Posted inଜାତୀୟ

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ ପରଓ୍ବାନା ଜାରି ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦୁର୍ନୀତିର ଏହି ବିପଜ୍ଜନକ ଖେଳକୁ ବୁଝିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ସ’ରେ ରାହୁଲ କହିଛନ୍ତି, ଏହା ଦୁର୍ନୀତିର ଏକ ଅତ୍ୟନ୍ତ ବିପଜ୍ଜନକ ଖେଳ। ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦି ପରସ୍ପରକୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ଏଥିପାଇଁ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଯେତେବେଳେ ଆଦାନୀ ଉଚ୍ଚ ଦରରେ ବିଦ୍ୟୁତ୍‌ ଶକ୍ତି ବିକ୍ରି ପାଇଁ ଏକ ଡିଲ୍‌ କରିବା ଲାଗି ଲାଞ୍ଚ ଦେଉଛନ୍ତି, ସେତେବେଳେ ଚଢ଼ା ଦରରେ ବିଦ୍ୟୁତ୍‌ ବିଲ୍‌ କିଏ ପଇଠ କରୁଛି? ଆପଣ ସାଧାରଣ ଜନତା ହିଁ ଏହି ବୋଝ ବୋହୁଛନ୍ତି। ସେହିପରି ଦୁର୍ନୀତି ଧରାପଡ଼ିବା ପରେ ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇଗଲା। ଫଳରେ ଛୋଟ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଲା। ସେହିପରି ବନ୍ଦର, ଏୟାରପୋର୍ଟ, ସିମେଣ୍ଟ ଆଦି ବ୍ୟବସାୟୀଙ୍କ ହାତକୁ ଗଲେ ସେଥିରୁ ମିଳୁଥିବା ଲାଭ ମଧ୍ୟ ସାଧାରଣ ଳୋକଙ୍କ ପକେଟ୍‌ରୁ ଯାଇଥାଏ। ଏଥିଲାଗି ମୁଁ ବାରମ୍ବାର କହୁଛି, ଏହି ଖେଳକୁ ବୁଝନ୍ତୁ। ସବୁବେଳେ ଲୋକଙ୍କୁ ହିଁ କ୍ଷତି ସହିବାକୁ ପଡ଼ୁଛି ବୋଲି ରାହୁଲ କହିଛନ୍ତି।
ପ୍ରକାଶ ଯେ, ଗୌତମ ଆଦାନୀ ଆଇନ ଉଲ୍ଲଂଘନ କରି ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେଇଥିବା ନେଇ ଗୁରୁବାର ଖବର ଆସିବା ପରେ ରାହୁଲ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଆଦାନୀଙ୍କ ‘ସୁରକ୍ଷାଦାତା’ ଏବଂ ସେବି ଚେୟାରପର୍ସନ ମାଧବୀ ପୁରୀ ବୁଚ୍‌ଙ୍କୁ ତୁରନ୍ତ ପଦରୁ ହଟାଇ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ବାରମ୍ବାର ଦୋହରାଇଥିବା ସ୍ଲୋଗାନ ‘ଏକ ହେଁ ତୋ ସେଫ୍‌ ହେଁ’କୁ କଟାକ୍ଷ କରି ରାହୁଲ କହିଥିଲେ, ମୋଦି ଓ ଆଦାନୀ ଏକ ହେଁ ତୋ ସେଫ୍‌ ହେଁ। ଏହି ପ୍ରସଙ୍ଗରେ କଂଗ୍ରେସ ଓ ଭାଜପା ମୁହଁାମୁହଁି ହୋଇଥିବାବେଳେ ରାହୁଲ ଶୁକ୍ରବାର ସମାନ କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri