା। ଏପରିସ୍ଥଳେ ଛୋଟ ଶିଳ୍ପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?