ଥରେ ବୁଝନ୍ତୁ ପିଲାର ମନ

ଯୁଗ ସହ ତାଳ ଦେଇ ମଣିଷ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହୋଇଛି। ପ୍ରତି ମୁହୂର୍ତ୍ତରେ ଅନ୍ୟମାନଙ୍କଠାରୁ ଭିନ୍ନ ହେବା ଲକ୍ଷ୍ୟରେ ସଭିଙ୍କ ମନରେ ବଢ଼ି ଚାଲିଛି ପ୍ରତିଯୋଗିତାମୂଳକ ମନୋଭାବ। ଏହି କୌତୂହଳ ରେସ୍‌ରେ କିଏ ଆଗକୁ ବଢ଼ୁଛି ତ କିଏ ଥକିଯାଉଛି। କିନ୍ତୁ ଭାଙ୍ଗି ଯାଇଥିବା ସ୍ବପ୍ନକୁ ନିଜର ସନ୍ତାନମାନଙ୍କ ଦ୍ୱାରା ଅଧାଭଙ୍ଗା ଇଚ୍ଛାକୁ ପୂରଣ କରିବା ଆଶାରେ ଅଭିଭାବକମାନେ ଲାଗି ପଡ଼ୁଛନ୍ତି। ଶିଶୁ ହେଲା ମାଟି ପିତୁଳା, ତାକୁ ଆମେ ଯେମିତି ରୂପ ଦେବା ସେ ସେମିତି ଗଢ଼ି ହେବ। କିନ୍ତୁ ନିଜର ଇଚ୍ଛାକୁ ପୂରଣ କରିବାକୁ ଯାଇ ପିଲାଟିର ମନକୁ ଆମେ ବଳି ଦେଇ ଦେଉଛେ। ପ୍ରତ୍ୟେକ ମାତାପିତା ଚାହାନ୍ତି ପିଲାଟି କିପରି ବଡ଼ ହେଲେ ନିଜ ଗୋଡ଼ରେ ନିଜେ ଠିଆ ହେଉ ଅର୍ଥାତ୍‌ ଭଲରେ ପାଠ ପଢ଼ି ରୋଜଗାରକ୍ଷମ ହେଉ। କିନ୍ତୁ ଜାଣତରେ ହେଉ ଅବା ଅଜାଣତରେ ତାର ଶୈଶବକୁ ଆମେ ଛଡ଼େଇ ନେଉଛେ। ଛୋଟ ବେଳର ଖେଳ ବଦଳରେ ଲଦି ଦେଉଛେ ତା’ ଉପରେ ପାଠ ରୂପକ ବୋଝ। ଯେଉଁ ବୟସରେ ଖେଳଣl ଧରି ନାଚି ଖେଳି ଆନନ୍ଦ ନେବା କଥା, ସେହି ବୟସରୁ ସ୍କୁଲ ଛାଡ଼ି ଧରେଇ ଦିଅନ୍ତି ବସ୍ତାନିର ବୋଝ। ତେଣୁ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ପିଲାର ମନ।

ୟୁନି ଫାଏଡ୍‌ ଡିଷ୍ଟ୍ରିକ୍ଟ ଇନ୍‌ଫରମେଶନ ସିଷ୍ଟମ ଅଫ୍‌ ଏଜୁକେଶନ ତରଫରୁ ଏକ ରିପୋର୍ଟରେ ଦର୍ଶାଯାଇଛି, ହାରାହାରି ୨୨୫ ଦିନ ପିଲା ସ୍କୁଲ ଯାଆନ୍ତି। ପ୍ରତିଦିନ ୮ କିଲୋ ଓଜନର ସ୍କୁଲ ବ୍ୟାଗ ନେଇ ବିଦ୍ୟାଳୟ ଯିବାକୁ ହୁଏ। ତେବେ ବର୍ଷକୁ ପ୍ରାୟ ୧୮ ଶହ କିଲୋ ଓଜନ ନେଇ ଭାରତୀୟ ପିଲାମାନେ ବସ୍ତାନି ରୂପକ ବୋଝକୁ କାନ୍ଧରେ ଲଦି ଥାଆନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ୨୦୧୮ ମସିହାରେ ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ କରାଯାଇଥିଲା:- ପ୍ରଥମ-ଦ୍ୱିତୀୟ(୧.୫) କେ.ଜି, ତୃତୀୟ-ପଞ୍ଚମ(୨.୩), ଷଷ୍ଠ-ସପ୍ତମ (୪ କେ.ଜି.), ଅଷ୍ଟମ-ନବମ (୪.୫), ଦଶମ-(୫ କେ.ଜି)। କିନ୍ତୁ ଏହି ଗାଇଡ୍‌ଲାଇନ ମାନୁଛି କିଏ? ଯଦି ପ୍ରଥମ ଶ୍ରେଣୀର କଥା ନେବା, ତେବେ ତା’ର ସିଲାବସ୍‌ ଏତେ ବଢ଼ିଯାଇଛି ଯେ ବାଧ୍ୟ ହୋଇ ବହି ଖାତା ନେବାକୁ ପଡୁଛି, ଯଦ୍ଦ୍ବାରା ବ୍ୟାଗ୍‌ର ଓଜନ ବଢ଼ୁଛି। ଅଷ୍ଟାଦଶ ଶତାବ୍ଦୀର ପିଲାଙ୍କ କଥା ଯଦି ଚିନ୍ତା କରିବା, ତେବେ ନା ଥିଲା ପାଠର ଭୟ ନା ଥିଲା ହୋମ୍‌ୱାର୍କର ଚିନ୍ତା। ତଥାପି ଅନେକ ମେଧାବୀ ଛାତ୍ରୀଛାତ୍ର ବାହାରୁଥିଲେ। ହୋମ୍‌ୱାର୍କ କ’ଣ ଜାଣି ନ ଥିଲେ, କେବଳ ବିଦ୍ୟାଳୟରେ ଯାହା ପଢ଼ାଯାଏ, ତାହାକୁ ପଢ଼ି ମନେରଖନ୍ତି। କିନ୍ତୁ ଆମ ଦେଶର ପରିସ୍ଥିତି ବର୍ତ୍ତମାନ ଏମିତି ହୋଇଗଲାଣି ଯେ ପାଠ ପାଇଁ ପିଲାଙ୍କ ନିଦ ହଜି ଯାଉଛି। ଅନେକଙ୍କ ଘରେ ପ୍ରାୟ ପିଲାଟି ଜନ୍ମ ହେଉ ହେଉ ତା’ ପାଇଁ ଅଲଗା ରହିବା କୋଠରି ଓ ସେ ଦୁଇ ତିନି ବର୍ଷର ହୋଇଗଲେ ତା’ ପାଇଁ ପାଠ ପଢ଼ିବାକୁ ଷ୍ଟଡିରୁମ୍‌ କରାଯାଉଛି। ତେଣୁ ଶିଶୁଟି ମନରେ ପାଠକୁ ନେଇ ବଢ଼ି ଯାଉଛି ଡର। କିନ୍ତୁ ଆମେରିକାରେ ପିଲାଙ୍କୁ ଏତେ ଛୋଟବେଳୁ ଚାପ ଦିଆଯାଇ ନ ଥାଏ। ସେମାନଙ୍କର ଷ୍ଟଡିରୁମ ଥାଏ, କିନ୍ତୁ ତାକୁ ସେମାନେ ପାଠଗୃହ କୁହନ୍ତି ନାହିଁ, ଖେଳ ଗୃହ ବୋଲି ସମ୍ବୋଧନ କରନ୍ତି। ଏତେ ଆକର୍ଷଣ ଭାବରେ ଭଳିକି ଭଳି ଖେଳନା ଦ୍ୱାରା ସଜାଇ ଦିଆଯାଇଥାଏ ଯେ, ପିଲାମାନେ ଖୁସିରେ ସେଠିକି ଯିବାକୁ ଇଚ୍ଛା ପ୍ରକାଶ କରନ୍ତି। ନ୍ୟାଶନାଲ ଆଚିଭ୍‌ମେଣ୍ଟ ସର୍ଭେରୁ ଜଣାପଡ଼ିଛି ପ୍ରାୟ ପ୍ରତିଦିନ ୨ରୁ ୪ ଘଣ୍ଟା ୪୦% ପିଲା ହୋମ୍‌ୱାର୍କ କରନ୍ତି, ୫୮% ପିଲା ଟ୍ୟୁଶନର ସାହାରା ନିଅନ୍ତି। ସ୍କୁଲରେ ଛୁଟି ହେଲେ ପ୍ରାୟ ମନରେ ଥାଏ ଟିକେ ଖେଳିବା ଆଉ ଶୋଇବା। କିନ୍ତୁ ଆମ ପିଲାଙ୍କୁ ଆମେ ଏତେ ବ୍ୟସ୍ତ ରଖୁଛେ ଯେ ଆଉ ତାଙ୍କୁ ଦେଖିବା ବି ମୁସ୍କିଲ ହୋଇପଡ଼ୁଛି।

ସ୍କୁଲ ପାଠ, ଘର ପାଠ, ଟ୍ୟୁଶନ ପାଠ ଭିତରେ ପିଲା ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଆଉ ଖେଳିବାକୁ ତାଙ୍କ ପାଖରେ ସମୟର ଅଭାବ । ଦୈନିକ ହାରାହାରି ୮ ଘଣ୍ଟା ଶୋଇବା ଆବଶ୍ୟକ, ୧୨ ବର୍ଷର ପିଲାଙ୍କ କ୍ଷେତ୍ରରେ ଦେଖିଲେ ୯ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ। ଆମେ ଏତେ ବ୍ୟସ୍ତବହୁଳ ଯେ, ଭୁଲିଯିବାକୁ ବସିଲୁଣି ନିଦ ବୋଲି କ’ଣ। ପ୍ରାୟ ଅଭିଭାବକ ଏବେ କାର୍ଯ୍ୟରତ। ସେଥିପାଇଁ ପିଲାଙ୍କୁ ଆମେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି କାର୍ଯ୍ୟ ଯଥା ନାଚ, ଗୀତ, ଚିତ୍ରାଙ୍କନ ଇତ୍ୟାଦିରେ ନିୟୋଜିତ କରିବାକୁ ବାଧ୍ୟ ହେଉଛେ। କିନ୍ତୁ ଏହିସବୁ ଦ୍ୱନ୍ଦ୍ୱ ଭିତରେ ପିଲାଟିର ଶୈଶବ ଛଡ଼େଇ ନିଉଛେ। ଅଭିଭାବକମାନେ ଭାବନ୍ତି, କାଳେ ହୋମ୍‌ୱାର୍କ ଦେଲେ ପିଲାଟି ଭଲ ପଢ଼ିବ ତା’ ସହିତ ଘରେ ଯେଁଉ ଦୁଷ୍ଟାମି କରନ୍ତି କିଛି କମିଯିବ। କିନ୍ତୁ ତାକୁ ଅନେକ କାର୍ଯ୍ୟରେ ନିୟୋଜିତ କରାଇବା ଦ୍ୱାରା ଛୋଟ ବେଳରୁ ହିଁ ଆସ୍ତମା, ଥକାପଣ, ଶରୀର ପତଳା, ମୁଣ୍ଡବିନ୍ଧା, ଆଖି ବିନ୍ଧିବା, ଚିଡ଼ଚିଡ଼ାପଣ, ପାଠ ମନେ ନ ରହିବା ଇତ୍ୟାଦି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି।

ଆମେରିକାର କଥା ପୂର୍ବରୁ ଆଲୋଚନା ହୋଇଥିଲା, ତାଙ୍କ ପିଲା କିପରି ଖେଳି ନାଚି ପାଠ ପଢନ୍ତି। ତଥାପି ପ୍ରତି କ୍ଷେତ୍ରରେ ସେମାନେ ଆମମାନଙ୍କଠାରୁ ବହୁ ଆଗରେ। ଆଜିକାଲି ପିଲା ପ୍ରାୟ ଘରେ ଏକୁଟିଆ ରହୁଛନ୍ତି। କାହା ସହିତ କାହାର କଥା ହେବା ପାଇଁ ମଧ୍ୟ ସମୟର ଅଭାବ। କିନ୍ତୁ ପିଲାଟି ପ୍ରତି ମୁହୂର୍ତ୍ତରେ ସେ ଖୋଜୁଥାଏ ଜଣେ ସାଥୀ, ଯିଏକି ତା’ ସହିତ କିଛି ସମୟ ଖେଳିବ ଓ ମନକଥା ତା’ର କହିବ। କିଛି ଉପାୟ ନ ପାଇ ଟିଭି ଆଉ ମୋବାଇଲ୍‌କୁ ଏବେ ସେ ସାଥୀ କରିଛି। ଅତି ବ୍ୟସ୍ତ ନ ହୋଇ ପିଲାଙ୍କୁ ଖେଳି ନାଚି ପଢ଼ିବାକୁ ଦିଅନ୍ତୁ। ପ୍ରାୟତଃ ପିଲା ଅନୁକରଣ କରିଥା’ନ୍ତି। ତେଣୁ ନିଜେ ପ୍ରଥମେ ନିଜର ଆଚରଣରେ ପରିବର୍ତ୍ତନ ଆଣନ୍ତୁ। ତେଣୁ ପିଲା କ’ଣ ଚାହୁଁଛି ବୁଝିବାକୁ ଚେଷ୍ଟା କରନ୍ତୁ।

ରାନୀ ନାୟକ
ଢେଙ୍କାନାଳ, ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri